କାରଣ ନିରୀହ ଆଦିବାସୀମାନଙ୍କୁ ମିଛ କହି ଭଡକାଇଛନ୍ତି ପ୍ରଦୀପ ମାଝୀ । ସମାଜକୁ ଭାଗ ଭାଗ କରିବା ପାଇଁ ଉଦ୍ୟମ କରିଛନ୍ତି ପ୍ରଦୀପ ମାଝୀ । ଯାହା ଏକ ଅପରାଧ । ଏଭଳି କରିବା ପାଇଁ ବିଜେଡ଼ି ନେତା ପାଣ୍ଡିଆନଙ୍କ ପ୍ରଚ୍ଛଦ ହାତ ଅଛି ବୋଲି ଅଭିଯୋଗ କରିଛି ବିଜେପି । ତେଣୁ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି ବିଜେପି । ନିର୍ବାଚନ ପ୍ରଚାରରୁ ପାଣ୍ଡିଆନଙ୍କୁ ବାହାର କରାଯାଉ ବୋଲି ବିଜେପି ଦାବି କରିଛି ।
ବିଜେଡ଼ି ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ନିର୍ବାଚନ ଜିତିବା ପାଇଁ ସରକାରୀ କଳ, ବଳ ବ୍ୟବହାର କରୁଛି ବିଜେଡ଼ି । ଯାହା ବିରୋଧରେ 104ଟି ଅଭିଯୋଗ ପତ୍ର ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । 17 ଜଣ ସରକାରୀ କର୍ମଚାରୀ ନିଲମ୍ବନ ଅଥବା ବହିଷ୍କାର କରାଯାଇଛି । ଆଇଏଏସ, ଆଇପିଏସ, ଓପିଏସ ଏବଂ ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ବଦଳି କରାଯାଇଛି । ମିଶନ ଶକ୍ତି ମୁଖ୍ୟ ଅର୍ଥାତ ସଚିବଙ୍କ ଉପରେ ମଧ୍ୟ ଇସିଆଇ ଆକ୍ସନ ନେଇଛନ୍ତି । ହେଲେ କିଛି ଅଧିକାରୀଙ୍କୁ ନେଇ ଅଭିଯୋଗ ପରେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ କାର୍ଯ୍ୟରେ ରଖିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...