ମୋଦୀ ଆହୁରୀ ମଧ୍ୟ କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ ଓଡ଼ିଶାବାସୀ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଚିକିତ୍ସା ମୋଦୀ କରିବେ । ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ବହୁତ ଜରୁରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପୁରା ଦେଶର ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ମୋଦୀ ସରକାର । ଦେଶରେ ୬ କୋଟିରୁ ଅଧିକ ଲୋକ ଏହାର ସୁବିଧା ପାଇଛନ୍ତି । କିନ୍ତୁ ଓଡ଼ିଶାରେ ଏହାର ଲାଭ କେହି ପାଉନାହାନ୍ତି । କାରଣ ବିଜେଡି ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହିଁ । ବାହାର ରାଜ୍ୟରେ ରହୁଥିବା ଓଡ଼ିଆ ଲୋକଙ୍କୁ ମାଗଣାରେ ଚିକିତ୍ସା ମିଳିପାରୁନାହିଁ । ଏଥିପାଇଁ ଦାୟୀ କିଏ ବୋଲି ପଚାରିଛନ୍ତି ମୋଦୀ।
ମୋଦୀ ଆହୁରୀ ମଧ୍ୟ କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ ଓଡ଼ିଶାବାସୀ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଚିକିତ୍ସା ମୋଦୀ କରିବେ । ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ବହୁତ ଜରୁରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବାତ୍ୟା ନେଇ କୌଣସି ଆକଳନ କରାଯାଇ ନଥିବା ନେଇ ପାଣିପାଗ ବିଭାଗର ସୂଚନା । ମାତ୍ର ଆଗାମୀ 22 ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ 24ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି l ପ୍ରାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ।
22 ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣପାଗ ବିଭାଗ ସୂଚନା ଦେଇଛି । ତେବେ ଆସନ୍ତା ୨୧ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବଭାବିକ ଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାରେ ଉଷ୍ମ ଆଦ୍ର ତାପମାତ୍ରା ପରିଲକ୍ଷିତ ହେବ ସହ ଦିନ ସମୟରେ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେବ। ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ଦୁଇରୁ ତିନି ଦିନ ଯାଏଁ କାଳବୈଶାଖୀର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ପୂର୍ବରୁ ଟ୍ୱିଟର ଡଟ୍ କମ୍ ମାରୁଥିଲେ ଖୋଲୁଥିଲା କିନ୍ତୁ ବର୍ତ୍ତମାନ ଏହା ସ୍ୱୟଂଚାଳିତ ଭାବରେ x.com ହୋଇଯାଇଛି। ଏହିପରି ୨୦୨୨ରେ ଏଲୋନ୍ ମସ୍କ ଦ୍ୱାରା କିଣାଯାଇଥିବା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି । ଅନେକ ବଶିଷ୍ଟ୍ୟ ପୂର୍ବରୁ ପରିବର୍ତ୍ତନ ହୋଇସାରିଛି କେବଳ ଗୋଟିଏ ଡୋମେନ୍ ର ନାମ ବାକି ଅଛି, ତାହା ମଧ୍ୟ ବର୍ତ୍ତମାନ ପରିବର୍ତ୍ତନ କରାଯାଇଛି । କମ୍ପାନୀର ମାଲିକ ଏଲୋନ୍ ମସ୍କ ନିଜେ ଲୋକଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ସେ X ରେ ଲେଖିଛନ୍ତି ଯେ ବର୍ତ୍ତମାନ ସମସ୍ତ କୋର୍ ସିଷ୍ଟମ୍ ଗୁଡିକ x.com ରେ ଅଛି ।
ଅଉ ଏକ ସୂଚନା ହେଉଛି X ର ଲଗଇନ୍ ପୃଷ୍ଠାର ଏକ କଥା ଦେଖା ହେଉଛି ଯେଉଁଥିରେ ଲେଖା ଅଛି ''ଆମେ ଆପଣଙ୍କୁ କହୁଛୁ ଯେ ଆମେ ଆମର URL ପରିବର୍ତ୍ତନ କରୁଛୁ କିନ୍ତୁ ଆପଣଙ୍କର ଗୋପନୀୟତା ଏବଂ ତଥ୍ୟ ସୁରକ୍ଷା ସେଟିଂସମୂହ ସମାନ ରହିବ।'ସୂଚନାଯୋଗ୍ୟ ଯେ ଅକ୍ଟୋବର ୨୦୨୨ ରେ ଏଲୋନ୍ ମସ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର କିଣିଥିଲେ। ଏହାକୁ କିଣିବା ପାଇଁ ସେ ୪୪ ବିଲିୟନ ଡଲାର ଦେଇଥିଲେ। ଯେହେତୁ ଏଲୋନ୍ ମସ୍କ ଟ୍ୱିଟରକୁ ନିଜର କରିଛନ୍ତି ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ କରାଯାଇଛି ।
କ’ଣ ପରିବର୍ତ୍ତନ ହେଲା
ପୂର୍ବରୁ ବ୍ଲୁ ଟିକ୍ ମାଗଣାରେ ଉପଲବ୍ଧ ଥିଲା କିନ୍ତୁ ଏଲୋନ୍ ମସ୍କ ଏହାକୁ ଦେୟ ପ୍ରଦାନ କରିଥିଲେ । ଯଦି ଆପଣ ଏକ ଲାପଟପ୍ କିମ୍ବା କମ୍ପ୍ୟୁଟର ବ୍ୟବହାରକାରୀ ତେବେ ଆପଣ ପ୍ରତି ମାସରେ ୬୫୦ ଟଙ୍କା ପାଇଁ ବ୍ଲୁ ସବସ୍କ୍ରିପସନ୍ ପାଇବେ । ମୋବାଇଲ୍ ପାଇଁ ସବସ୍କ୍ରିପସନ୍ ଚାର୍ଜ ହେଉଛି ୯୦୦900 ଟଙ୍କା । ପୂର୍ବରୁ ବିନା ସବସ୍କ୍ରିପସନ୍ ଉପଭୋକ୍ତାମାନେ ଟ୍ୱିଟ୍ ସଂସଧନ କରିପାରୁଥିଲେ କିନ୍ତୁ ବର୍ତ୍ତମାନ ସେମାନେ କରିପାରିବେ ନାହିଁ ।
ଏହି ପୋଷ୍ଟର ସୀମା ପୂର୍ବରୁ ୨୮୦ ଥିଲା ଯାହାକୁ ୨୫,୦୦୦ କୁ ବୃଦ୍ଧି କରାଯାଇଛି । ଅର୍ଥ ବର୍ତ୍ତମାନ ଆପଣ ଏହା ଉପରେ ପ୍ରବନ୍ଧ ମଧ୍ୟ ଲେଖିପାରିବେ । ବର୍ତ୍ତମାନ ପୋଷ୍ଟ ପ ଢିବା ଉପରେ ମଧ୍ୟ ଏକ ସୀମା ଧାର୍ଯ୍ୟ କରାଯାଇଛି। ଜଣେ ସାଧାରଣ ଉପଭୋକ୍ତା ଗୋଟିଏ ଦିନରେ କେବଳ ଏକ ହଜାର ପୋଷ୍ଟ ଦେଖିପାରିବେ ।ଯେଉଁମାନେ ପେଡ୍ ସବସ୍କ୍ରିପସନ୍ ନେଉଛନ୍ତି ସେମାନେ ଦିନକୁ ୧୦ ହଜାର ପୋଷ୍ଟ ପଢିପାରିବେ
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନ ପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ କରିବା ସକାଶେ ନିଜର ଭିଟାମାଟି ଓ ଆତ୍ମୀୟ ସ୍ବଜନଙ୍କୁ ଛାଡି କାମ କରିବାକୁ ଲୋକ ମାନେ ଯାଆନ୍ତି ବାହାର ରାଜ୍ୟକୁ କିମ୍ବା ବିଦେଶକୁ। ବେଳେବେଳେ ସମୟ ଚକ୍ରରେ ପଡି ସେଠାରେ ହଇରାଣ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତ ପୁଣି କେତେବେଳେ ସେମାନଙ୍କ ମୃତ ଶରୀର ଫେରେ ଗାଁ କୁ। ଏମିତି ଏକ ଦୁଃଖଦ ଖବର ଆସି ପହଞ୍ଚିଛି ବାହାରିନରୁ।
ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନଙ୍କ ଏକ ମାତ୍ର ରୋଜଗାରିଆ ପୁଅ ସାଗର ପ୍ରଧାନଙ୍କ ମୃତ୍ୟୁ ଖବର ଆସି ପହଞ୍ଚିବା ପରେ ଗାଁରେ। ସାଗର ଶ୍ରମିକ ଭାବେ ରୋଜଗାର କରିବାକୁ ଯାଇ ମୃତ୍ୟୁବରଣ କରିଥିବା ଦୁଃଖଦ ଖବର ବାଗଲପୁର ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା। ପରିବାର ଉପରେ ଥିବା 9 ଲକ୍ଷ ଟଙ୍କାର ଋଣ ବୋଝରୁ ମୁକୁଳିବା ପାଇଁ ବାପା କାର୍ତ୍ତିକ ପ୍ରଧାନ ଦାଦନ ଖଟିବା ପାଇଁ ମାଳଦ୍ବୀପ ଯାଇଥିବା ବେଳେ ଏକ ମାତ୍ର ପୁଅ ରୋଜଗାର କରିବା ପାଇଁ ଯାଇ ଶବ ହୋଇ ଭିଟା ମାଟିକୁ ଫେରିଛି।
ତାର ମୃତ ଦେହକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଅର୍ଗସରେ ପ୍ରଥମେ ଓ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା। ଦୀର୍ଘ ୧୪ ଦିନ ପରେ ଗାଁରେ ଆସି ପହଞ୍ଚିଲା ମୃତ ଶରୀର। ଆମେ ଯେତେବେଳେ ପହଞ୍ଚି ଥିଲୁ ବାଗଲପୁର ଗ୍ରାମରେ ସେତେବେଳେ ଗାଁ ଶ୍ମଶାନରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଶ୍ମଶାନ। ଯେତେବେଳେ କଫିନରୁ ଶବକୁ କଢାଗଲା ,ଦେଖିବାକୁ ମିଳିଥିଲା ,ଶରୀରର କୌଣସି ସ୍ଥାନରେ କଟା ଦାଗଟିଏ ବି ନାହିଁ। ବିନା ବ୍ୟବଚ୍ଛେଦରେ ଅଣାଯାଇଥିବା ଅଭିଯୋଗ କରିଥିଲେ ଗାଁ ଓ ପରିବାର ଲୋକେ। ସାଗରକୁ ସେଠାରେ ମାରି ଦିଆଯାଇଥିବା ଅଭିଯୋଗ ମଧ୍ୟ କରିଥିଲେ।
ଖଲ୍ଲିକୋଟ ଦାନା ପାଇଁ ଦାଦନ ଗଡ଼ରେ ପରିଣତ ହେଲାଣି ଓ ଗତ ପାଞ୍ଚ ବର୍ଷରେ ଖଲ୍ଲିକୋଟ ବ୍ଲକରେ ରୋଜଗାର ପାଇଁ ଦାଦନ ଖଟି 50ରୁ ଉର୍ଦ୍ଧ୍ବ ଶବ ହୋଇ ଭିଟାମାଟିକୁ ଫେରିଥିବା ବେଳେ ଏଥି ପ୍ରତି ସରକାର କିମ୍ବା ରାଜନେତା ମାନେ କୌଣସି ପଦକ୍ଷେପ ନେଉନାହାନ୍ତି ଏହା ଏକ ଦୁଃଖ ଓ ପରିତାପର ବିଷୟ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର