ପିଲାଙ୍କୁ ନେଇ ହୀନ ରାଜନୀତି କରୁଛି ବିଜେଡି । ପିଲାଙ୍କୁ ନେଇ ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର । ନୂଆ ଓ' ମେଧାବୃତ୍ତି ନେଲ, ଏବେ ଭୋଟ୍ ଦିଅ । କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ ବାଧ୍ୟ କରାଯାଉଛି । କିନ୍ତୁ ଏଇଠି ପ୍ରଶ୍ନ, ଛାତ୍ରବୃତ୍ତି ପାଇଥିବା ମେଧାବୀ ଛାତ୍ର କାହିଁକି ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ଦେବେ ? ଜଣେ କି ଦୁଇ ଜଣଙ୍କୁ ନୁହେଁ ବରଂ ଏମିତି ଫୋନ୍ କଲ୍ ଏବେ ରାଜ୍ୟର ଅନେକ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି । ଯେଉଁଥିରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରାଯାଉଛି । ପ୍ରଲୋଭନ ମଧ୍ୟ ଦିଆଯାଉଛି, ଆହୁରି ଅଧିକ ମେଧାବୃତ୍ତି ପାଇଁ ।
ନିର୍ବାଚନ ପୂର୍ବରୁ ବିଜେଡିର ଯୋଜନା କରିବା ଷ୍ଟାଇଲ ଏବେର ନୁହେଁ ବରଂ ବହୁ ପୁରୁଣା । ହେଲେ ରାଜ୍ୟ ସରକାର ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଯୁକ୍ତ ତିନି ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ମେଧାବୃତ୍ତି ପ୍ରଦାନ କରିଛନ୍ତି ଏଇ ଦୁଇମାସ ତଳେ । ତେବେ ଏଠି ପ୍ରଶ୍ନ, ମେଧାବୃତ୍ତି କ'ଣ ନୂଆ ଭୋଟରଙ୍କୁ ଆତ୍କୃଷ୍ଟ କରିବା ପାଇଁ ଥୋପ ଥିଲା କି ? ଆଉ ଏ ପ୍ରଲୋଭନରେ ବିଜେଡି କଣ ଯୁବ ଭୋଟରଙ୍କୁ ଆକର୍ଷିତ କରିପାରିବ ? କାରଣ ରାଜ୍ୟରେ ୭ଲକ୍ଷ ୫୪ ହଜାର ହେଲେ ନୂଆ ଭୋଟର । ପୂରା ଦେଶରେ ମୋଦିଙ୍କ ଲୋକପ୍ରିୟତା ବଢୁଥିବାରୁ ଭୋଟ୍ ପାଇଁ ଫନ୍ଦି କରୁନି ତ ବିଜେଡି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।