Quick click add media ଜରିଆରେ ଓଡ଼ିଶାର ଏକାଧିକ ଜିଲ୍ଲାର ଲୋକଙ୍କୁ ଠକେଇ କରିଛନ୍ତି । ଓଡ଼ିଶାରୁ ପାଖାପାଖି ୨ କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଏଲଇଡିରେ ବିଜ୍ଞାପନ ନାମରେ ୨ କୋଟି ଟଙ୍କା ଠକେଇ କରିଛନ୍ତି ଦମ୍ପତି। ଘଟଣାରେ ସ୍ବାମୀ ଫେରାର ହୋଇଯାଇଥିବାବେଳେ ସ୍ତ୍ରୀକୁ ଗିରଫ କରିଛି ପୋଲିସ। ଗିରଫ ମହିଳା ହେଲେ ରାମି ଭୂୟାଁ ଓରଫ ରମି ପୃଷ୍ଟି । ମୁମ୍ବାଇର ଏକ ବିଲ୍ଡର ଅଫିସରେ କାମ କରୁଥିଲେ ।
Quick click add media ଜରିଆରେ ଓଡ଼ିଶାର ଏକାଧିକ ଜିଲ୍ଲାର ଲୋକଙ୍କୁ ଠକେଇ କରିଛନ୍ତି । ଓଡ଼ିଶାରୁ ପାଖାପାଖି ୨ କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଟକ: ମଦ୍ୟପ ଯୁବକଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ । ବାଙ୍କୀ ଥାନା ସାହାଡ଼ାପଦା ଗାଁରେ ଶିଲୁ ସ୍ୱାଇଁ ନାମକ ଯୁବକ ସେହି ଗାଁ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ବାଙ୍କୀ ଡ଼ାକ୍ତର ଖାନା ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଶିଲୁ ସ୍ୱାଇଁ ନାଁରେ ମଦ୍ୟ ପାନ କରି ଗାଳି ଗୁଲଜ କରିବା ସହିତ ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରୁଥିବା ଥାନାରେ ଅଭିଯୋଗ ହୋଇଥିଲା ।
ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନେ ନେଇ ନଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଥାନା ସମ୍ମୁଖରେ ଧାରଣା ଦେଇଥିବା ଗ୍ରାମବାସୀଙ୍କୁ ଉଠିଯିବାକୁ ଧମକ ଦେଉଛନ୍ତି ବାଙ୍କୀ ଥାନା ଅଧିକାରୀ ଶିବ ଚରଣ ବେହେରା । ସେପଟେ ଅଭିଯୁକ୍ତ ଶିଲୁ ସ୍ବାଇଁଙ୍କୁ ଗିରଫ କରା ନ ଗଲେ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ : ପୁରୀରେ ଭକ୍ତଙ୍କ ପାଇଁ କରାଗଲା କାରପେଟର ବ୍ୟବସ୍ଥା । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଡହ ଡହ ଖରାରେ କଲବଲ ହେଉଥିବା ଭକ୍ତଙ୍କ ପାଇଁ କାରପେଟ୍ ବ୍ୟବସ୍ଥା କରିଛି ପ୍ରଶାସନ । ଉତ୍ତର ଦ୍ବାର ନିକଟରୁ ଏକ ସରୁ କାରପେଟ୍ ବିଛା ଯାଇଥିବାବେଳେ ସିଂହଦ୍ଵାର ବ୍ୟାରିକେଟ୍ ବାହାର ମଧ୍ୟ ଏକ କାରପେଟ୍ ବିଛା ଯାଇଛି । ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବାବେଳେ ଅଳ୍ପ କିଛି ଭକ୍ତ ଏଥିରେ ଉପକୃତ ହେଉଛନ୍ତି ।
ଅଧିକ ପଢନ୍ତୁ : ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କରିଛନ୍ତି ବିଜେଡି ସରକାର
ମାତ୍ର ପର୍ଯ୍ୟାପ୍ତ ପରିମାଣର କାରପେଟ୍ ବିଛା ଯାଇନଥିବାବେଳେ ପରିକ୍ରମା ପ୍ରକଳ୍ପରେ ମଧ୍ୟ କାରପେଟ୍ ବିଛାନଯିବା ଯୋଗୁଁ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ରାସ୍ତାରେ ଯାଉନାହାନ୍ତି । ଗତ କିଛି ଦିନ ତଳେ ପ୍ରଚଣ୍ଡ ଖରାରେ ଭକ୍ତ କିଭଳି ଅସୁବିଧା ଭୋଗୁଛନ୍ତି, ସେ ନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା । ଖରାରେ ଭକ୍ତଙ୍କ ପାଦ ଫୋଟକା ହେଉଥିବାରୁ ଦୌଡିଦୌଡି ଯିବାର ଦୃଶ୍ୟ ଦେଖାଇବା ପରେ ଚେତିଥିଲା ପ୍ରଶାସନ ।