ସାପକୁ ଶିଶୁ ଜଣକ ଧରି ପକାଇଥିଲା । ଫଳରେ ସାପ ଶିଶୁର ହାତ ଓ ଗୋଡ଼ରେ ପ୍ରାୟ ଚାରି ପାଞ୍ଚ ଥର ଚୋଟ ମାରି ପଳାଇ ଯାଇଥିଲା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସାପ କାମୁଡାରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ଗାଁ ରେ ଘଟିଛି ଅଘଟଣ। ସୂଚନା ଅନୁସାରେ ଗଇଲଗୁଡ଼ି ଗାଁ ର ଶାନ୍ତି କୋରା ନିଜର ପରିବାର ସହ ହିଳୁଙ୍ଗ ଗାଁରେ ରହି ମାଗି ଯାଚି ଚଳୁଥିଲେ । ତେବେ ଆଜି ସକାଳୁ ତାଙ୍କ ସାଢେ଼ ତିନି ବର୍ଷର ପୁଅ ଘର ଆଗରେ ଖେଳୁଥିବା ସମୟର ଏକ ନାଗ ସାପ ପଶି ଆସିଥିଲା ।
ସାପକୁ ଶିଶୁ ଜଣକ ଧରି ପକାଇଥିଲା । ଫଳରେ ସାପ ଶିଶୁର ହାତ ଓ ଗୋଡ଼ରେ ପ୍ରାୟ ଚାରି ପାଞ୍ଚ ଥର ଚୋଟ ମାରି ପଳାଇ ଯାଇଥିଲା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ କଳାପଥର ଗ୍ରାମ ପଞ୍ଚାୟତରେ ମାସିକ ଭତ୍ତା ଗତ ୧୫ତାରିଖରେ ଭତ୍ତା ବଣ୍ଟନ କରିବା ପାଇଁ ବ୍ଲକ୍ ପକ୍ଷରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭତ୍ତା ବଣ୍ଟନ କରିବା ପାଇଁ କଳାପଥର ଗ୍ରାମ ପଞ୍ଚାୟତକୁ ଆସିଥିଲେ ମାତ୍ର ଶାସକ ଦଳର କର୍ମୀ ମାନେ ନିର୍ବାଚନରେ ବ୍ୟସ୍ତ ରହିବାରୁ ଭତ୍ତା ବଣ୍ଟନ ନ କରିବା ପାଇଁ କୁଆଡେ କହି ଫେରାଇ ଦେଇଥିଲେ।
ଭତ୍ତା ବଣ୍ଟନ କରିବା ପାଇଁ ଯାଇଥିବା ଯନ୍ତ୍ରୀ ଫେରି ଆସିଥିଲେ। ଆଜି ପୁଣି ଭତ୍ତା ବଣ୍ଟନ ହେବ କହି ପର୍ଶୁରାମପୁର ଗ୍ରାମର ବିଜେଡି କର୍ମୀ ସିଦ୍ଧେଶ୍ୱର ଭୋଇ ଭତ୍ତା ଟଙ୍କା ଓ ରେଜିଷ୍ଟର ଧରି ବସି ହିତାଧିକାରୀଙ୍କ ନାମ ଡାକି ଭତ୍ତା ଟଙ୍କା ଦେବା ସହିତ ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରି ଲୋକଙ୍କୁ ପ୍ରଭାବିତ କରିବାର ଦେଖିବା ମିଳିଥିଲା। ଯାହାକୁ ନେଇ ଘଟଣା ସ୍ଥଳରେ ଗ୍ରାମର ଯୁବକ ମାନେ ବିରୋଧ କରିବା ସହିତ ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।
ଜଣେ ବିଜେଡି କର୍ମୀ କିଭଳି ଭାବରେ ଭତ୍ତା ବଣ୍ଟନ ବେଳେ ବିଜେଡିକୁ ଭୋଟ ଦେବାକୁ ପ୍ରଭାବିତ କରିଛନ୍ତି ପୁଣି ସରକାରୀ କାର୍ଯ୍ୟ ରେ ବିଜେଡି କର୍ମୀଙ୍କ ଭୋଟ ପ୍ରଚାର କରୁଥିବା ବେଳେ ହିତାଧିକାରୀ ଅଭିଯୋଗ କରିଛନ୍ତି। ଲକ୍ଷାଧିକ ଟଙ୍କା ବଣ୍ଟନ ଜଣେ ବିଜେଡି କର୍ମୀଙ୍କୁ ଦିଆ ଯିବା ଘଟଣାରେ ଅସନ୍ତୋଷ ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ବରଗଡ଼ : ବରଗଡ଼ରେ ନିର୍ବାଚନୀ ହିଂସା । ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲି ରେ ହତ୍ୟା । ବରଗଡ଼ ସଦର ଥାନା ସରସରା ଗାଁରେ ଭୁଜାଲି ରେ ଆକ୍ରମଣ କରି ବିଜେପି କର୍ମୀଙ୍କୁ ହତ୍ୟା । ମୃତ ଯୁବକ ଜଣକ ସରସରା ହାଇସ୍କୁଲ ପଡ଼ାର ୩୫ ବର୍ଷୀୟ ବିଶ୍ଵନାଥ ମିର୍ଦ୍ଧା । ବିଶ୍ଵନାଥ ମିର୍ଦ୍ଧା ଜଣେ ଅଟୋ ଚାଳକ ।
ଭୋଟ ଚାଲିଥିବା ବେଳେ ସରସରା ଗାଁ ମୁଣ୍ଡ ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା । ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିବା ସୂଚନା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଯଦି ଆପଣ ଚା ପିଇବାକୁ ଭଲ ପାଆନ୍ତି ତାହା ସହ ସକାଳ ଏବଂ ସନ୍ଧ୍ୟାରେ ଖାଲି କ୍ଷୀରର ଚା ପିଅନ୍ତି। ତେବେ ।CMR ର ଏହି ରିପୋର୍ଟ କଣ କୁହାଯାଇଛି ଜାଣନ୍ତୁ। ଯେଉଁଥିରେ କ୍ଷୀର ସହିତ ଚା ସ୍ୱାସ୍ଥ୍ୟର ସବୁଠାରୁ ବଡ ଶତ୍ରୁ ଭାବରେ ପରିଗଣିତ ହୋଇଛି । କ୍ଷୀର ସହିତ ଚା ଏବଂ କଫି କାହିଁକି ବିପଜ୍ଜନକ।ଆପଣ ଚା ଏବଂ କଫି ମଧ୍ୟ ପସନ୍ଦ କରନ୍ତି କି। ଯଦି ଆପଣ ସକାଳେ କ୍ଷୀର ଚା ପାଇବେ ନାହିଁ ତେବେ ତୁମର ମନୋବଳ ମଧ୍ୟ କମି ଯିବ।ICMR ର ରିପୋର୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କାରଣ କେବଳ ଆପଣ ନୁହଁନ୍ତି ଦେଶର ଅନେକ ଲୋକ କ୍ଷୀର ସହିତ ଚା' ପିଇବାକୁ ଭଲ ପାଆନ୍ତି । ଆପଣ ଯେତେବେଳେ ଚାହିଁବେ ସକାଳ, ଅପରାହ୍ନ ଏବଂ ସନ୍ଧ୍ୟାରେ ଚା ପିଅନ୍ତୁ । ବର୍ତ୍ତମାନ ଏହି କ୍ଷୀର ସହିତ ଚା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ବୋଲି କୁହାଯାଇଛି।
କ୍ଷୀର ଚା ଏବଂ କଫି ବିପଜ୍ଜନକ :-
ICMR ର ନୂତନ ଅଧ୍ୟୟନ ଅନୁଯାୟୀ ଯଦି ଆପଣ କ୍ଷୀର ସହିତ ଚା କିମ୍ବା କଫି ପିଉଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ରିପୋର୍ଟ ଅନୁଯାୟୀ କ୍ଷୀର ସହିତ ଚା କିମ୍ବା କଫି ସ୍ନାୟୁକୁ କ୍ଷତି ପହଞ୍ଚାଉଛି। ଆହୁରି ମଧ୍ୟ ଯଦି ଆପଣ ଖାଇବା ପୂର୍ବରୁ କିମ୍ବା ପରେ ଚା କିମ୍ବା କଫି ପିଅନ୍ତି ତେବେ ଏହା ଉଚ୍ଚ ରକ୍ତଚାପ ଓ ହୃଦଘାତ ହେବାର ଆଶଙ୍କା ବଢିଥାଏ ।
କ୍ଷୀର ଚା ବଦଳରେ କ’ଣ ପିଇବା ଉଚିତ୍:-
କାରଣ ଅଧିକାଂଶ ଲୋକଙ୍କ ସକାଳ ଚା ବିନା ଅଧା ରହିଯାଏ । ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପରେ ମଧ୍ୟ ଚା ଏବଂ କଫି ପିଇବାକୁ ପସନ୍ଦ କରନ୍ତି । ଏପରି ଲୋକଙ୍କୁ ଆଇସିଏମଆର ଦ୍ୱାରା କୁହାଯାଇଛି ବିନା କ୍ଷୀରରେ କଳା ଚା କିମ୍ବା କଫି ପିଇବାକୁ କୁହାଯାଉଛି ।
କ୍ଷୀର ଚା ହେଉଛି ଏହି ରୋଗର କାରଣ :-
ଯେତେବେଳେ ଆପଣ କ୍ଷୀର ବିନା ଚା ପିଅନ୍ତି ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କ୍ଷୀର ବିନା ଚା ଏବଂ କଫି ପିଇବା ଦ୍ୱାରା ରକ୍ତ ସଂଚାଳନ ଭଲ ହୋଇଥାଏ । ତାହା ସହିତ ହୃଦ୍ ରୋଗ ଏବଂ ପେଟରେ କର୍କଟ ହେବାର ଆଶଙ୍କା ମଧ୍ୟ କମିପାରେ । ରିପୋର୍ଟରେ ଦର୍ଶାଯାଇଛି ଯେ ଯେତେବେଳେ ଆମେ କଫିନ୍ ଥିବା କରିଥିବା ଜିନିଷ ଖାଇଥାଉ ଏଥିରେ ଥିବା ଟେନିନ୍ ଆମ ଶରୀରରେ ଆଇରନ ଅବଶୋଷଣରେ ବାଧା ସୃଷ୍ଟି କରିଥାଏ। ଏହା ଶରୀରରେ ଆଇରନ ଅଭାବର କାରଣ ହୋଇପାରେ । ଏହି ସମସ୍ୟା ରକ୍ତହୀନତାର ଆଶଙ୍କା ସୃଷ୍ଟି କରିଥାଏ ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର :