ସେନା ସୂଚନା ଅନୁସାରେ ମୃତ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନ କମାଣ୍ଡୋ ଓ ଲସ୍କର କମାଣ୍ଡର ସାମିଲ। ଅନ୍ୟ ଆତଙ୍କବାଦୀଙ୍କୁ ଧରିବାକୁ ଅପରେସନ ଜାରି ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ବଡ଼ ସଫଳତା। ଦକ୍ଷିଣ କାଶ୍ମୀର କୁଲଗାମରେ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ସଫା। ଆଉ କିଛି ଲସ୍କର ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ ।
ସେନା ସୂଚନା ଅନୁସାରେ ମୃତ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନ କମାଣ୍ଡୋ ଓ ଲସ୍କର କମାଣ୍ଡର ସାମିଲ। ଅନ୍ୟ ଆତଙ୍କବାଦୀଙ୍କୁ ଧରିବାକୁ ଅପରେସନ ଜାରି ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାରେ ମୋଦି ଧମାକା । ଆଜି ସକାଳୁ ସକାଳୁ ରାଜଭବନରୁ ବାହାରି ପୁରୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିବେ ମୋଦି। ମହାପ୍ରଭୁଙ୍କ ଦର୍ଶନ କରି ସାରିବା ପରେ ବଡ଼ଦାଣ୍ଡରୁ ଆରମ୍ଭ କରିବେ ରୋଡ଼ ସୋ । ପୁରୀରେ ରୋଡ଼ ସୋ ସରିବା ପରେ ଅନୁଗୋଳ ଓ କଟକରେ ଜନସଭାକୁ ସମ୍ବୋଧିତ କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ତଥା ବାତ୍ୟାର ରୂପ ନେବାର ସମ୍ଭାବନା ସୃଷ୍ଟି ହୋଇଛି । ବିଶ୍ବର ବିଭିନ୍ନ ପାଣିପାଗ ମଡେଲ୍ ଏନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ।
ତେବେ ଏହି ଘୂର୍ଣ୍ଣିବଳୟ ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ, ଏହା ସୃଷ୍ଟି ହେବା ପରେ ଯାଇ କେଉଁ ଦିଗରେ ଗତି କରିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଆଇଏମ୍ଡି ଜିଏଫ୍ଏସ୍ ମଡେଲ ଅନୁସାରେ ୨୧ତାରିଖରେ ତାମିଲନାଡୁ ନିକଟରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୩/୨୪ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ରୂପନେବ । ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ-ମିଆଁମାର ମୁହାଁ ହେବ ବୋଲି ଆକଳନ କରାଯାଇଛି ।
ଅଧିକ ପଢନ୍ତୁ ପାଣିପାଗ ଖବର
ତେବେ ଜିଏଫଏସ(ଆମେରିକୀୟ ମଡେଲ) ଅନୁଯାୟୀ ୨୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କରିବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପ ଏବଂ ୩୬ ଘଣ୍ଟା ପରେ ଅବପାତରେ ପରିଣତ ହୋଇପାରେ । ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ, ଯାହାକି ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ମୁହାଁ ହୋଇପାରେ ବୋଲି ଜଣା ପଡିଛି ।
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍, ପଶ୍ଚିମବଙ୍ଗରେ ୭ଟି, ବିହାରରେ ୫ଟି, ଝାଡଖଣ୍ଡରେ ୩ଟି, ଓଡିଶାରେ ୫ଟି, ଜାମ୍ମୁ-କାଶ୍ମୀର ଓ ଲଦାଖରେ ଗୋଟିଏ ଲେଖାଁଏ ଆସନରେ ପଡ଼ିବ ଭୋଟ୍ ।
ଅଧିକ ପଢନ୍ତୁ ଭାରତ ଖବର
ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ସର୍ବାଧିକ ମୋଟ ୧୪ଟି ଆସନରେ ହେବ ଭୋଟିଂ । ୟୁପିରେ ହେବାକୁ ଥିବା ଏହି ଆସନ ମଧ୍ୟରୁ ୨୦୧୯ ନିର୍ବାଚନରେ ବିଜେପି ୧୩ଟି ଆସନରେ ଜିତିଥିବା ବେଳେ କେବଳ ରାୟବରେଲି ଆସନ କଂଗ୍ରେସ ଖାତାକୁ ଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧ ଚାରୋଟି ପର୍ଯ୍ୟାୟରେ ମୋଟ୍ ୩୭୯ ଆସନରେ ଭୋଟିଂ ସରିଛି । ବାକି ଆସନରେ ମେ ୨୦, ମେ ୨୫ ଓ ଜୁନ ପହିଲାରେ ହେବ ଭୋଟ ଗ୍ରହଣ ।