ବଙ୍ଗାଲରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି କଂଗ୍ରେସ ଧର୍ମ ଆଧାରରେ ସଂରକ୍ଷଣ ଲାଗୁ କରିବାକୁ ଚାହୁଁଛି କଂଗ୍ରେସ । ସେଥିପାଇଁ ଏସସି, ଏସଟି ଏବଂ ଓବିସିଙ୍କ କୋଟା ଛଢାଇ ନେଇ ଜେହାଦି ଭୋଟ ବ୍ୟାଙ୍କ ବା ମୁସଲମାନମାନଙ୍କୁ ଦେବାକୁ ଚାହୁଁଛି । ଦଳିତ ଓବିସି ଏବଂ ଆଦିବାସୀ ଯେଉଁମାନେ କଂଗ୍ରେସ ସହ 50 ବର୍ଷ ଧରି ରହିଲେ ସେମାନେ ଏବେ ମୋଦିଙ୍କୁ ସମର୍ଥନ ଦେଉଛନ୍ତି । ସେଥିପାଇଁ ସେମାନଙ୍କୁ ଦଣ୍ଡିତ କରିବାକୁ ଚାହୁଁଚି କଂଗ୍ରେସ । ତେଣୁ ସଂରକ୍ଷଣ ଛଡାଇ ନେଉଛି । କର୍ଣ୍ଣାଟକରେ ଏହି ପ୍ରକ୍ରିୟା ଆରମ୍ଭ କରିଦେଇଛି କଂଗ୍ରେସ । ଖାସ କରି ଏଥିପାଇଁ ବିରୋଧିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ 3ଟି ଚ୍ୟାଲେଂଜ ଦେଇଛନ୍ତି ମୋଦି । ଯେ ପର୍ଯ୍ୟନ୍ତ ମୋଦି ଅଛନ୍ତି କଂଗ୍ରେସକୁ ଲୁଟିବାକୁ ଦେବ ନାହିଁ ବୋଲି ସେ କହିଛନ୍ତି ।
ଆମେଥିରେ ହାତ ଟେକିଦେଲେ ଗାନ୍ଧି ପରିବାର । ଏବେ ରାଏବରେଲୀ ଭରସା । ଆଜି ଏଆଇସିସି ପକ୍ଷରୁ ଶେଷ ମୁହୂର୍ତ୍ତରେ ରାଏବରେଲି ଓ ଆମେଥି ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଉତ୍ତରପ୍ରଦେଶର ରାଏବରେଲୀରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ନାମାଙ୍କନ ଭରିଛନ୍ତି । ପିଏମ ମୋଦିଙ୍ କଟାକ୍ଷ, ଓ୍ବାଇନାଡାରୁ ରାହୁଲ ହାରିବେ। ତେଣୁ ଓ୍ବାଇନାଡାରେ ଭୋଟିଂ ଶେଷ ହେବା ପରେ ଆଉ ଗୋଟିଏ ସିଟ ଉପରେ ରାହୁଲଙ୍କ ନଜର ଥିଲା । ପିଏମ କହିଛନ୍ତି, ଆମେଥି କୁ ନେଇ ଏତେ ଭୟଭୀତ ଯେ ରାହୁଲ ଏବେ ରାୟବରେଲି ମୁହାଁ` 2024 ମହାଲଢେଇରେ କିଶୋରୀ ଲାଲ ଶର୍ମା ଲଢିବେ ଆମେଥିରୁ । ଗତ ନିର୍ବାଚନରେ ରାହୁଲ ଆମେଥିରୁ ଲଢିଥିଲେ । ରାହୁଲଙ୍କୁ ହରାଇଥିଲେ ବିଜେପି ନେତା ସ୍ମୃତି ଇରାନୀ ।
ଅଧିକ ପଢନ୍ତୁ ଭାରତ ଖବର