ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭୁବନେଶ୍ବର ମେଫେୟାରରେ ରୁଦ୍ଧଦ୍ଵାର ବୈଠକ । ଦଳର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ କରିବା ପରେ ନଡ୍ଡା ନେଉଛନ୍ତି ବୈଠକ । ବୈଠକରେ ରାଜ୍ୟ ବିଜେପିର ତୁଙ୍ଗ ନେତା ଉପସ୍ଥିତ ଅଛନ୍ତି । ୨୪ ନିର୍ବାଚନ ପାଇଁ ଦଳ ଯେଉଁ ରନନୀତି କରିଛି ତାହା କିଭଳି ୧୪୭ ବିଧାନସଭା ଏବଂ ୨୧ ଲୋକସଭା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି । ବିଜେପିର ନିର୍ବାଚନୀ ଇସ୍ତାହାର କିପରି ରାଜ୍ୟବାସୀଙ୍କ ପାଖରେ ପହଞ୍ଚିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସହିତ ଆଗକୁ ନିର୍ବାଚନକୁ ଯେଉଁ କାର୍ଯ୍ୟକ୍ରମ ରହିଛି । ତାହା କିଭଳି ସଫଳ ହେବ । ତାକୁ ନେଇ ବୈଠକରେ ଆଲୋଚନା ହେଉଥିବା ନେଇ ସୂଚନା ରହିଛି ।
ସେହିପରି ବିଜେପିର ଶୀର୍ଷ ସ୍ତରୀୟ କେନ୍ଦ୍ରୀୟ ନେତା ନିର୍ବାଚନୀ ପ୍ରଚାର ପାଇ ଆଗକୁ ଓଡ଼ିଶା ଗସ୍ତରେ ଆସିବେ। ତାକୁ ନେଇ କଣ ରହିବ ରଣନୀତି ସେ ନେଇ ବୈଠକ ଆଲୋଚନା ହେଇଥିବା ସୂଚନା । ସେହିପରି ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଏବଂ ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ନଡ୍ଡା ।
ଆହୁରି ପଢନ୍ତୁ ରାଜନୀତି ଖବର...