Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଅ ପରି ଘୋଡାରେ ଚଢ଼ି ବାହା ହେବାକୁ ଗଲେ କନ୍ୟା ଭାଇରାଲ୍ ହେଲା ଭିଡିଓ

National

Viral Wedding / ପୁଅ ପରି ଘୋଡାରେ ଚଢ଼ି ବାହା ହେବାକୁ ଗଲେ କନ୍ୟା ଭାଇରାଲ୍ ହେଲା ଭିଡିଓ

Rashmita Mishra
Browse all articles by Rashmita Mishra
·2 months ago·2 min read
ପୁଅ ପରି ଘୋଡାରେ ଚଢ଼ି ବାହା ହେବାକୁ ଗଲେ କନ୍ୟା ଭାଇରାଲ୍ ହେଲା ଭିଡିଓ
Viral Wedding

Key Points

ଘୋଡାରେ ବସି ବାହା ହେବାକୁ ଗଲେ କନ୍ୟା
ପୁଅ ପରି ଘୋଡାରେ ଚଢ଼ି ବାହା ହେବାକୁ ଗଲେ କନ୍ୟା ଭାଇରାଲ୍ ହେଲା ଭିଡିଓ

ଯେତେବେଳେ ଗୋଟେ ଝିଅର ବାହାଘର କଥା ପଡ଼େ ପ୍ରଥମେ ନମରେ ଆସିଥାଏ କି ନୂଆବୋହୂ ଭାବରେ ସଜ ହୋଇ ଲାଜରେ ବସିଥିବ କିନ୍ତୁ ଆପଣ କେବେ ଭାବିଛନ୍ତି କି ଜଣେ କନ୍ୟା ରୋଷଣି କରି ଘୋଡ଼ାରେ ବସି ବାହା ହେବାକୁ ଯିବାର ।

ଏମିତି କିଛି ଘଟଣା ଘଟିଛି ମହାରାଷ୍ଟ୍ରରେ । ଯେଉଁଠି ଦେଖିବାକୁ ମିଳିଛି ଏକ ଅନନ୍ୟ ଏବଂ ପ୍ରେରଣାଦାୟକ ବାହାଘର । ଯେଉଁଠାରେ କନ୍ୟା ନିଜ ବିବାହ ଶୋଭାଯାତ୍ରାରେ ଘୋଡା ଚଢିଥିଲେ । ଏପରି ଦୃଶ୍ୟ ପୁରା ସହରର ଦୃଷ୍ଟି ଆକର୍ଷଣ କରିଥିଲା ​​ଏବଂ ଆଲୋଚନାର ବିଷୟ ପାଲଟିଥିଲା ।

କନ୍ୟା ପ୍ରାଚୀ ଠାକୁର ଗ୍ରାଜୁଏଟ୍ କରିଛନ୍ତି ଆଉ ତାଙ୍କର ଇଚ୍ଛା ଥିଲା ଯେ ତାଙ୍କର ବିବାହ ଠିକ୍ ବର ପରି ସମାନ ପରମ୍ପରାରେ ହେଉ, ଅର୍ଥାତ୍ ଘୋଡାରେ ଚଢ଼ି ସେ ବିବାହ ମଣ୍ଡପକୁ ଯିବେ । ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ, ତାଙ୍କ ବାପା ଏବଂ ପୁରା ଠାକୁର ପରିବାର ଏହି କଥା ଖୁସିରେ ଗ୍ରହଣ କଲେ ।

ସେହି ବିବାହ ଶୋଭାଯାତ୍ରା ସମୟରେ, ପ୍ରାଚୀ ଠାକୁରଙ୍କୁ ରାଣୀ ଲକ୍ଷ୍ମୀବାଈ ବେଶରେ ସଜ କରାଯାଇଥିଲା । ଏକ ଖଣ୍ଡା ଧରି, ସେ ବେଶ୍ ଖୁସି ହୋଇ ଘୋଡା ଉପରେ ଚଢ଼ି ଆସିଥିଲେ । ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ବନ୍ଧୁମାନେ ଡିଜେର ତାଳେ ତାଳେ ନାଚି ବିବାହରେ ଯୋଗ ଦେଇଥିଲେ । ଏହି ନିଆର ଦୃଶ୍ୟ ଦେଖିବା ପାଇଁ ରାସ୍ତା କଡ଼ରେ ଲୋକଙ୍କ ଭିଡ଼ ଜମିଥିଲା । ଅନେକ ଲୋକ ଏହି ମୁହୂର୍ତ୍ତକୁ ନିଜ ମୋବାଇଲ୍ ଫୋନ୍‌ରେ ରେକର୍ଡ କରିଥିଲେ ଏବଂ ଫଟୋ ଏବଂ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଶୀଘ୍ର ଭାଇରାଲ୍ ହୋଇଗଲା ।

ପରିବାର ସଦସ୍ୟମାନେ କୁହନ୍ତି ଯେ ସେମାନଙ୍କ ପରିବାରରେ ଝିଅମାନଙ୍କୁ ପୁଅ ପରି ସମାନ ସମ୍ମାନ ଏବଂ ଅଧିକାର ଦିଆଯାଏ । ଏହି ଚିନ୍ତାଧାରା ପ୍ରାଚୀଙ୍କ ଇଚ୍ଛା ପୂରଣ କରିପାରିଲା, ଯାହା ଦ୍ୱାରା ସମାଜକୁ ଏକ ବାର୍ତ୍ତା ଦିଆଗଲା ଯେ ପୁଅ ଏବଂ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏହି ନିଆରା ବିବାହ ଆଲୋଚନାର ବିଷୟ ପାଲଟିଛି।

ପ୍ରାଚୀ ଠାକୁରଙ୍କ ଘୋଡାରେ ଯିବାକୁ ଏବେ ମହିଳା ସଶକ୍ତିକରଣ ଏବଂ ସମାନତାର ପ୍ରତୀକ ଭାବରେ ଦେଖାଯାଉଛି । ଏହି ଅନନ୍ୟ ବିବାହ ସମାଜକୁ ଏକ ବାର୍ତ୍ତା ଦେଇଥିଲା ଯେ ପରିବର୍ତ୍ତିତ ସମୟରେ, ନୂଆ ପଦ୍ଧତି ସହିତ ପରମ୍ପରାକୁ ଗ୍ରହଣ କରି, ଝିଅମାନଙ୍କୁ ସମାନ ସମ୍ମାନ ଦିଆଯାଇପାରିବ ।

ପଢନ୍ତୁ ଏହି ଖବର: ସୋଫାରେ ବସି ଗେମ୍ ଖେଳୁଥିଲା ଝିଅ…ହଠାତ୍ ଫାଟିଲା ମୋବାଇଲ୍, ଭାଇରାଲ ହେଲା ଭିଡିଓ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Wedding | Bride Rides Horse to Her Wedding Like a Groom, Video Goes Viral | Argus News