ଖାଲି ରୀତା ହଟାଅ ନୁହେଁ ବରଂ ତା' ସହ ନାରା ଦେଲେ କୋର୍ଟ ନାହିଁ ତ ରୀତା ସାହୁଙ୍କୁ ଭୋଟ୍ ନାହିଁ । ନାରା ଦେଇ ବିରୋଧ କରିଛନ୍ତି ବିଜେଡି କର୍ମୀ । ବିଜେପୁର ନିର୍ବାଚନ ମଣ୍ଡଳୀ ବୁଡ଼ାପାଳିରେ କର୍ମୀ ସମ୍ମିଳନୀରେ ବିରୋଧ କରାଯାଇଛି ।
ସେହିଭଳି ବିଜେଡ଼ି କର୍ମୀ ସବିତା ସାହୁ ରୀତା ସାହୁଙ୍କ ନାରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେତେବେଳେ ରୀତା ମନ୍ତ୍ରୀ ହେଲେ କିନ୍ତୁ ବିଜେପୁରବାସୀଙ୍କ ଦୁଃଖ ଗଲାନି । ଖାଲି ନିଜ ଲୋକଙ୍କ ପାଇଁ କାମ କଲେ । ଆଉ ସାଧାରଣ ଲୋକଙ୍କ ପାଇଁ କିଛି କଲେ ନାହିଁ । ଯିଏ ଅଭିଯୋଗ କଲେ ତାଙ୍କୁ ଥାନା ଓ କୋର୍ଟ କଚେରୀ ଧମକ ଦେଲେ । ସେ ଭୟରେ କେହି ଅଭିଯୋଗ କଲେ ନାହିଁ । ଯାହାକୁ ନେଇ ଆଜି ବିଜେଡି କର୍ମୀ ମାନେ ତାଙ୍କ ବିଜେଡି ନେତାଙ୍କୁ ବିରୋଧ କରିଛନ୍ତି ।
ରୀତାଙ୍କ ସ୍ଥାନରେ ଅନ୍ୟ ପ୍ରାର୍ଥୀ ଦେବା ପାଇଁ ମଧ୍ୟ ଦାବି ହୋଇଛି l ବିଧାୟିକା ରୀତା ସାହୁଙ୍କ ମନମୁଖୀ କାର୍ଯ୍ୟ, ପିଶି କାରବାର, ଏବଂ ବିଜେପୁରରେ କୋର୍ଟ ଉଦଘାଟନ ହୋଇନପାରିବା ପଛରେ ମଧ୍ୟ ତାଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି ।