କିନ୍ତୁ ଆଜି ପର୍ଯ୍ୟନ୍ତ ସହରର ଡ୍ରେନ ଗୁଡିକ ଯେମିତି ଅବସ୍ଥା ରେ ଥିଲା ସେମିତି ଅବସ୍ଥାରେ ରହିଛି। ଦୋକାନୀଙ୍କ ଠୁ ଆରମ୍ଭ କରି ସ୍ଥାନୀୟ ଲୋକେ ନାହିଁ ନଥିବା ଅବସ୍ଥାରେ ଜୀବନ ବିତାଉଛନ୍ତି। ଅଭିଯୋଗ ପରେ ମଧ୍ୟ୍ୟ ଏନ ଏ ସି କର୍ତ୍ତୃପକ୍ଷ୍ୟ ନିଘଡ଼ ନିଦ୍ରାରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୟୂରଭଞ୍ଜ: ଅଦିନିଆ ବର୍ଷାରେ କରଞ୍ଜିଆ ଉବୁଟୁବୁ। ନାଳ ନର୍ଦ୍ଧମା ଗୁଡିକ ସଫା ନହେବା ଫଳରେ ଦୋକାନ ଗୁଡିକରେ ପଶିଲା ପାଣି। ଗତ ବର୍ଷ ଏମିତି ପାଣି ପଶିବାରୁ ସ୍ଥାନୀୟ ଲୋକେ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପୋପି ପୃଷ୍ଟି ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟ ନହେବାରୁ ସ୍ଥାନୀୟ ଲୋକେ ବଜାର ସମ୍ମୁଖ ରାସ୍ତା କୁ ଅବରୋଧ କରି ଜେଲ ମଧ୍ୟ୍ୟ ଯାଇଥିଲେ।
କିନ୍ତୁ ଆଜି ପର୍ଯ୍ୟନ୍ତ ସହରର ଡ୍ରେନ ଗୁଡିକ ଯେମିତି ଅବସ୍ଥା ରେ ଥିଲା ସେମିତି ଅବସ୍ଥାରେ ରହିଛି। ଦୋକାନୀଙ୍କ ଠୁ ଆରମ୍ଭ କରି ସ୍ଥାନୀୟ ଲୋକେ ନାହିଁ ନଥିବା ଅବସ୍ଥାରେ ଜୀବନ ବିତାଉଛନ୍ତି। ଅଭିଯୋଗ ପରେ ମଧ୍ୟ୍ୟ ଏନ ଏ ସି କର୍ତ୍ତୃପକ୍ଷ୍ୟ ନିଘଡ଼ ନିଦ୍ରାରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼ । ଜଣେ ମହିଳା ପୋଲିସ କର୍ମଚାରୀ ଆହତ ସୂଚନା । evm ମେସିନ ନେଲାବେଳେ ମହିଳା ଓ ଭୋଟରଙ୍କୁ ପୋଲିସର ଲାଠିଚାର୍ଜ ।
ଅଧିକ ପଢନ୍ତୁ : ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲିରେ ହତ୍ୟା
ଭୋଟ୍ ଦେବାକୁ ସୁଯୋଗ ନମିଳିବାରୁ ତାତିଲେ ଲୋକେ । ପୂର୍ବରୁ ବୌଦ୍ଧ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମେ' ୨୨ ତାରିଖ ସୁଦ୍ଧା ଏହା ପଶ୍ଚିମବଙ୍ଗଗ ଦିଗକୁ ଗତି କରି କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ମେ' ୨୪ ତାରିଖରେ ଏହା ବଙ୍ଗୋପ ସାଗରର କେନ୍ଦ୍ରୀୟ ଇଲାକାରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।
ମେ' ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଖପାଖ ଅଞ୍ଚଳକୁ ବିସ୍ତାର କରିବ । ମେ' ୨୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହି ସମୟରେ ମତ୍ସଜୀବୀମାନଙ୍କୁ ସମଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହାସହ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି ସେମାନେ ଯଥାଶୀଘ୍ର ସ୍ଥଳଭାଗକୁ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର