ଗତ ରବିବାର ରାତିରେ ସେ ତାଙ୍କ ବାସଭବନରେ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା । ଆଜି ଭୋରରୁ ତାଙ୍କର ଦେହାନ୍ତ ହୋଇଛି । ଇରୋଡ ଲୋକସଭା ଆସନରୁ ସେ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଟିକେଟ ନ ମିଳିବାରୁ ସାଂସଦଙ୍କ ଆତ୍ମହତ୍ୟା । ତାମିଲନାଡୁ ଇରୋଡ ସାଂସଦ ଏ. ଗଣେଶମୂର୍ତ୍ତିଙ୍କ ମୃତ୍ୟୁ ହୋଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏମଡିଏମକେ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନଥିଲା । ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ ।
ଗତ ରବିବାର ରାତିରେ ସେ ତାଙ୍କ ବାସଭବନରେ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା । ଆଜି ଭୋରରୁ ତାଙ୍କର ଦେହାନ୍ତ ହୋଇଛି । ଇରୋଡ ଲୋକସଭା ଆସନରୁ ସେ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଆଜିକାଲି ୨୦ରୁ ୩୦ ବର୍ଷ ଭିତରେ ଅନେକ ଲୋକ ହାର୍ଟ ଆଟାର୍କର ଶିକାର ହେଉଛନ୍ତି। ବୟସ୍କ ଲୋକଙ୍କଠୁ ଅଧିକ କମ୍ ବୟସର ପିଲାଙ୍କୁ ହେଉଛି ହାର୍ଟ ଆଟାର୍କ। କିନ୍ତୁ ଜାଣିଛନ୍ତି କି କାହିଁକି? ଏକ ରିସର୍ଚ୍ଚରୁ ଜଣାପଡିଛି ହୃଦଘାତରେ ମୃତ୍ୟୁବରଣ କରୁଥିବା ପ୍ରତି ୨୦ ଜଣଙ୍କ ମଧ୍ୟରେ ୭ ଜଣ ହେଉଛନ୍ତି ୨୦ ରୁ ୩୦ ବର୍ଷ ମଧ୍ୟରେ। ୨୦୦୦ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ମୃତ୍ୟୁ ହାର ୨% ଲେଖାଏଁ ବଢ଼ୁଥିଲା କିନ୍ତୁ ଚଳିତ ବର୍ଷ ସୁଦ୍ଧା ୪% ବଢ଼ିସାରିଲାଣି।
ଏହାର କାରଣ କ'ଣ ?
ହୃଦଘାତ ହେବାର ପ୍ରମୁଖ କାରଣ ହେଉଛି ଉଚ୍ଚ ରକ୍ତଚାପ ଏବଂ ମଧୁମେହ । ଉଚ୍ଚ ରକ୍ତଚାପ ହାର୍ଟର ମାଂସପେଶୀକୁ ମୋଟା କରିଦିଏ ଯାହା ଦ୍ୱାରା ହୃଦଘାତ ହେବାର ଆଶଙ୍କା ଅଧିକ ବଢିଥାଏ ତାସହିତ ଯେତେବେଳେ ରକ୍ତରେ ଥିବା ଶର୍କରା ନିୟନ୍ତ୍ରିତ ହୋଇନଥାଏ ସେବେ ସମସ୍ୟା ସୃଷ୍ଟି ହୋଇଥାଏ । ଡାଇବେଟିସ ରୋଗୀଙ୍କ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ରୋଗ ହେବାର ଆଶଙ୍କା ଅଧିକ ଥାଏ | ଯାହା ଉଚ୍ଚ ରକ୍ତଚାପ, ହାଇ କୋଲେଷ୍ଟ୍ରଲ ସହ ହୃଦଘାତର ଆଶଙ୍କାକୁ ମଧ୍ୟ ବହୁ ମାତ୍ରାରେ ବଢ଼ାଇଥାଏ ।
ଅନ୍ୟ ଏକ କାରଣ ହେଉଛି ଆଜିକାଲିର ଲାଇଫ ଷ୍ଟାଇଲ୍। ଜଙ୍କଫୁଡ଼ ଖାଇବା ସହିତ ନିଶାଦ୍ରବ୍ୟର ସେବନ ବିଶେଷ କରି ଧୁମ୍ରପାନ। ଯୁବକମାନଙ୍କ କ୍ଷେତ୍ରରେ ହୃଦଘାତ ହେଉଥିବାର ସମସ୍ତ କାରଣରୁ ଧୁମ୍ରପାନ କରିବା ହେଉଛି ଅନ୍ୟତମ କାରଣ । ସିଗାରେଟରେ ଥିବା ନିକୋଟିନ ଏବଂ ଅନ୍ୟାନ୍ୟ ପଦାର୍ଥ ମାନ ହ୍ରୁଦସ୍ପନ୍ଦନକୁ ତ୍ୱରାନ୍ୱିତ କରିଥାଏ ଏବଂ ରକ୍ତଚାପକୁ ବଢ଼ାଇଥାଏ ଯାହାଦ୍ବାରା ହୃଦଘାତ ହେବାର 34% ଅଧିକ ସମ୍ଭାବନା ଥାଏ ।
ଅଧିକ ପଢ଼ନ୍ତୁ ସ୍ବାସ୍ଥ୍ୟ ଖବର
ଅର୍ଗସ ବ୍ୟୁରୋ: ପୁଣି ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ହେଲିକପ୍ଟର ଭିତରେ ପଡିଯାଇଥିଲେ ବୋଲି ସୂଚନା ରହିଛି। ମମତା ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ର୍ୟାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀ ଆହତ ହୋଇଛନ୍ତି । ମମତା ଯେତେବେଳେ ହେଲିକପ୍ଟର ଭିତରକୁ ଯାଉଥିଲେ ସେତେବେଳେ ସନ୍ତୁଳନ ହରାଇ ସେ ପଡିଯାଇଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା କିପରି ରହିଛି ତାହା ଜଣାପଡିନାହିଁ। ଏବେ ନିକଟରେ ମମତା ବାନାର୍ଜୀ ଆହତ ହୋଇଥିଲେ। ପୁଣି ଥରେ ଆହତ ହେବା କାରଣରୁ ଚିନ୍ତା ବଢ଼ୁଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତ୍ରୀ ଶ୍ରୁତି ହାସନ। କୌଣସି ଫିଲ୍ମକୁ ନେଇ ନୁହେଁ, ତାଙ୍କ ରିୟଲ ଲାଇଫକୁ ନେଇ ଶ୍ରୁତି ଏବେ ଖୁବ ଚର୍ଚ୍ଚାରେ। କୁହାଯାଉଛି କି ତାଙ୍କର ବ୍ରେକ ଅପ୍ ହୋଇଛି। ମାନେ ଶ୍ରୁତି ଏବଂ ତାଙ୍କ ବୟଫ୍ରେଣ୍ଡ ଶାନ୍ତନୁ ଏବେ ଅଲଗା ହୋଇଯାଇଛନ୍ତି। ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୁତି ହାସନ ଏବଂ ତାଙ୍କ ପ୍ରେମିକ ଶାନ୍ତନୁ ହଜାରିକା। ଦୁହେଁ ଏବେ ଅଲଗା ହୋଇ ଯାଇଛନ୍ତି ଏବଂ ଆଉ ଏକାଠି ନାହାନ୍ତି। ଏହା ଉଭୟଙ୍କର ବ୍ୟକ୍ତିଗତ କାରଣ ଥିଲା ।ଏହା ବ୍ୟତୀତ ସୋସିଆଲ ମିଡିଆରୁ ଉଭୟ ପରସ୍ପରର ପୋଷ୍ଟ ଡିଲିଟ କରିବା ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା। ତେଣୁ ଉଭୟ ଏହାକୁ ପାରସ୍ପରିକ ସହମତିରେ ନେଇଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: