ତେବେ ଚଳିତବର୍ଷ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ ହେବା ଅନୁମାନ କରି ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିଜନିଜର ଖସଡା ପ୍ରସ୍ତୁତ କରିବାକୁ ପୂର୍ବ ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ସ୍ୱାସ୍ଥ୍ୟ ସେବା,ରାସ୍ତାଘାଟ,ବିଦ୍ୟୁତ, ଡ୍ରେନେଜ, ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ ।
ସେପଟେ ପଞ୍ଜିକା ଅନୁଯାୟୀ ଚଳିତବର୍ଷ ରଥଯାତ୍ରା ଦିନ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ କିଭଳି ସମସ୍ତ ନୀତିକାନ୍ତି ହେବ ସେନେଇ ଚିନ୍ତାରେ ଶ୍ରୀମନ୍ଦିର ପ୍ରଶାସନ ।
ଆହୁରି ପଢନ୍ତୁ ଓଡିଶା ଖବର...