ଅନ୍ୟପଟେ ମୋକିମଙ୍କ ମନ୍ତବ୍ୟ ନେଇ ତାଙ୍କୁ କାଉଣ୍ଟର କରିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ମୋକିମ ନିଜେ କେନ୍ଦ୍ରାପଡାରୁ ଆସି କଟକ ସହରରେ ରାଜନୀତି କରି ଏଠୁ ବିଧାୟକ ହୋଇଛନ୍ତି । ଦେବାଶିଷ ନିଜେ କଟକ ମାଟିରେ ଜନ୍ମ ହୋଇ ତିର୍ତ୍ତୋଲରୁ ଲଢି ବିଧାୟକ ହୋଇଥିଲେ । ପ୍ରକାଶ ବେହେରାଙ୍କ ଘର କଟକ ସହରରରେ ଥିବା ବେଳେ ସେ ଷ୍ଟୁଆର୍ଟ କଲେଜ୍ ଛାତ୍ର ବୋଲି ଦେବାଶିଷ କହିଛନ୍ତି । ଦୀର୍ଘ ୫ ବର୍ଷ ଧରି ମୋକିମ କଟକ ପାଇଁ କଣ କରିଛନ୍ତି ବୋଲି ଦେବାଶିଷ ପ୍ରଶ୍ନ କରିଥିବା ବେଳେ ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ବକ୍ସ ଡ୍ରେନ କାର୍ଯ୍ୟ, ଜାଇକା ପ୍ରକଳ୍ପ, ନେତାଜୀ ବସ ଟର୍ମିନାଲ, ଶିଶୁ ଭବନର ନୂତନ ବିଲ୍ଡିଂ ନିର୍ମାଣ ଏହି ୫ ବର୍ଷ ମଧ୍ୟରେ ହୋଇଛି ବୋଲି କହିଛନ୍ତି ମହମ୍ମଦ ମୋକିମ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ କଟକ ବାରବାଟୀ ଆସନରେ ବିଧାୟକ ହୋଇଥିବା ନେତାଙ୍କ ରାଜନୈତିକ କ୍ୟାରିଅର କଟକ ସହରରୁ ହିଁ ଆରମ୍ଭ ହୋଇଥିଲା । ୧୯୫୧ ମସିହାରେ ଗଠନ ହୋଇଥିଲା କଟକ ସହର ବିଧାନସଭା ନିର୍ବାଚନ ମଣ୍ଡଳୀ । ପରେ ୨୦୦୯ ରେ ଏହା କଟକ ବାରବାଟୀ ଆସନ ହୋଇଥିଲା । ବୀରେନ ମିତ୍ର, ଭୈରବ ଚନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ବିଶ୍ଵନାଥ ପଣ୍ଡିତ, ସୟଦ ମୁସ୍ତାଫିଜ ଅହମଦ, ସମୀର ଦେ, ଦେବାଶିଷ ସାମନ୍ତରାୟ ଓ ମହମ୍ମଦ ମୋକିମ ଏମାନେ ସମସ୍ତଙ୍କ ରାଜନୈତିକ କ୍ୟାରିଅର କଟକ ସହର ମାଟିରୁ ହିଁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଜେଡି ଏହି ଆସନ ପାଇଁ ସାଲେପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ସହରବାସୀ କେତେଦୂର ପର୍ଯ୍ୟନ୍ତ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।