ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନି ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜୌନପୁରରେ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ଲୋକସଭା ନିର୍ବାଚନ ପାଇଁ ଚାରଟି ପର୍ଯ୍ୟାୟର ଭୋଟ୍ ଶେଷ ହୋଇଥିବା ବେଳେ ବାକି ତିନିଟି ପର୍ଯ୍ୟାୟ ପାଇଁ ଭୋଟ୍ ବାକି ଅଛି । ତିନିଟି ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ସମସ୍ତ ଷ୍ଟାର ପ୍ରଚାରକମାନେ ଜୋରଦାର ପ୍ରଚାର କରୁଛନ୍ତି ।
ଆଜି ଜୌନପୁରରେ ପ୍ରଧାନମନ୍ତ୍ରୀ ରାଲିରେ ହଜାରହଜାର ଲୋକ ସାମିଲ ହୋଇଥିବା ବେଳେ ଦୁଇଜଣପିଲା ଚର୍ଚ୍ଚାକୁ ଆସିଥିଲେ । ଦେଖିବାକୁ ମିଳିଥଇଲା ଦୁଇ ଛୋଟ ପିଲାଙ୍କୁ ଜଣେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ ସଜାଇ ହୋଇ ରାଲିରେ ସାମିଲ ହୋଇଥିଲେ। ଯାହାକୁ ଦେଖି ବହୁତ ଖୁସି ହୋଇ ଯାଇଥିଲେ ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ ଭାରତ ଖବର
ମଞ୍ଚରୁ ଉଭୟଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ,‘ ଏହା ବହୁତ ଭଲ, ଆପଣ ମୋଦି-ଯୋଗୀ ଭାଇଙ୍କୁ ଏକାଠି କରିଛନ୍ତି । ମୋଦୀ ବହୁତ ସୁନ୍ଦର ଦେଖାଯାଉଛନ୍ତି, ଭାଇ କି ଚମତ୍କାର ମେକଅପ କରିଛନ୍ତି । ସମସ୍ତ ଗଣମାଧ୍ୟମର ଧ୍ୟାନ ମୋ ଠାରୁ ଦୂରେଇ ଯାଇ ଏହି ପିଲା ଦ୍ବୟଙ୍କ ଉପରେ ପଡ଼ିଛି । ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି । ତାଙ୍କୁ ବାରମ୍ବାର ଦେଖିବାକୁ ଇଚ୍ଛା ହେଉଛି ହୋଲି କହିଥିଲେ ମୋଦି ।