ନିର୍ବାଚନ ବେଳେ ବିଜେଡି ନେତାଙ୍କର ବିବାଦୀୟ ବୟାନ । ସିଏ ପୁଣି ସାଧାରଣ ସଭାରେ...ଖୋଲା ମଂଚରେ । ସେଇଥି ଲାଗି ତ ଏହାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ନିର୍ବାଚନୀ ପ୍ରଚାରରେ ନବରଙ୍ଗପୁର ଗସ୍ତରେ ଆସିଥିଲେ ବରିଷ୍ଠ ବିଜେଡି ନେତା ଭି.କେ ପଣ୍ଡିଆନ । ଜିଲ୍ଲାର ଚାରୋଟି ବିଧାନସଭା କ୍ଷେତ୍ରରେ ସେ ପ୍ରଚାର ବି କରିଥିଲେ । ଡାବୁଗାଁ ବିଧାନସଭା ଅନ୍ତର୍ଗତ ମୈଦଲପୁରର ଏକ ଜନସଭାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏବଂ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଲାଗି ପ୍ରଚାର ବି କରିଥିଲେ । କିନ୍ତୁ ଜୋସରେ କହୁ କହୁ ପ୍ରଦୀପ ଏମିତି କଥା କହିଦେଲେ ଯେ ଏବେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।
ପ୍ରଦୀପଙ୍କୁ ମନ୍ତବ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ କହୁ କହୁ ସେ କିଛି ଏମିତି କହିଛନ୍ତି ଯାହାକୁ ନେଇ ଏବେ ଘନେଇଲାଣି ବିବାଦ । ସେପଟେ ପ୍ରଦୀପଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି । କହିଛନ୍ତି, ଜାତୀୟ ପିତାଙ୍କ ସହ ନବୀନଙ୍କୁ ତୁଳନା କରିବା ଠିକ ନୁହେଁ । ୧୯୪୭ ମସିହାରେ ଓଡ଼ିଶା ସ୍ୱାଧୀନ ହେଇନଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବଳଭଦ୍ର ? ଏପଟେ ବିବାଦ ବଢିବାରୁ ପ୍ରଦୀପଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ବି ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ତେବେ ଏମିତି ବିବାଦୟ ମନ୍ତବ୍ୟକୁ ନେଇ କିନ୍ତୁ ଏବେ ଚର୍ଚ୍ଚା ଜୋର ।