Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral Video / ଅଟୋ ଚଳାଇବା ସହ ଝିଅର ଲାଳନ ପାଳନ କରୁଛନ୍ତି ଅଟୋ ଡ୍ରାଇଭର ମା'

Rashmita Mishra
Browse all articles by Rashmita Mishra
·4 months ago·2 min read
ଅଟୋ ଚଳାଇବା ସହ ଝିଅର ଲାଳନ ପାଳନ କରୁଛନ୍ତି ଅଟୋ ଡ୍ରାଇଭର ମା'
Viral Video

Key Points

ମା’ର ସଂଘର୍ଷ ଏପଟେ କର୍ମ ସେପଟେ ଛୁଆ । 
ଅଟୋ ଚଳାଇବା ସହ ଝିଅର ଲାଳନ ପାଳନ କରୁଛନ୍ତି ଅଟୋ ଡ୍ରାଇଭର ମା' । 

ମା'... ଏହି ଶଦ୍ଦ ଯେତେ ଛୋଟ ସେତେ ଗଭିର । ମା'ର ମୂଲ୍ୟ ନା କିଏ ସୁଝିପାରିଛି ନା କିଏ ସୁଝିପାରିବ । ବର୍ତ୍ତମାନ ସମୟରେ ମହିଳାମନେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ସମସ୍ତ କାମ କରୁଛନ୍ତି । ଆଉ ଆଜି ମହିଳା ଅଟୋ ଚାଳକମାନେ ସମାଜରେ ଏକ ଜ୍ୱଳନ୍ତ ଉଦାହରଣ, ଯେଉଁମାନେ ରୀତି ନୀତି ଭାଙ୍ଗି ଆର୍ଥିକ ସ୍ୱାଧୀନତା ପାଇଁ ଏବଂ ପରିବାରକୁ ପ୍ରତିପାଳନ ପାଇଁ ଗାଡ଼ି ଚଲାଇ ଜୀବିକା ଅର୍ଜନ କରୁଛନ୍ତ ।

ପ୍ରତ୍ୟେକ ମହିଳା ଅଟୋ ଚାଳକଙ୍କ ଜୀବନରେ କିଛିନା କିଛି ସଂଘର୍ଷର କାହାଣୀ ରହିଛି । ଏପରି ଜଣେ ମହିଳା ଅଟୋ ଚାଳକଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ କାମ ସହିତ ସମ୍ମୁଖୀନ ହେଉଥିବା ସଂଘର୍ଷକୁ ଦେଖାଇଛନ୍ତି । ସେ ତାଙ୍କ କର୍ମ ପାଇଁ ନିଜ ଦାୟିତ୍ଵକୁ ଭୁଲି ନାହାଁନ୍ତି । ମହିଳା ଜଣଙ୍କ ଗାଡ଼ି ଚଲାଇବା ସମୟରେ ତାଙ୍କ ଝିଅର ଯତ୍ନ ମଧ୍ୟ ନିଅନ୍ତି । ଭିଡିଓଟି ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ସୁଟିଂ କରି ସେୟାର କରିଛନ୍ତି ।

ଏଥିସହ ପଢ଼ନ୍ତୁ: ପୁଅ ପରି ଘୋଡାରେ ଚଢ଼ି ବାହା ହେବାକୁ ଗଲେ କନ୍ୟା ଭାଇରାଲ୍ ହେଲା ଭିଡିଓ



ଭାଇରାଲ ଭିଡିଓରେ, ଆପଣ ଦେଖିପାରିବେ ଯେ ଜଣେ ମହିଳା ଅଟୋ-ରିକ୍ସା ଚଳାଉଛନ୍ତି, ତାଙ୍କ ଝିଅକୁ ଖାଇବାକୁ ଦେବା ପାଇଁ ରାସ୍ତା କଡ଼ରେ ତାଙ୍କ ଅଟୋ-ରିକ୍ସା ଅଟକାଇଛନ୍ତି । ଆହୁରି ମଧ୍ୟ ଦେଖିବେ ଯେ ସେ ତାଙ୍କ ପାଖରେ ଏକ ଛୋଟ ସିଟ୍ ତିଆରି କରିଛନ୍ତି, ଯାହା ଦ୍ଵାରା ତାଙ୍କ ଝିଅ ସୁରକ୍ଷିତ ଭାବରେ ସେଠାରେ ବସିବ ପଡ଼ିଯିବାର କିଛି ଭୟ ରହିବ ନାହିଁ ।

ଏହି ମହିଳା ଅଟୋ ଡ୍ରାଇଭରଙ୍କ ନାମ କୋମଲ ଗାୟକୱାଡ। ସେ ତାଙ୍କ ଇନଷ୍ଟାଗ୍ରାମ ପେଜ @komal_gaikwad_6763 ରେ ଭିଡିଓରେ ତାଙ୍କର ସଂଘର୍ଷ ସେୟାର କରିଛନ୍ତି । ତାଙ୍କର ଏବଂ ତାଙ୍କ ଝିଅର ଭିଡିଓ ମଧ୍ୟ ଅଛି ।

ମହିଳା ଅଟୋ ଡ୍ରାଇଭରଙ୍କ ଏହି ଭିଡିଓକୁ @tathvamasi6 ନାମକ ଏକ ଆକାଉଣ୍ଟ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରାଯାଇଛି । ଏହା ଅପଲୋଡ୍ ହେବା ମାତ୍ରେ, ଭିଡିଓଟିକୁ ହଜାର ହଜାର ଲୋକ ଦେଖିଛନ୍ତି ଏବଂ ପସନ୍ଦ କରିଛନ୍ତି, ଏବଂ ବ୍ୟବହାରକାରୀମାନେ ମହିଳା ଅଟୋ ଡ୍ରାଇଭରଙ୍କ ପ୍ରଶଂସା କରୁଥିବାର ଦେଖାଯାଉଛି ।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଏହା ସବୁଠାରୁ ସୁରକ୍ଷିତ ଅଟୋ।" ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଏକ ମାଆ ଭଗବାନଙ୍କ ସମାନ। " ଏହି ସମୟରେ, ଅନେକ ବ୍ୟବହାରକାରୀ ଲେଖିଛନ୍ତି, "ଗୋଟିଏ ଦିନ ସେ ତାଙ୍କ ମାଆଙ୍କୁ ଏକ ଘରୋଇ କାରରେ ଯାତ୍ରା ପାଇଁ ନେଇଯିବେ।"

ପଢନ୍ତୁ ଏହି ଖବର: ଚାକିରି ଗଲା…କିନ୍ତୁ ଆମେରିକାରେ ଚା ବିକ୍ରି କରି ହେଲେ ଭାଇରାଲ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored