ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । କେନ୍ଦ୍ରାପଡ଼ାରେ ସର୍ବାଧିକ ୪୨ ମିଲିମିଟର, ଚାନ୍ଦବାଲିରେ ୧୫ ମିଲିମିଟର, କେନ୍ଦୁଝରରେ ୮.୨ ମିଲିମିଟର ଓ ପାରାଦୀପରେ ୦୫. ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ନବରଙ୍ଗପୁରରେ ସର୍ବନିମ୍ନ ୨୫.୫ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡ ଓ ବଲାଙ୍ଗିରରେ ୧୦ ଡିଗ୍ରି ତାପମାତ୍ରା କମିଥିବା ବେଳେ ଭୁବନେଶ୍ବରରେ ୭.୨ ଡିଗ୍ରି ହ୍ରାସ ପାଇଛି ।
ଅଧିକ ପଢନ୍ତୁ ପାଣିପାଗ ଖବର
କାଳବୈଶାଖୀ ଯୋଗୁ ଆଜି ମଧ୍ୟ ତାପମାତ୍ରା କମ ରହିବା ନେଇ ଆକଳନ କରାଯାଇଛି । ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରାରେ ବିଶେଷ ବୃଦ୍ଧି ଘଟିବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ଅକଳନ କରିଛି ।