ପୁରୀ: ପୁରୀର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ବାଲିସାହି ବାରାହୀ ଲେନ୍ ରେ ଝାଡାବାନ୍ତି ଆତଙ୍କ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ଝାଡାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ଅନେକ ଆକ୍ରାନ୍ତ ହୋଇଛନ୍ତି । ପାଣି ପାଇଁ ଡାଇରିଆ ବ୍ୟାପୁଥିବା ଅଭିଯୋଗ ହୋଇଛି । ପାଇପ୍ ପାଖରେ ନଳା ଥିବାରୁ ପାଇପ୍ ଲିକେଜ୍ ହୋଇଥିବା ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସୀନ୍ଦା । ତେବେ ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନିକ ଅଧିକାରୀମାନେ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଭଦ୍ରକ: ସରକାରୀ ନିୟମକୁ ମାନୁ ନାହାନ୍ତି ସରକାରୀ ବାବୁ । ସକାଳ 8ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଝୁଲୁଛି ତାଲା । ବାସୁଦେବପୁର ବ୍ଲକ ଗ୍ରାମପଞ୍ଚାୟତ ବିଭାଗ । ସମୟ 8 ଟା । ଏ ଘଣ୍ଟାଟି ଲାଗିଛି ବାସୁଦେବପୁର ବ୍ଲକ ପରିସରରେ । 7 ଟାରେ ଖୋଲିବା ତ ଦୂରର କଥା 8 ଟା ପରେ ମଧ୍ୟ ବାସୁଦେବପୁର ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ ତାଲା ଝୁଲୁଛି । ସକାଳୁ ସକାଳୁ ଲୋକଙ୍କର ଭିଡ଼ ଲାଗିଲାଣି । ହେଲେ ସରକାରୀ ବାବୁମାନଙ୍କର ନିଦ ଭାଙ୍ଗିନାହିଁ । ଫଳରେ କାର୍ଯ୍ୟାଳୟରେ ତାଲା ପଡିଛି । କେତେକ ବିଭାଗର ତାଲା ପଡିଥିବାବେଳେ ଆଉ କେତେକ ବିଭାଗରେ କବାଟ ଖୋଲା ଅଛି ହେଲେ ବାବୁ ମାନେ ଆସି ନାହାନ୍ତି।
କେବଳ ଏ ଗୋଟେ ବିଭାଗ ନୁହେଁ । ଏ ହେଉଛି ସେକ୍ସନ ବିଭାଗ ହେଲେ ବିଭାଗର କବାଟ ଖୋଲା ଅଛି ହେଲେ ବାବୁ ଆସି ନାହାନ୍ତି । ଚେୟାର ଟେବୁଲ ଫାଙ୍କା ପଡିଛି । ଆଉ ତା ପାଖକୁ ଲାଗିଛି ମଙ୍ଗଳ ବିଭାଗ ଅଧିକାରୀ । ସେ ବିଭାଗରେ ମଧ୍ୟ ତାଲା । ତା ପାଖକୁ ରହିଛି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ସେଠାରେ ମଧ୍ୟ ତାଲା ପଡିଛି । ମିଶନ ଶକ୍ତି ବିଭାଗର କବାଟ ଖୋଲା ଅଛି ହେଲେ ଭିତରେ ଚେୟାର ଫାଙ୍କା ।
ସେହିପରି ସିଡିପିଓଙ୍କ କାର୍ଯ୍ୟାଳୟ । ସେଠାରେ ଲାଗିଥିବା ଘଣ୍ଟାକୁ ଦେଖନ୍ତୁ । ସାଢ଼େ 7ଟା ବାଯିବାକୁ ବସିଲାଣି । କାର୍ଯ୍ୟାଳୟ ତ ଖୋଲା ହେଇଛି । ହେଲେ ଖୋଦ ମାଡାମ ଙ୍କର ଦେଖା ନାହିଁ । ଚେୟାର ଫାଙ୍କା ପଡିଛି । କେବଳ 2ଜଣ କମ୍ପ୍ୟୁଟର ପିଲାଙ୍କୁ ଛାଡିଦେଲେ ଅନ୍ୟ କର୍ମଚାରୀଙ୍କର ଦେଖା ନାହିଁ । ଏରିଆ ବାହାନା କରି ତାଙ୍କର କର୍ମଚାରୀ ମାନେ ବାହାରେ ରହୁଛନ୍ତି ହେଲେ ଅଫିସକୁ ସଠିକ ସମୟରେ ଆସୁ ନାହାନ୍ତି । ସେହିପରି ବାସୁଦେବପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମାନ ଅବସ୍ଥା । ସାଢ଼େ 7ଟା ବାଯିବାକୁ ବସିଲାଣି । କେବଳ ପିଅନ ଆସିଥିବାବେଳେ ଅଧିକାରୀ ଓ କର୍ମଚାରୀଙ୍କ ଦେଖା ମିଳୁନି । ଯେଉଁଥିପାଇଁ ଲୋକେ ଅଫିସକୁ ଆସି ବାରମ୍ବାର ଫେରୁଛନ୍ତି । ଫଳରେ ଅସନ୍ତୋଷ ଦେଖା ଦେଇଛି ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଉପକୂଳ ଓଡିଶାରେ ସକାଳ 7ଟାରୁ ସକାଳୁଆ ଅଫିସ ଖୋଲାଯାଇ ଦିନ ଗୋଟାଏରେ ବନ୍ଦ ହେବାର ନିୟମ ରହିଛି । ହେଲେ ସରକାରୀ ବାବୁ ମାନେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ସରକାରୀ ନିର୍ଦେଶକୁ ମାନୁ ନାହାନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ପ୍ରତ୍ୟେକଟି ବାପା ମା ଚାହାଁନ୍ତି ତାଙ୍କ ପିଲାମାନେ ବୁଦ୍ଧିମାନ ହୁଅନ୍ତୁ । ଭଲ ପାଠ ପଢି ସମାଜରେ ନାଁ କରନ୍ତୁ । କୁହାଯାଏ ମାଟିକୁ ଆମେ ଯେମିତି ଆକୃତି ଦେବା ସେ ସେମିତି ଆକୃତି ନେବ । ଠିକ୍ ସେହିପରି ଛୋଟ ଛୁଆଙ୍କୁ ଆମେ ଯେମିତି ଲାଳନ ପାଳନ କରି ଗଢିବା ସେମାନେ ମଧ୍ୟ ସେହିଭଳି ବଡ ହେବେ । ନିଜ ଛୁଆଙ୍କୁ ତ ସବୁ ବାପା ମା' ଭଲ ପାଆନ୍ତି ତାଙ୍କ ପାଇଁ ସବୁକିଛି କରନ୍ତି । ହେଲେ କିଛି ଛୁଆ ଭାରି ବୁଦ୍ଧିମାନ ହୋଇଥାନ୍ତି ।
କ'ଣ ଆପଣମାନେ ବି ଚାହୁଁଛନ୍ତି ନିଜ ପିଲାଙ୍କୁ ବୁଦ୍ଧିମାନ କରିବା ପାଇଁ ? ତେବେ ଆପଣାନ୍ତୁ ଏହି ଟିପ୍ସ୍ ....
ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର
୧. ବୁଦ୍ଧିମାନ ପିଲାଙ୍କ ସ୍ଵଭାବରେ ପଜିଟିଭ ଗୁଣ ଥିବା ସହ କାମ କରିବାକୁ ଇଚ୍ଛାଶକ୍ତି ଅଧିକ ଥାଏ । କାମ କରିବାରେ ଆଗରେ ରୁହନ୍ତି ପଛ ଘୁଞ୍ଚା ଦିଅନ୍ତି ନାହିଁ ।
୨. କୌଣସି ବି ପରିସ୍ଥିତିରେ କାମରେ ବାଧା ଆସିଲେ ବି ବୁଦ୍ଧିମାନ ପିଲା ମାନେ ଡରନ୍ତି ନାହିଁ ।
୩. ଖରାପ ପରିସ୍ଥିତିରେ ବି ସଠିକ୍ ନିର୍ଣ୍ଣୟ ନେବାରେ ସକ୍ଷମ ହେଇଥାନ୍ତି ଏହି ପିଲା ମାନେ ।
୪. କାମର ଲାଭ-କ୍ଷତି କେତେ ହେବ ସେ ଉପରେ ଭାବି ଚିନ୍ତା କରି କରନ୍ତି ।
୫. ବୁଦ୍ଧିମାନ ପିଲାଙ୍କ ସ୍ଵଭାବ ସେମାନେ ନିଜକୁ ଭଲ ଭାବରେ ବୁଝନ୍ତି । ଯାହା ଫଳରେ କୌଣସି ବି ଖରାପ ପରିସ୍ଥିତିରେ ନିଜ ଉପରେ ଧୌର୍ଯ୍ୟ ଶକ୍ତି ଅଧିକ ଥାଏ ।
୬. ବୁଦ୍ଧିମାନ ପିଲା ମାନେ କାହା ପ୍ରତି କୌଣସି ପ୍ରକାରର ଇର୍ଷା ଭାବନା ରଖନ୍ତି ନାହିଁ । ସମସ୍ତଙ୍କ ସହ ସହାନୁଭୂତି ଭାବନା ରଖିଥାନ୍ତି ।
୭. ଏହି ପିଲା ମାନେ ବହୁତ ସମୟ ନିଜସ୍ଵ ଚିନ୍ତାଧାରା ଆଣି କାମ କରିଥାନ୍ତି । ସବୁ କାମକୁ ବର୍ଣ୍ଣନା କରି କାମ କରନ୍ତି । ଏସବୁ ପରେ ବି ସେମାନେ ସବୁ ବେଳେ କିଛି ନୂଆ କରିବାର ପ୍ରୟାସରେ ରୁହନ୍ତି ।
୮. ଏହି ପିଲା ମାନଙ୍କୁ ଜାଣିବାର ବହୁତ ଇଚ୍ଛା ଥାଏ । କୌଣସି ଜିନିଷକୁ ଜାଣିବାରେ ବହୁତ ଇଚ୍ଛା ଶକ୍ତି ଥାଏ । ନୂଆ ଆବିଷ୍କାର, ଉଦଭାବନ କରିବାରେ ସଫଳ ହୋଇଥାନ୍ତି ।
୯. ବୁଦ୍ଧିମାନ ପିଲା ମାନେ କୌଣସି ବି ପରିସ୍ଥିତି ସହ ନିଜକୁ ଖାପ ଖୁଆଇ ନିଅନ୍ତି ।
୧୦. ଏହି ପିଲା ମାନେ ଶାନ୍ତ, ସ୍ଥିର ସ୍ଵଭାବର ହୋଇଥାନ୍ତି , ଯାହା ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରେ ।
ଏସବୁ ଉପାୟ କଲେ ଜଣେ ବୁଦ୍ଧିମାନ ହୋଇପାରିବ ।
ଅର୍ଗସ ବ୍ୟୁରୋ: ବିଜେଡିକୁ ସିଧା ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପ୍ରଧାନମନ୍ତ୍ରୀ ଚେହେରା କିଏ ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର । ଲୋକସଭାରେ ପ୍ରତିଦ୍ୱନ୍ଦ୍ଵିତା କରୁଥିବା ଲୋକଙ୍କୁ ପ୍ରଶ୍ନ ସେମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? । `ବିଜେଡିକୁ ଡର ପଶିଗଲାଣି, ବିଜେଡିକୁ ଓଡ଼ିଆ ଲୋକ ଭାଙ୍ଗିଦେବେ' । ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେନି, ଲୋକଙ୍କୁ ଠକିଲେ ଲୋକେ ଭାଙ୍ଗିଦିଅନ୍ତି । ଏଥର ଲୋକେ ବିଜେଡିକୁ ହରାଇ ଭାଙ୍ଗିଦେବେ ବୋଲି କହିଲେ ଧର୍ମେନ୍ଦ୍ର । ସମ୍ବଲପୁର ଯାହା ନିର୍ଣ୍ଣୟ କରିବ ସାରାଦେଶ ଦୋହରାଇବ, ସମ୍ବଲପୁର ମୋଦିଙ୍କ ସାଙ୍ଗରେ ଅଛି । ନରେନ୍ଦ୍ର ମୋଦି ଆମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ।
ଏକତରଫା ଭାବେ ଏଥର 21ରୁ 21ଟି ଲୋକସଭା ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ଦେବେ । 10 ବର୍ଷରେ ଓଡ଼ିଶାକୁ ବ୍ୟାପକ ଅନୁଦାନ ଆସିବା ସହ ବଡ଼ବଡ଼ ପ୍ରକଳ୍ପ ହୋଇଛି । ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା, ଭରସା ବଢ଼ିଛି । `ବିଜେଡି ମୂଳ ପ୍ରଶ୍ନର ଉତ୍ତର ରଖୁନି, ଅଯଥା ଯୁକ୍ତି କରୁଛି' । ଲୋକେ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି, ମେଡିକାଲରେ କାହିଁକି ଡାକ୍ତର ନାହାନ୍ତି ? । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ କହି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ କହି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ଗରିବଙ୍କ ଦୁଃଖ କ'ଣ ଜାଣିଛନ୍ତି ମୋଦି, ତାଙ୍କ ନେତୃତ୍ବରେ ଓଡ଼ିଶାର ଦ୍ରୁତ ବିକାଶ ହେବ।
ଅଧିକ ପଢ଼ନ୍ତୁ ଓଡିଶା ଖବର: