ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ତାତିରୁ ମିଳିଲା ସାମାନ୍ୟ ତ୍ରାହି । ମେଘୁଆ ପାଗ ସହ ବର୍ଷାରେ ଭିଜିଲା ଟ୍ବିନ ସିଟି । ଗତକାଲି ଅପରାହ୍ନରେ କିଛି ସମୟ ପାଇଁ କଟକ-ଭୁବନେଶ୍ବରରେ ଝିପିଝିପି ବର୍ଷା ହୋଇଥିଲା । ପ୍ରବଳ ଖରା ଗରମରୁ ସାମାନ୍ୟ ଆଶ୍ବସ୍ତି ଦେଇଛି ବର୍ଷା । ତେବେ ଆଜିଠାରୁ ରାଜ୍ୟରେ କମିପାରେ ତାତି । ଗୁରୁବାର ଉପକୂଳ ଓଡ଼ିଶା ପାଇଁ ହିଟ୍ଓ୍ବେଭ୍ ଆଲର୍ଟ ନାହିଁ । କିଛି ସ୍ଥାନ ପାଇଁ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ହେଲେ ବର୍ଷା ପରେ ପୁଣି ଥରେ ତାତି ବଢ଼ିବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଗାମୀ ଦୁଇ ସପ୍ତାହ ଯାଏଁ ତାତିରୁ ନାହିଁ ନିସ୍ତାର । ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି, ତଥା ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏଁ ତାତି ବୃଦ୍ଧି ସହ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ସମ୍ଭାବନା ରହିଛି। ରାଜ୍ୟରେ ଅସହ୍ୟ ତାତି ବଢ଼ୁଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଆଗାମୀ ଦୁଇ ସପ୍ତାହ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି ସୂଚନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍ଟ ବିରୋଧରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି । ପୁଣିଥରେ ତୁଷ୍ଟିକରଣର ଟ୍ରିପିଲ ଡୋଜ ବିକ୍ରି କରିବାକୁ ଚାହୁଥିବା ବିରୋଧୀଙ୍କୁ ମୂଳପୋଛ କରିବାକୁ ଉତ୍ତରପ୍ରଦେଶବାସୀ ଏକ ହୋଇଛନ୍ତି । ବିଜେପି ସରକାରର ବିକାଶକୁ ଦେଖି କଂଗ୍ରେସ ଶାହଜାଦେଙ୍କ ପେଟରେ ଦରଦ ହେଉଛି କହି କଟାକ୍ଷ କରିଛନ୍ତି ମୋଦି ।
ନିର୍ବାଚନ ପ୍ରଚାରରେ ବିଜେପି ବିରୋଧରେ ଅପପ୍ରଚାର କରୁଥିବା ବିରୋଧୀ ମେଣ୍ଟ ଭୋଟ ପରେ ସଫା ହୋଇଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରଜ୍ୟରେ ବାରମ୍ବାର ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ସମସ୍ୟାର ସମାଧାନ ପାଇଁ ନୂଆ ନୀତି ଆପଣାଇଛି ବିଜେପି । ରାଜ୍ୟରୁ ମାଫିଆ ରାଜ୍ ର ମୂଳପୋଛ କରିବାକୁ ଯୋଗୀ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ଜନସଭାରେ କହିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରରେ ବିଜେପି ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ବଶର୍ମାଙ୍କ ବିସ୍ଫୋରକ ବୟାନ । କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ କିନ୍ତୁ ସାର୍ବଜନୀନ ହେଲାନି । 10 ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ଖୋଜି ବାହାର କରିବୁ ।
ଆପଣ ନିଶ୍ଚିନ୍ତ ରୁହନ୍ତୁ ଯଦି ମୋଦିଜୀ ରାମ ମନ୍ଦିର ନିର୍ମାଣ କରିପାରିଲେ, ତେବେ ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ରତ୍ନ ଭଣ୍ଡାର ଚାବି ହଜିଛି କହି ଭ୍ରମିତ କରିଚାଲିଛି ବିଜେଡି। ରାଜନୀତିରେ ଯଦି ନୋବେଲ ପୁରସ୍କାର ଦିଆଯାନ୍ତା ତେବେ ଏହା ପାଣ୍ଡିଆନଙ୍କୁ ମିଳିବ। ଆଉ ପାଞ୍ଚ ବର୍ଷ ସମୟ ଦେଲେ ପାଣ୍ଡିଆନ ଓଡ଼ିଶାକୁ ତାମିଲନାଡୁ ବନାଇଦେବେ। ଓଡ଼ିଶାର ବିକାଶ ପାଇଁ ଆବଶ୍ୟକ ଡବଲ ଇଂଜିନ ସରକାର । ମୋଦିଜୀଙ୍କୁ ପାଞ୍ଚ ବର୍ଷ ସୁଯୋଗ ଦିଅନ୍ତୁ ପାଣ୍ଡିଆନକୁ ତାମିଲନାଡୁ ପଠାନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ହିମନ୍ତ ବିଶ୍ବଶର୍ମା।
ଅଧିକ ପଢ଼ନ୍ତୁ ଓଡିଶା ଖବର: