ନୀଳ ଓ ନାରଙ୍ଗୀ ରଙ୍ଗର ଏହି ଜର୍ସିର କେବଳ କାନ୍ଧରେ ନାରଙ୍ଗୀ ରଙ୍ଗ ଥିଲା ବେଳେ ଅବଶିଷ୍ଟ ଅଂଶ ନୀଳରଙ୍ଗର ରହିଛି। ସେହିଭଳି ଦୁଇଟି ସମାନ୍ତରାଳ ନାରଙ୍ଗୀ ପଟି ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଛି। ଛାତିରେ ଥିବା ଆଡିଡାସ୍ର ତିନିଟି ଟ୍ରେଡମାର୍କ ଷ୍ଟ୍ରାଇପ୍ ହେଉଛି ଧଳାରଙ୍ଗର।
ତେବେ ଜର୍ସିର ଡିଜାଇନ୍ ଅପେକ୍ଷା ଏହାର ଦାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତୀୟ ଖେଳାଳିଙ୍କ ପାଇଁ ଡିଜାଇନ୍ ହୋଇଥିବା ଏହି ଜର୍ସି ଏବେ ‘ଆଡିଡାସ୍’ ଷ୍ଟୋର ଓ ଅନଲାଇନରେ ବିକ୍ରି ହେବା ଆରମ୍ଭ ହୋଇଛି। ଏହି ଜର୍ସି ପାଇଁ ‘ଆଡିଡାସ୍’ ଧାର୍ଯ୍ୟ କରିଥିବା ଦାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜର୍ସିର ଦାମ ‘ଆଡିଡାସ୍’ ୫,୯୯୯ ରଖିଥିବା ବେଳେ କେହି ଏହାକୁ କିଣିବାକୁ ଚାହିଁବେନି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। କ୍ରିକେଟପ୍ରେମୀମାନେ କହିଛନ୍ତି ଯେ, ‘ଆଡିଡାସ୍’ ଜର୍ସିର ଦାମ ଅଧିକ ରଖିଥିବା ସହ ଡିଜାଇନ ସେଭଳି ଭଲ ନାହିଁ। ତେଣୁ ଏତେ ଟଙ୍କା ଦେଇ ଆମେ କିଣିବାକୁ ଚାହିଁବୁନି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର