ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019 ପ୍ରତିଶ୍ରୁତି । ପକ୍କାଘର, ଜଳସେଚନ, ଶୀତଳ ଭଣ୍ଡାର, ନିଯୁକ୍ତି ସହ ଶୂନ ପ୍ରତିଶତ କୃଷି ଋଣ ସାଜିଛି ପ୍ରତାରଣା । ବିଜେଡି ଇସ୍ତାହାରକୁ କାଗଜ ଦସ୍ତାବିଜ କହି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ।..
2024 ଇସ୍ତାହାରରେ ଓଡ଼ିଶାବାସୀଙ୍କୁ ନୂଆ ସ୍ବପ୍ନ ଦେଖାଇଛି ବିଜେଡି। ସ୍ବତନ୍ତ୍ର ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର 2 ବର୍ଷ ପୂର୍ବରୁ 2034 ସୁଦ୍ଧା ଓଡିଶାକୁ ଦେଶର 1 ନମ୍ବର ରାଜ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି ଶାସକ ଦଳ।
ଏଥିସହ ସ୍ବତନ୍ତ୍ର ବଜେଟ ଆଣିବ କହି ଯୁବକଙ୍କୁ ଧରାଇଛି ଲଲିପପ୍। ପୁଣି ଦେଖାଇଛି ରୋଜଗାର ଦେବାକୁ ସ୍ବପ୍ନ। ସେପଟେ ବିରୋଧୀଙ୍କ ଅଭିଯୋଗ 2014 ଓ 2019 ଇସ୍ତାହାରରେ ବିଜେଡିର ଗ୍ୟାରେଣ୍ଟି ପାଲଟିଛି ପ୍ରତାରଣା । ବିଜେଡି ନିର୍ବାଚନୀ ଇସ୍ତାହାର ପାଲଟିଛି ମିଛ ପ୍ରତିଶ୍ରୁତିର ପାହାଡ଼।
ବିଜେଡି ଇସ୍ତାହାର କେବଳ କାଗଜର ଦସ୍ତାବିଜ୍ କହି କଟାକ୍ଷ କରିବା ସହ 2019 ଭଳି ଏଥର ମଧ୍ୟ ବିଜେଡି ଲୋକଙ୍କ ସହ ପ୍ରତାରଣା କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପୁରୁଣା ପ୍ରତିଶ୍ରୁତି ପୂରଣ ହବ କହି ବର୍ଷ ପରେ ବର୍ଷ ଗଡ଼ାଇବା ଛଡ଼ା ବିଜେଡି ପାଖରେ ଅନ୍ୟ ଉତ୍ତର ନାହିଁ। ଏବେ ଆସନ୍ତୁ ନଜର ପକାଇବା ବିଜେଡିର ପୁରୁଣା ପ୍ରତିଶ୍ରୁତି କିପରି ପାଲଟିଛି ପ୍ରତାରଣା।
14 ଓ 19 ଇସ୍ତାହାରରେ ବିଜେଡିର କୃଷକ କଲ୍ୟାଣ ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା। କାଳିଆ ଯୋଜନାରେ 1 କୋଟି ଚାଷୀ ବଦଳରେ 44 ଲକ୍ଷ ଦେଇ ଭଣ୍ଡେଇଦେଇଛି ବିଜେଡି । ଶୂନ ପ୍ରତିଶତ କୃଷି ଋଣ ସାଜିଛି ପ୍ରବଞ୍ଛନା ।
ପ୍ରତାରଣା-ନମ୍ବର-2- ଶୀତଳ ଭଣ୍ଡାର
314 ବ୍ଲକରେ ଶୀତଳ ଭଣ୍ଡାର ଓ ସବୁ ପଂଚାୟତରେ ୱେୟାରହାଉସର ପ୍ରତିଶ୍ରୁତି ଦେଇଥିଲା ବିଜେଡି। ହେଲେ ଏବେ କାମ କରୁଛି ମାତ୍ର 36 ଶୀତଳ ଭଣ୍ଡାର।
ପ୍ରତାରଣା-ନମ୍ବର-3- ଜମିକୁ ଜଳସେଚନ
ଜଳସେଚନକୁ ନେଇ ରାଜ୍ୟବାସଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ 314 ବ୍ଲକର 35 ପ୍ରତିଶତ ଜମିରେ ଜଳସେଚନ ସୁବିଧା କରିବାକୁ ଠକି ଦେଇଛି ବିଜେଡି ସରକାର । ଜଳସେଚନ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର
ପ୍ରତାରଣା-ନମ୍ବର-4 - ଶୁଦ୍ଧ ପାନୀୟ ଜଳ ଯୋଗାଣ
ଉଭୟ 2014 ଓ 2019ରେ ଓଡ଼ିଶାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ପ୍ରତିଶ୍ରୁତି ଦେଇଥିଲା ବିଜେଡି ସରକାର। ଏବେ ବି ରାଜ୍ୟର ପ୍ରାୟ 24 ଲକ୍ଷ ପରିବାର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ । ରାଜ୍ୟରେ ଫେଲ ମାରିଛି ବସୁଧା ଯୋଜନା । ଉପାନ୍ତରୁ ଉପକୂଳ ରାଜ୍ୟର ସବୁଠି ବଢିଛି ଜଳକଷ୍ଟ ।
ପ୍ରତାରଣା-ନମ୍ବର-5 - ମୁଣ୍ଡ ଉପରେ ପକ୍କା ଘର
2014 ଇସ୍ତାହାରରେ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘରର ପ୍ରତିଶ୍ରୁତି ଦେଇଥିଲା ବିଜେଡି। ହେଲେ 2024 ଯାଏ ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛି ଦଳ । ବିଜେଡ଼ି ନିର୍ବାଚନୀ ଇସ୍ତାହାରରେ ଓଡ଼ିଶା ଲୋକଙ୍କ ପାଇଁ କଣ ଅଛି ? 2009, 2014, 2019 ପ୍ରତିଶ୍ରୁତି କେତେ ପୂରଣ କରିଛି ବିଜେଡ଼ି ? ଉତ୍ତର ମାଗିଲା ବିଜେପି । 24 ନିର୍ବାଚନରେ ବିଜେପିର 21 ସଂକଳ୍ପ ବନାମ ବିଜେଡିର 24 ଗ୍ୟାରେଣ୍ଟି ମଧ୍ୟରେ ଲଢେଇ । ନିର୍ବାଚନୀ ଇସ୍ତାହାରକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି ।
ଅଧିକ ପଢନ୍ତୁ ଓଡିଶା ଖବର
ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ଆଉ ମୋଦିଙ୍କ ରୋଡ ସୋ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ। ରାଜଧାନୀରେ ରାଜନେତାଙ୍କ ରୋଡ ସୋ ବିଜେପି କାର୍ଯ୍ୟାଳୟରୁ ଆରମ୍ଭ ହୋଇ ବାଣୀବିହାର ପର୍ଯ୍ୟନ୍ତ ଚାଲିବ। ମୋଦିଙ୍କ ସହ ଉପସ୍ଥିତ ଅଛନ୍ତି ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ସଭାପତି ମନମୋହନ ସମାଲ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୋଦି ମୋଦି ନାରାରେ କମ୍ପୁଛି ଜନପଥ।
ଗେରୁଆମୟ ହୋଇଛି ଭୁବନେଶ୍ବର। ଜନପଥ ହୋଇଛି ଲୋକାରଣ୍ୟ। ପିଏମଙ୍କ ରୋଡ ସୋ ଦେଖିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା । ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ଉତ୍ସାହିତ ଗେରୁଆ ଶିବିର। ଭୁବନେଶ୍ବରବାସୀଙ୍କ ମଧ୍ୟରେ ପିଏମଙ୍କ ରୋଡ୍ ଶୋକୁ ନେଇ ପ୍ରବଳ ଉତ୍କଣ୍ଠା।
ଅଧିକ ପଢନ୍ତୁ ଓଡ଼ିଶା ଖବର