ଏ ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏଠି ପୋଲିସ ଅସୁରକ୍ଷିତ। ଇଏ 25 ବର୍ଷର ବିଜେଡି ସରକାରର ଉପଲବ୍ଧି ।
ବିଜେଡି ଶାସନରେ ଅପରାଧୀଙ୍କ ଦୌରାତ୍ମ୍ୟ ଏତେ ବଢ଼ିଲାଣି ଯେ ବାରମ୍ବାର ପୋଲିସ ବାହିନୀ ଉପରେ କରୁଛନ୍ତି ଆକ୍ରମଣ। ଆହୁରି ସାଂଘାତିକ କଥା ହେଲା ଦୁଇ ମାସ ଭିତରେ ଦ୍ବିତୀୟ ଥର ପାଇଁ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ମହିଳା ପୋଲିସ । ଏ ଘଟଣା ଗତ ଫେବ୍ରୁଆରୀ ମାସର। ବାଲେଶ୍ବର ଜିଲ୍ଲା ଭୋଗରାଇ ସାହାବାଜିପୁର ପଞ୍ଚାୟତ ଉଦୟପୁର ଗାଁରେ ଦୁର୍ବୃତ୍ତଙ୍କ ଶିକାର ହୋଇଥିଲେ ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନ।
ନାଇଟ୍ ପାଟ୍ରୋଲିଂରେ ଯାଇଥିବା ଥାନା ଅଧିକାରିଣୀ ଗାଁର ଜଣେ ଦୋକାନୀକୁ ଦୋକାନ ବନ୍ଦ କରିବାକୁ କହିବାରୁ ତାଙ୍କୁ ଜବରଦସ୍ତ ଦୋକାନ ଘରେ ବନ୍ଦ କରିଦେଇଥିଲେ କିଛି ଦୁର୍ବୃତ୍ତ। ଆକ୍ରମଣରେ ଆହତ ହୋଇଥିଲେ ପୋଲିସ ଭ୍ୟାନ୍ ଚାଳକ। ସାମ୍ବାଦିକଙ୍କୁ ଫୋନ୍ କରି ସହାୟତା ମାଗିବା ପରେ ଉଦ୍ଧାର ହୋଇଥିଲେ ଥାନା ଅଧିକାରିଣୀ । ଏ ଦୁଇଟି ଘଟଣା ପ୍ରମାଣିତ କରୁଛି ଓଡ଼ିଶାରେ ସୁରକ୍ଷିତ ନୁହେଁ ମହିଳା ପୋଲିସ। କିନ୍ତୁ ମହିଳା ସମ୍ମାନର ଡିଣ୍ଡିମ ପିଟୁଛନ୍ତି ବିଜେଡି ସରକାର।