ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ବିଧାନସଭା ପ୍ରାର୍ଥୀନୀ ଉପାସନା ମହାପାତ୍ରଙ୍କ ପାଇଁ ଲୋକଙ୍କୁ ଭୋଟ ଅପିଲ କଲେ ଗଡକରି । ଓଡ଼ିଆରୁ ନିଜର ଭାଷଣ ଆରମ୍ଭ କରି ମୋଦି ସରକାରଙ୍କ ୧୦ ବର୍ଷର ସୁଶାସନର କଥା ବଖାଣିଲେ । ଦାୟିତ୍ଵ ନେବା ପରଠାରୁ ଦେଶରେ ୫୦ ଲକ୍ଷ କୋଟି ଟଙ୍କାର କାମ କରିସାରିଲିଣି ,ଟଙ୍କାର ଅଭାବ ନାହିଁ ,ତେଣୁ କେବଳ ସମ୍ବିତ ଓ ଉପାସନାଙ୍କୁ ବିଜୟୀ କରାନ୍ତୁ , କାମ ମୁଁ କରିବି ବୋଲି କହି ଲୋକଙ୍କୁ ଆଶ୍ଵାସନା ଦେଲେ କେନ୍ଦ୍ରମନ୍ତ୍ରୀ ଗଡକରି ।
ସାତପଡ଼ାରୁ ବରମପୁର ଦୀପ ଯାଏଁ ଏବଂ ମଏଷାରୁ ଜହ୍ନିକୁଦା ଯାଏଁ ସିଗ୍ନେଚର ବ୍ରିଜ୍ ତିଆରି ହେବ । ଅର୍ଥାତ ଉଭୟ ବ୍ରିଜର ଲମ୍ବ ଦେଢ଼ କିଲୋମିଟର ରହିବ ଏବଂ ଏଥିରେ କୌଣସି ପିଲର୍ ରହିବ ନାହିଁ । ଏହି ବ୍ରିଜ୍ ହେଲେ ଜାତୀୟ ରାଜପଥ ୩୧୬ ଏବଂ ୫୧୬-ଏ ମଧ୍ୟରେ ସଂଯୋଗୀକରଣ ହୋଇପାରିବ । ଏଥିପାଇଁ ସଏଲ ଟେଷ୍ଟିଂ ସରିଛି ଖୁବ୍ ଶୀଘ୍ର ଡିପିଆର ପ୍ରସ୍ତୁତ ହେବ କହିଛନ୍ତି ଗଡକରି ।
ପୁରୀ କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କରିଛନ୍ତି ଗଡ଼କରୀ । ଭୁବନେଶ୍ୱରରେ ହେବ ୧୧୧ କିଲୋମିଟରର ରିଂ ରୋଡ୍ । ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ । ଏଥିଲାଗି ଖର୍ଚ୍ଚ ହେବ ୬ ହଜାର ୫୦୦ କୋଟି ଟଙ୍କା । ରିଂ ରୋଡ୍ କାମ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବ । ରିଂ ରୋଡ୍ ଦ୍ୱାରା କଟକ-ଭୁବନେଶ୍ୱର-ଖୋର୍ଦ୍ଧା ଯାତାୟାତ ସହଜ ହେବ ବୋଲି ଗଡକରୀ କହିଛନ୍ତି ।
ସ୍ଵାଧୀନତାର ୭୭ ବର୍ଷ ଭିତରେ ଯାହା କୌଣସି ସରକାର କରିନାହାନ୍ତି ତାହା ଏବେ ବିଜେପି ସରକାର କରିବାକୁ ଯାଉଛନ୍ତି କହିଛନ୍ତି ଗଡକରି । ପୂର୍ବ ଭାରତରୁ ଭାରତ ଉଦୟ ଯାତ୍ରା ଆରମ୍ଭ ହୋଇଛି । ସେହିପରି କୃଷକମାନଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି । କୃଷକ କେବଳ ଅନ୍ନଦାତା ନୁହନ୍ତି , ଉର୍ଯାଦାତା ଓ ବର୍ତ୍ତମାନ ସମୟରେ ଶକ୍ତି ଦାତା ବୋଲି ସେ କହିଛନ୍ତି । କୃଷକର ଶସ୍ୟରୁ ଇଥାନଲ୍ ଓ ହାଇଡ୍ରୋଜେନ୍ ପ୍ରସ୍ତୁତି ଆଗାମୀ ଦିନରେ ଇନ୍ଧନରେ ବିକଳ୍ପ ହେବାକୁ ଯାଉଛି । ସେଥିପାଇଁ କ୍ଷେତ୍ର ପ୍ରସ୍ତୁତି ସରିଛି ଏବଂ ନିଜେ ମଧ୍ୟ ବ୍ୟବହାର କରୁଛି କହିଥିଲେ ଗଡକରି ।
ଆହୁରି ପଢନ୍ତୁ ରାଜନୀତି ଖବର...