ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ। ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ବୁଧବାର କୋର୍ଟ କେଜ୍ରିୱାଲଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିନଥିବାବେଳେ ଆଜି ପୁଣି ଶୁଣାଣି ହେବାକୁ ଯାଉଛି ।
ଇଡି ବିରୋଧରେ କେଜ୍ରିୱାଲଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୩ରେ ହେବ। ସେ ଯାଏ କେଜ୍ରିୱାଲ ଇଡି ହେପାଜତରେ ରହିବେ। ଅବକାରୀ ନୀତି ଦୁର୍ନୀତିରେ କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରି ୨୮ ଯାଏ ରିମାଣ୍ଡରେ ନେଇଥିଲା । ଏହାକୁ କେଜ୍ରିୱାଲଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।
ଅଧିକ ପଢନ୍ତୁ ଭାରତ ଖବର