|
logo
Live
Argus News App
GET APP

Argus News - ଚାକିରି ଗଲା…କିନ୍ତୁ ଆମେରିକାରେ ଚା ବିକ୍ରି କରି ହେଲେ ଭାଇରାଲ

National

Viral Story / ଚାକିରି ଗଲା…କିନ୍ତୁ ଆମେରିକାରେ ଚା ବିକ୍ରି କରି ହେଲେ ଭାଇରାଲ

Rashmita Mishra
Browse all articles by Rashmita Mishra
·2 weeks ago·2 min read
ଚାକିରି ଗଲା…କିନ୍ତୁ ଆମେରିକାରେ ଚା ବିକ୍ରି କରି ହେଲେ ଭାଇରାଲ
Viral Story

Key Points

ଦିନେ ଖାଇବାକୁ ନଥିଲା ଆଜି ଚା' ବିକି କୋଟିପତି । 
ଚାକିରି ଗଲା…କିନ୍ତୁ ଆମେରିକାରେ ଚା ବିକ୍ରି କରି ହେଲେ ଭାଇରାଲ । 

କେତେବେଳେ କାହାର ଭାଗ୍ୟ ପରିବର୍ତ୍ତନ ହୁଏ ତାହା କାହାକୁ ଜଣାନଥାଏ । ଏହିପରି ଏକ ଘଟଣା ଘଟିଛି ବିହାରର ଛୋଟ ସହର ବାର୍ହରୁ ଆମେରିକା ଯାତ୍ରା କରିଥିବା ପ୍ରଭାକର ପ୍ରସାଦଙ୍କ ସହ । ଆଉ ଯିଏ କି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଯିଏ କି "ବିହାରୀ ଚାଇୱାଲା" ଭାବରେ ଜଣାଶୁଣା । ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଆମେରିକାର ଲସ୍ ଆଞ୍ଜେଲସରେ ପ୍ରାୟ ୮ ଡଲାର ଆଉ ଏହା ଭାରତୀୟ ମୁଦ୍ରାରେ ପାଖା ପାଖି ୭୮୦ ଟଙ୍କରେ ଚା ବିକ୍ରି କରୁଥିବାର ଦେଖାଯାଉଛି ।

ପ୍ରଭାକରଙ୍କ ପିଲାଦିନ ବହୁତ ଦୁଖଃ କଷ୍ଟରେ ବିତିଥିଲା । ସେ ସେହି ସମୟ ବିଷୟରେ କହିଥିଲେ ଯେତେବେଳେ ତାଙ୍କ ପରିବାର ପାଖରେ କମ୍ବଳ କିଣିବା ପାଇଁ ବି ଟଙ୍କା ନଥିଲା, ଏବଂ ଶୀତଦିନେ ସେମାନଙ୍କୁ ଡାଲି ବସ୍ତା ତଳେ ଶୋଇବାକୁ ପଡୁଥିଲା । ପରେ, ଏପରି କିଛି ଘଟଣା ଯାହା ପାଇଁ ତାଙ୍କ ପରିବାର ବିହାର ଛାଡି ଭୋପାଳ ଚାଲିଗଲେ, ଯେଉଁଠାରେ ସେମାନେ ଏକ ନୂଆ ଜୀବନ ଆରମ୍ଭ କଲେ ।

ଖାଲି ସେତିକି ନୁହେଁ ପାଠପଢ଼ା ସମୟରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ସେ ହାର ମାନିବାକୁ ପ୍ରସ୍ତୁତ ନଥିଲେ ଏବଂ କଠିନ ପରିଶ୍ରମ ଜାରି ରଖିଥିଲେ । ଏହି କଠିନ ପରିଶ୍ରମ ତାଙ୍କୁ IIT ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରିଥିଲା ​​ଏବଂ ପାଠପଢ଼ା ସରିବା ପରେ ସେ ଏକ କର୍ପୋରେଟ୍ ଚାକିରି ମଧ୍ୟ କରିଥିଲେ ।

ଏହ ପରେ, ପ୍ରଭାକର ମଡେଲିଂ କରିବା ପାଇଁ ମୁମ୍ବାଇ ଚାଲିଗଲେ । ତା'ପରେ ସେ ଆମେରିକା ଯାତ୍ରା କଲେ, ଯେଉଁଠାରେ ସେ MBA ଡିଗ୍ରୀ ହାସଲ କଲେ ଏବଂ କିଛି ବର୍ଷ ପାଇଁ ଏକ କର୍ପୋରେଟ୍ ଚାକିରିରେ କାମ କଲେ । କିନ୍ତୁ ୨୦୨୫ ମସିହାରେ, ଟେକ୍ନୋଲୋଜି କ୍ଷେତ୍ରରେ ଏକ ଛଟେଇ ସମୟରେ ସେ ଚାକିରି ହରାଇଲେ ।

ଚାକିରି ହରାଇବା ପରେ, ସେ ହାର ମାନି ନଥିଲେ ଏବଂ ଲସ୍ ଆଞ୍ଜେଲସ୍‌ରେ ଭାରତୀୟ ଶୈଳୀର ଚା ବିକ୍ରି ପାଇଁ ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ । ଆଜି, ତାଙ୍କର ଚା ଏବଂ ତାଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପ୍ରଭାକର କୁହନ୍ତି ଯେ ଡାଲି ବସ୍ତା ତଳେ ଶୋଇବା ଠାରୁ ଆମେରିକାରେ ଚା ବିକ୍ରି କରିବା ପର୍ଯ୍ୟନ୍ତ ଯାତ୍ରା ସହଜ ନଥିଲା, କିନ୍ତୁ ଏବେ ସେ 'ଚା ବାଲା' ହୋଇ ଶାନ୍ତି ପାଉଛନ୍ତି ।

ପଢନ୍ତୁ ଏହି ଖବର: ଜଣଙ୍କୁ ବାହା ହୋଇ ମନ ନଭରିଲେ ଆଉ ଜଣଙ୍କୁ ବାହା ହେଉଛନ୍ତି IAS

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Story: ଚାକିରି ଗଲା…କିନ୍ତୁ ଆମେରିକାରେ ଚା ବିକ୍ରି କରି ହେଲେ ଭାଇରାଲ | Argus News