ଭୋଟିଂ ପରେ 45 ଦିନ ଯାଏଁ ଭିଭିପାଟ୍ ସ୍ଲିପ୍ ସୁରକ୍ଷିତ ରଖାଯିବ । ଖଣ୍ଡପୀଠ ଆହୁରି କହିଛନ୍ତି ଇଭିଏମ ଯାଞ୍ଚ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ସମସ୍ତ ଖର୍ଚ୍ଚ ବହନ କରିବେ । ଯଦି ଇଭିଏମ୍ ଟାମ୍ପରିଂ ହୋଇଥାଏ ତେବେ ଖର୍ଚ୍ଚ ଫେରସ୍ତ ପାଇବେ ।
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଇଭିଏମ ଭୋଟିଂକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ଭିଭିପାଟ୍ ଯାଞ୍ଚ ମାମଲା ଖାରଜ କରିଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ । ଭିଭିପାଟ୍ ବଦଳରେ ବାଲାଟ୍ ପେପରରେ ଭୋଟ୍ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏଥିସହ EVMର ଶତ ପ୍ରତିଶତ ଯାଞ୍ଚ ମାମଲା ଖାରଜ ହୋଇଛି । ଭିଭିପାଟ୍ ସମ୍ପର୍କିତ ସମସ୍ତ ମାମଲା ଖାରଜ କଲେ ସୁପ୍ରିମକୋର୍ଟ । EVM ଦ୍ବାରା ହିଁ ଭୋଟ୍ ହେବ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।
ଭୋଟିଂ ପରେ 45 ଦିନ ଯାଏଁ ଭିଭିପାଟ୍ ସ୍ଲିପ୍ ସୁରକ୍ଷିତ ରଖାଯିବ । ଖଣ୍ଡପୀଠ ଆହୁରି କହିଛନ୍ତି ଇଭିଏମ ଯାଞ୍ଚ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ସମସ୍ତ ଖର୍ଚ୍ଚ ବହନ କରିବେ । ଯଦି ଇଭିଏମ୍ ଟାମ୍ପରିଂ ହୋଇଥାଏ ତେବେ ଖର୍ଚ୍ଚ ଫେରସ୍ତ ପାଇବେ ।
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ଅମିତ ଶାହ ମଧ୍ୟ ନଜର ଆସିଛନ୍ତି। ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । ସାରା ଦେଶର ରହିଛି ଗୁଜରାଟର ଗାନ୍ଧୀନଗର ଆସନ ଉପରେ କାହିଁକି ନା ବିଜେପିର ଭେଟରାନ ପଲିଟିକାଲ ଷ୍ଟ୍ରାଟେଜିଷ୍ଟେ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । ସାରା ଦେଶର ରହିଛି ଗୁଜରାଟର ଗାନ୍ଧୀନଗର ଆସନ ଉପରେ କାହିଁକି ନା ବିଜେପିର ଭେଟରାନ ପଲିଟିକାଲ ଷ୍ଟ୍ରାଟେଜିଷ୍ଟେ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତାଙ୍କ ବିରୋଧରେ କଂଗ୍ରେସ ସୋନଲ ପଟେଲଙ୍କୁ ପ୍ରାର୍ଥୀ କରିଛି । ସେହିପରି ଗୁଜରାଟର ଆଉ ଏକ ହାଇପ୍ରୋଫାଇଲ ଆସନ ହେଉଛି ପୋରବନ୍ଦର । ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏହି ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ରାଜକୋଟରୁ ପୁରୁଷୋତ୍ତମ ରୂପାଲା ନିର୍ବାଚନ ମୈଦାନରେ ।
ଗୁଜରାଟ ବିଜେପିର ଚାଣକ୍ୟ ଭାବେ ପରିଚିତ ସି.ଆର. ପାଟିଲ ନବସାରୀରୁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟ ପ୍ରମୁଖ ଆସନ ମଧ୍ୟରେ ମହାରାଷ୍ଟ୍ରର ବାରାମତୀ ଉପରେ ମଧ୍ୟ ସାରା ଦେଶର ଫୋକସ ରହିଛି । ଏଠାରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ଓ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ମଧ୍ୟରେ ହେଉଛି ଫାଇଟିଂ । ସୋଲାପୁରରୁ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ ସିନ୍ଦେଙ୍କ ଝିଅ ପ୍ରଣତୀ ସିନ୍ଦେ ମୈଦାନରେ ଅଛନ୍ତି । କର୍ଣ୍ଣାଟକର ଧାରୱାଡ଼ରୁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି । ଉତ୍ତର ଗୋଆ ଆସନରୁ ଶ୍ରୀପଦ ନାଇକ ଓ ଦକ୍ଷିଣ ଗୋଆ ଆସନରୁ ପଲ୍ଲବୀ ଡେମ୍ପୋ ବିଜେପି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ମୈନପୁରୀ ଆସନରୁ ଅଖିଳେଶ ୟାଦବଙ୍କ ପତ୍ନୀ ଡିମ୍ପଲ ୟାଦବ ନିର୍ବାଚନ ଲଢୁଥିବା ବେଳେ ଏମପିର ବିଦିଶାରୁ ଶିବରାଜ ସିଂହ ଚୌହାନ, ଗୁନାରୁ ଜ୍ୟୋତିରାଦିଦ୍ୟ ସିନ୍ଧିଆ ଏବଂ ରାଜଗଡ଼ରୁ ଭେଟରାନ କଂଗ୍ରେସ ଲିଡର ଦିଗବିଜୟ ସିଂହ ନିର୍ବାଚନ ମୈଦାନରେ ଅଛନ୍ତି । ପଶ୍ଚିମବଙ୍ଗର ବହରମପୁର ଆସନରୁ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରତିଦ୍ୱନ୍ଦ୍ବିତା କରୁଥିବା ବେଳେ ତାଙ୍କ ବିରୋଧରେ ଟିଏମସିରୁ କ୍ରିକେଟର ୟୁସୁଫ ପଠାନ ଓ ବିଜେପିରୁ ପ୍ରସିଦ୍ଧ ସର୍ଜନ ନିର୍ମଳ କୁମାର ସାହା ନିର୍ବାଚନ ଲଢ଼ୁଛନ୍ତି।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ: ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ମହାପର୍ବ ସାଧାରଣ ନିର୍ବାଚନର ଆଜି ହେଉଛି ତୃତୀୟ ପର୍ଯ୍ୟାୟ । ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ମୋଟ୍ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ 94 ସିଟ୍ ପାଇଁ ହେଉଛି ଭୋଟିଂ । ଯାହା ମଧ୍ୟରେ ରହିଛି ଆସାମର ୪, ବିହାରର ୫, ଛତିଶଗଡ଼ର ୭, ଗୋଆର ୨, କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୯, ମହାରାଷ୍ଟ୍ରର ୧୧, ଉତ୍ତର ପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଜମ୍ମୁ-କାଶ୍ମୀରର ୧, ଦାଦ୍ରା ନଗର ହାଭେଳି-ଡାମନ ଡିଉର ଗୋଟିଏ ଲେଖାଏଁ ଆସନ । ସେହିପରି ଗୁଜରାଟର ସମସ୍ତ ୨୬ଟି ଯାକ ଆସନରେ ଆସନରେ ବି ଆଜି ପଡ଼ିଥାନ୍ତା ଭୋଟ୍।
ମାତ୍ର ସୁରତରେ ବିରୋଧୀ ପ୍ରାର୍ଥୀ ନଥିବାରୁ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିବାରୁ ଏହି ଆସନକୁ ଛାଡ଼ି ଅନ୍ୟ ୨୫ଟି ଆସନରେ ଭୋଟିଂ ହେଉଛି। ସକାଳ ୭ଟାରୁ ସଂଧ୍ୟା 5ଟା ଯାଏଁ ଚାଲିବ ମତଦାନ। କେତେକ ସ୍ଥାନରେ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ। ସେପଟେ ୯୪ ଆସନରେ 1331 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର: