ବଞ୍ଚିଥିବା ସମୟରେ କେଉଁ ଅଙ୍ଗ ଦାନ କରିହେବ ଓ ମୃତ୍ୟୁ ପରେ କେଉଁ କେଉଁ ଅଙ୍ଗ ଦାନ କରିହେବ ସେ ବିଷୟରେ ହୋଇଥିଲା ଆଲୋଚନା । ମଦ୍ୟପାନ ଏବଂ ଫାଷ୍ଟଫୁଡ଼ ଯକୃତ ରୋଗର ମୁଖ୍ୟ କାରଣ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ତଥା ଯକୃତ ରୋଗ ବିଶେଷଜ୍ଞ ଡ଼.ଅଶୋକ ଚୌଧୁରୀ ସୂଚନା ଦେଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଯକୃତ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ରର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରର ଡାକ୍ତର ମାନଙ୍କ ସମେତ ଯକୃତ ରୋଗୀମାନେ ଏହି ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ । ଏହା ସହ ଅଙ୍ଗଦାନ ସମ୍ପର୍କରେ ମଧ୍ୟ ସଚେତନତା କରାଯାଇଥିଲା ।
ବଞ୍ଚିଥିବା ସମୟରେ କେଉଁ ଅଙ୍ଗ ଦାନ କରିହେବ ଓ ମୃତ୍ୟୁ ପରେ କେଉଁ କେଉଁ ଅଙ୍ଗ ଦାନ କରିହେବ ସେ ବିଷୟରେ ହୋଇଥିଲା ଆଲୋଚନା । ମଦ୍ୟପାନ ଏବଂ ଫାଷ୍ଟଫୁଡ଼ ଯକୃତ ରୋଗର ମୁଖ୍ୟ କାରଣ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ତଥା ଯକୃତ ରୋଗ ବିଶେଷଜ୍ଞ ଡ଼.ଅଶୋକ ଚୌଧୁରୀ ସୂଚନା ଦେଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ସକାଳେ ଏକ କାର ଯୋଗେ ଯାତ୍ରୀମାନେ ବ୍ରହ୍ମପୁର ଠାରୁ ମୋହନା ଯାଉଥିବା ବେଳେ କାମଳପୁର ନାକାପଇଣ୍ଟ ନିକଟସ୍ଥ ଛତାବରୀ ଠାରେ ଥିବାଏକ ବରଗଛ ମୂଳରେ ଓହ୍ଲାଇଥିଲେ।
ହଠାତ ସେହି ଗଛ ଉପରେ ଥିବା ବାଘୁଆ ମହୁମାଛି ସେମାନଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲା ଫଳରେ 6 ଜଣ ଆହତ ହୋଇଥିବା ବେଳେ 3 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି। ତେବେ ଆହତ ସମସ୍ତଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପ୍ରଚାର ବେଳେ ହଟହଟା ହେଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ । ତୀବ୍ର ବିରୋଧ ସହ ବାଣିଆ ଗାଁରେ ଅଟକ ରଖିଲେ ଗ୍ରାମବାସୀ । ପାଞ୍ଚ ବର୍ଷ ଭିତରେ କରିଥିବା କାମର ହିସାବ ମାଗିଲେ ଲୋକେ । ବାରମ୍ବାର ବିଭିନ୍ନ ଉନ୍ନୟନ କାମ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ ଲୋକେ। ବାଧ୍ୟ ହୋଇ ଫେରି ଆସିଲେ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ।
ଦିନକ ପୂର୍ବ କଞ୍ଚଣା ଓ ରାଣୀପଡାରେ ମଧ୍ୟ ବିଧାୟିକାଙ୍କୁ ଜୋରଦାର ବିରୋଧ ସହ ଗାଁ ଭିତରକୁ ପୁରାଇ ଦେଇନଥିଲେ ଗ୍ରାମବାସୀ। ପୂର୍ବରୁ ମଧ୍ୟ ଅନେକ ଥର ବିରୋଧର ଶିକାର ହୋଇଛନ୍ତି ଖଲ୍ଲିକୋଟ ବିଧାୟିକା ତଥା ବର୍ତ୍ତମାନର ବିଜେଡି ବିଧାୟିକା ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟ ।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ ଓଡ଼ିଶାରେ ପରିବର୍ତ୍ତିତ ଜନମତର ଦେଉଛି କି ସଙ୍କେତ ? କିଛି ଦିନ ତଳେ ବିଜେଡିର ଷ୍ଟାର ପ୍ରଚାରକ ନମ୍ବର ଟୁ ପାଣ୍ଡିଆନ କହିଥିଲେ 21ଟି ଲୋକସଭା ଓ 147 ବିଧାନସଭାରେ ନବୀନଙ୍କ ନାଁରେ ଲଢୁଛି ବିଜେଡି। ପ୍ରାର୍ଥୀ ହେଉଛନ୍ତି ଗୌଣ। ତାହାଲେ ଯେଉଁଭଳି ସାରା ରାଜ୍ୟରେ ବିଜେଡି ପ୍ରାର୍ଥୀ ମାନଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି ଏହା ପ୍ରାର୍ଥୀଙ୍କୁ ବିରୋଧ ନା ନବୀନଙ୍କୁ ବିରୋଧ ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ସମ୍ବଲପୁର : ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ପ୍ରେସମିଟ । ସେ କହିଛନ୍ତି, କାଣ୍ଟାବାଞ୍ଜିରେ ୧୦ଟି ଗାଁ ନାଁ କହି ପାରିବେ କି ବୋଲି ପଚାରିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏହାକୁ ଖୁବ ବ୍ୟକ୍ତିଗତ ସ୍ତରକୁ ନେଇ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କିଛି ଜାଣିନାହାନ୍ତି, ଯାହା ଲେଖାଯାଉଛି ତାହା ପଢୁଛନ୍ତି । ଓଡିଶାରେ ୟୁଜିସି ତରଫରୁ ଇଞ୍ଜିନିୟର ପାଠ୍ୟ ପୁସ୍ତକକୁ ଓଡିଆରେ ପ୍ରକାଶ କରାଯାଇଛି । ଭାରତ ସରକାରଙ୍କ ଓଡିଆ ଭାଷା ପ୍ରତି ପ୍ରତିବଦ୍ଧତା ରହିଛି । ସତ ଶୁଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଧର୍ଯ୍ୟ ନାହିଁ ।
ଅଧିକ ପଢନ୍ତୁ : ଆଜି କଣ୍ଟାବାଞ୍ଜି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟରେ ଭାଷା, ସଂସ୍କୃତିକୁ ଅନାଦର କରାଯାଉଛି । ଓଡିଶୀକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପ୍ରଦାନ କରିବାର ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅବଗତ ନାହାନ୍ତି । ମୋଦି ସରକାର ୪୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ରଙ୍ଗବତୀ ଗୀତ ପାଇଁ କେବଳ ୩ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏସବୁ ସତ୍ତ୍ବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କିପରି ଗାଳି କରୁଛନ୍ତି ନବୀନ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଧର୍ମେନ୍ଦ୍ର ।