ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟକ ସୋମ ଦତ୍ତ ବିଟ୍ଟୁ, କୃଷି ପାଇଁ ସତ୍ୟନାରାୟଣ ବେଲେରୀ, ବରିଷ୍ଠ ସାମ୍ବାଦିକ ହୌର୍ମୁସଜି ଏନ.କାମାଙ୍କୁ ପଦ୍ମଭୂଷଣ, ସତ୍ୟବର୍ତ୍ତ ମୁଖାର୍ଜୀଙ୍କୁ ମରୋଣୋତ୍ତର ପଦ୍ମଭୂଷଣ, ବରିଷ୍ଠ ଅଭିନେତ୍ରୀ ବୈଜୟନ୍ତୀମାଲା ଓ ଅଭିନେତା ଚିରଞ୍ଜୀବିଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ଖେଳ କ୍ଷେତ୍ରରେ ଯୋଗଦାନ ପାଇଁ ଜୋଶନା ଚିନ୍ନପାଙ୍କୁ ପଦ୍ମଶ୍ରୀ, ଆଣ୍ଡାମାନ ଓ ନିକୋବରର ମହିଳା କୃଷକ କେ.ଚେଲ୍ଲାମ୍ମଲଙ୍କୁ କୃଷି ପାଇଁ ପଦ୍ମଶ୍ରୀ, ମୂର୍ତ୍ତି ନିର୍ମାଣକାରୀ ଏ.ବେଲୁ ଆନନ୍ଦ ଚାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମେ' ୨୨ ତାରିଖ ସୁଦ୍ଧା ଏହା ପଶ୍ଚିମବଙ୍ଗଗ ଦିଗକୁ ଗତି କରି କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ମେ' ୨୪ ତାରିଖରେ ଏହା ବଙ୍ଗୋପ ସାଗରର କେନ୍ଦ୍ରୀୟ ଇଲାକାରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।
ମେ' ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଖପାଖ ଅଞ୍ଚଳକୁ ବିସ୍ତାର କରିବ । ମେ' ୨୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହି ସମୟରେ ମତ୍ସଜୀବୀମାନଙ୍କୁ ସମଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହାସହ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି ସେମାନେ ଯଥାଶୀଘ୍ର ସ୍ଥଳଭାଗକୁ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ପୁରୀ: ରତ୍ନ ଭଣ୍ଡାର ଚାବି ପଳାଇଛି କି ତାମିଲନାଡୁ ? ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ । ତାମିଲନାଡୁକୁ ରତ୍ନଭଣ୍ଡାର ଚାବି ନେଇଛି କିଏ ? । ନାଁ ନ ନେଇଥିଲେ ବି ପାଣ୍ଡିଆନଙ୍କ ଆଡକୁ ଇଙ୍ଗିତ କଲେ ମୋଦି । 24 ନିର୍ବାଚନର ରତ୍ନ ଭଣ୍ଡାର ହୋଇଛି ଲୋକଙ୍କ ପାଇଁ ବଡ ପ୍ରସଙ୍ଗ । ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାର ସତ ସାମ୍ନାକୁ ଆସିବା ସହ କାହାକୁ ଛଡାଯିବନି କହିଲେ ପିଏମ୍ । କୁଆଡ଼େ ଗଲା ରତ୍ନଭଣ୍ଡାରର ଅସଲି ଚାବି। ଚାବି ତାମିଲନାଡ଼ୁକୁ ଯାଇଛି ବୋଲି କହି ଆଜି 25 ବର୍ଷର ବିଜେଡି ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ମୋଦି..କଟକ ସଭା ମୋଦିଙ୍କ ଏ ମନ୍ତବ୍ୟ ତାମିଲ ଗୁମାସ୍ତା ବିବାଦରେ ନୂଆ ଟୁଇଷ୍ଟ ଆଣିଛି। ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାରର ରାଜ ଖୋଲିବା ସହ ଦୋଷୀଙ୍କୁ ଦଣ୍ଡର କଡା ଚେତାବନୀ ଦେଇଛନ୍ତି ମୋଦି।
ପୂର୍ବରୁ ବୁଦ୍ଦିଜୀବି କହିଥିଲେ କାଞ୍ଚିବିଜୟର ବଦଲା ନେଉଛନ୍ତି ପାଣ୍ଡିଆନ। କାଞ୍ଚିମାନେ ତାମିଲନାଡୁ...ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିଥିଲେ। ହୀରା-ନୀଳା-ମୋତି-ମାଣିକ ଆଣି ମହାପ୍ରଭୁଙ୍କୁ ସମର୍ପି ଦେଇଥିଲେ...ସେ ରତ୍ନକୁ ଷଡଯନ୍ତ୍ର କରି ପାଣ୍ଡିଆନ ଡୁପ୍ଲିକେଟ ଚାବିରେ ଭଣ୍ଡାର ଖୋଲି। ଆଜି ମୋଦିଙ୍କ ମନ୍ତବ୍ୟ ପରେ ଏ ପ୍ରସଙ୍ଗରେ ଅଧିକ ଆକ୍ରମଣତ୍କମ ହୋଇଛି ବିଜେପି। ପୂର୍ବରୁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଅମିତ ଶାହା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନେଇଥିଲେ କଡା ଆଭିମୁଖ୍ୟ.. ବିଶ୍ବଶର୍ମା ଜୁନ 10 ସୁଦ୍ଦା ଚାବି ଫେରାଇବାକୁ ଦେଇଥିଲେ ଅଲିଟିମେଟମ
ଅଧିକ ପଢନ୍ତୁ ଓଡ଼ିଶା ଖବର