ଅର୍ଗସ ବ୍ୟୁରୋ: ବ୍ରହ୍ମପୁରରେ ପହଞ୍ଚିଲେ ନଡ୍ଡା । ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପହଞ୍ଚିଲେ । ତେବେ ରଙ୍ଗେଇଲୁଣ୍ଡାରୁ ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ନଡ୍ଡା ।
ଅର୍ଗସ ବ୍ୟୁରୋ: ଜିମ୍ ଯାଉଛନ୍ତି କି, ତେବେ ପ୍ରୋଟିନ ପାଉଡର ନିହାତି ପିଉଥିବେ। ତେବେ ଏହି ପ୍ରୋଟିନ୍ ପାଉଡର ସ୍ୱାସ୍ଥ୍ୟ ପାଇଁ ହିତକର ନା ନୁହେଁ, ଜାଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବା। ବର୍ତ୍ତମାନ ସମୟରେ ଦେଖିବାକୁ ମିଳେ ଯୁବକମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ପ୍ରୋଟିନ ପାଉଡର ପଛରେ ଧାଇଁଛନ୍ତି । ପାଉଡରରେ ଅଧିକ ଶର୍କରା, ମିଠା ଯୁକ୍ତ ପୋଷକତତ୍ତ୍ୱ ଥିବାରୁ ଏହା ମଧୁମେହ, ହୃଦରୋଗ ଓ ମେଦ ବହୁଳତା ଭଳି ମାରାତ୍ମକ ସମସ୍ୟା ଆଣିଥାଏ । ଏନେଇ ଆଇସିଏମଆର ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି ।
ଏହା ଅତ୍ୟଧିକ ସେବନ ଦ୍ୱାରା ବୃଦ୍ଧ ବ୍ୟକ୍ତିମାନଙ୍କ ମାଂସପେସୀ ଉପରେ ବିଶେଷ ପ୍ରଭାବ ପଡିଥାଏ ।ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ରିପୋର୍ଟ କହୁଛି। ଗର୍ଭାବସ୍ଥା ସମୟରେ ପୃଷ୍ଟିକର ଖାଦ୍ୟ ବା ଭଲ ସ୍ୱାସ୍ଥ୍ୟ ଲାଗି ପିଲାମାନଙ୍କୁ ସ୍ତନ୍ୟପାନ ସମୟରେ ମହିଳାମାନଙ୍କୁ ପ୍ରୋଟିନ୍ ପାଉଡର ସେବନ ଲାଗି ପରାମର୍ଶ ଦିଆଯାଇଥାଏ । କିନ୍ତୁ ୬ ମାସ ପରେ ଏହାର ସେବନ ହ୍ରାସ କରିବା ଆବଶ୍ୟକ । ଏହା ସହ ପ୍ରଚୁର ଲେମ୍ବୁ ଓ ପନିପରିବା ଖାଇବାକୁ ଆଇସିଏମଆର ପକ୍ଷରୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
ଅର୍ଗସ ବ୍ୟୁରୋ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ତାଙ୍କୁ କିଏ ବା ନଜାଣେ। ହେଲେ ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। କାହିଁକି ନା ଅଲ୍ଲୁଙ୍କ ନାମରେ ମାମଲା ରୁଜୁ ହୋଇଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ଅଲ୍ଲୁ ଅର୍ଜୁନ କରିଛନ୍ତି କଣ ? ଯେଉଁଥି ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଲ୍ଲୁଙ୍କର ଅନେକ ଫ୍ୟାନ ଫଲୋଅର୍ସ ଅଛନ୍ତି । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଶନିବାର ଅଲ୍ଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶର ନନ୍ଦୟାଲ ସ୍ଥିତ ତାଙ୍କ MLA ସାଙ୍ଗ ଘରକୁ ନିର୍ବାଚନ ପାଇଁ ସମର୍ଥନ ଜଣାଇବାକୁ ଯାଇଥିଲେ । ତେବେ YSRCP ପାଇଁ ପ୍ରଚାର କରିଥିବାରୁ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ନେଇ ଏକ ମାମଲା ରୁଜୁ କରାଯାଇଛି ।
ଏଥିମଧ୍ୟରେ ଅଲୁ ଅର୍ଜୁନ ପ୍ରଚାରର ଶେଷ ଦିନରେ ନନ୍ଦୟାଲ ସ୍ଥିତ ତାଙ୍କ ଘନିଷ୍ଠ ବନ୍ଧୁ ତଥା YSRCP ରବି ଚନ୍ଦ୍ର କିଶୋର ରେଡ୍ଡୀଙ୍କ ଘରକୁ ଯାଇଥିଲେ । ସେଠାରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖି ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପରେ ବଡିଗାର୍ଡ଼ଙ୍କ ସାହାଯ୍ୟରେ ତାଙ୍କୁ ସୁରକ୍ଷିତ ରବି ଚନ୍ଦ୍ରଙ୍କ ଘର ବାଲକୋନୀକୁ ନିଆଯାଇଥିଲା । ପରେ ଅଲ୍ଲୁ ଅର୍ଜୁନ, ରବି ଚନ୍ଦ୍ର ଏବଂ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ବାଲକୋନୀରେ ପ୍ରଶଂସକଙ୍କୁ ଭେଟିଥିଲେ । ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନ ପାଇଁ ମେ ୧୩ରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
କଟକ : ଆଜି ପବିତ୍ର ମାତୃ ଦିବସ । ଏହି ଅବସର ରେ କଟକ ଜିଲ୍ଲା ନିଆଳି ବ୍ଲକ ବୃନ୍ଦାବନ ବୃଦ୍ଧାଶ୍ରମରେ ଭ୍ୟୁ ଫାଉଣ୍ଡେସନ ପକ୍ଷରୁ ମାତୃ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମରେ ରହୁଥିବା ବୃଦ୍ଧା ମାନଙ୍କୁ ଭ୍ୟୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ବନ୍ଦାପନା କରାଯିବା ସହ ନୂତନ ବସ୍ତ୍ର ପ୍ରଦାନ କରିଥିଲେ କର୍ମକର୍ତ୍ତା ।
ଅଧିକ ପଢନ୍ତୁ : ଆଜି ମାତୃ ଦିବସ: ନିଃସର୍ତ୍ତ ମମତା ଓ ତ୍ୟାଗର ପ୍ରତୀକ ମା’ଙ୍କୁ ମାତୃଦିବସର ଶୁଭେଚ୍ଛା
ଆଧୁନିକ ସମାଜରେ ମା ମାନଙ୍କୁ ସଦାସର୍ବଦା ସମସ୍ତେ ସମ୍ମାନ ଦିଅନ୍ତି । ବୟସ୍କ ବ୍ୟକ୍ତି ଙ୍କର ସୁରକ୍ଷା, ଯତ୍ନ ନେବା ପାଇଁ ଅନୁଷ୍ଠାନର ସଭାପତି ସବିତା ମଲ୍ଲିକ ଅନୁରୋଧ କରିଛନ୍ତି ।ବୃନ୍ଦାବନ ଆଶ୍ରମର ସମ୍ପାଦକ ସୁଦାମ ସାମଲ ଏଭଳି କାର୍ଯ୍ୟ ପାଇଁ ଭ୍ୟୁ ଫାଉଣ୍ଡେସନ କୁ ପ୍ରଶଂସା କରିଛନ୍ତି ।