ପରେ କେନ୍ଦ୍ରମନ୍ତ୍ରୀ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ଦର୍ଶନରେ ଆସିଥିଲେ । ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ବିଜେପି ନେତା, କର୍ମୀ ଓ ବରିଷ୍ଠ ସେବାୟତ ମାନେ ତାଙ୍କୁ ସ୍ୱାଗତ କରିଥଲେ । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ପ୍ରଥମେ ପତିତପାବନଙ୍କୁ ମୁଣ୍ଡିଆ ମାରି ଶ୍ରୀମନ୍ଦିରକୁ ପ୍ରବେଶ କରିଥଲେ କେନ୍ଦ୍ରମନ୍ତ୍ରୀ । ପରେ ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରି ପାର୍ଶ୍ଵ ଦେବତାଙ୍କୁ ଦର୍ଶନ କରିଥଲେ ।
ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଥିଲେ ସାରା ବିଶ୍ଵର କଲ୍ୟାଣ ପାଇଁ ସେ ପ୍ରାର୍ଥନା କରିଥଲେ । ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା। ନିଜକୁ ଭାଗ୍ୟବାନ ମନେ କରୁଛି। ଆମ ଦେଶ ସମୃଦ୍ଧ ଓ ଶକ୍ତିଶାଳୀ ହେଉ। ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ତେବେ ଆଜି କୃଷ୍ଣ ପ୍ରସାଦରେ ଏକ ନିର୍ବାଚନ ସଭାରେ ଯୋଗ ଦେବାର କାର୍ଯକ୍ରମ ରହିଛି।