ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କାଲି ସେ ଓଡିଶା ଆସିବେ । ଭବାନୀପାଟଣା ଓ ରାୟଗଡାରେ ସେ ଜନସଭାକୁ ସମ୍ବୋଧିତ କରିବେ । ୮ ତାରିଖରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଦୁଇଟି ସ୍ଥାନରେ କାର୍ଯ୍ୟକ୍ରମ ରହିଛି । ରାଜନାଥ କୋରାପୁଟ ଓ ନବରଂଗପୁରରେ ଜନସଭା କରିବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୯ରେ ଓଡିଶା ଆସିବେ । ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ୯ରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁରୀର କୃଷ୍ଣପ୍ରସାଦରେ ବିରାଟ ସମାବେଶ କରିବେ ।
୯ ତାରିଖ -
(୧) କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ପୁରୀ ର କୃଷ୍ଣ ପ୍ରସାଦ ରେ ବିରାଟ ସମାବେଶ କରିବେ
(୨) ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନବରଙ୍ଗପୁର ର ତିନୋଟି ସ୍ଥାନରେ ସଭା କରିବେ
(୩) ଆସାମ ର ମୁଖ୍ୟମନ୍ତ୍ରୀ ମାଲକାନଗିରି, ଚିତ୍ରକୁଣ୍ଡା ଏବଂ ଖଲ୍ଲିକୋଟ ଗସ୍ତ କରିବେ
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିଛନ୍ତି । ପୁରା ନିର୍ବାଚନ ପରିଚାଳନାର ସମୀକ୍ଷା କରିଛନ୍ତି । କିଏ କେଉଁ ଦାୟିତ୍ୱରେ ଅଛି କାର୍ଯ୍ୟକ୍ରମ କେମିତି ଚାଲିଛି ପ୍ରତିଟି ନେତାଙ୍କ ସହ କଥା ହୋଇଛନ୍ତି । ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ସବୁର ମଧ୍ୟ ସମୀକ୍ଷା କରିଛନ୍ତି ।
ସବୁଠୁ ବଡ କଥା ହେଲା ଟିକେଟ ନ ନେଇ ସଂଗଠନ ପାଇଁ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ଭୁରି ଭୁରି ପ୍ରଶଂଶା କରିଛନ୍ତି କଲେ । ତାଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଦେଇ ଜୋସ୍ ବଢ଼ାଇଲେ । ଏମିତିକି କିଏ କେତେ କାମ କରୁଛନ୍ତି, କେତେବେଳେ ଖାଉଛନ୍ତି, କାର୍ଯ୍ୟକର୍ତ୍ତାଙ୍କର ପ୍ରତିଟି କଥା ପଚାରି ବୁଝିଥିଲେ । ୧୯୮୬ ସଂଗଠନ ମନ୍ତ୍ରୀ ବେଳେ ପାର୍ଟି ଅଫିସ ଆସିଥିଲେ । ସେ କଥା ମନେ ପକାଇ ଭାବ ବିହ୍ଵଳ ହେଲେ । ସେତେବେଳେ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମନେ ପକାଇଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ବୈଠକରେ ମୁଖ୍ୟତଃ ରାଜ୍ୟ ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ସଭାପତି ସମୀର ମହାନ୍ତି, ଉପ ସଭାପତି ଗୋଲକ ମହାପାତ୍ର ଏବଂ ନିର୍ବାଚନର ବିଭିନ୍ନ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ ।
ଭୁବନେଶ୍ୱର: ଭଟଲିରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି । ରାମାୟଣ ପରେ ମହାଭାରତ କରିବାକୁ ଚେତାବନୀ । ଭୋଟରଙ୍କୁ ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ । ନିରବଦ୍ରଷ୍ଟା ସାଜିଛି ପୋଲିସ । ବିଜେପି ସମର୍ଥକଙ୍କୁ ପୋଲିସ ଧମକାଉଥିବାର ସଙ୍ଗୀନ ଅଭିଯୋଗ । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓଙ୍କୁ ଅନୁରୋଧ ।
ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି ସେତେ ବଢି ଚାଲିଛି । ବିଜେପି ସମର୍ଥକ ଓ କର୍ମୀଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ । ଆଉ ପୋଲିସ ସବୁ ଦେଖି ଆଖି ବୁଜି ଦେଇଥିବାର ସଙ୍ଗୀନ ଅଭିଯୋଗ ଆସିଛି ।
ସୁଶାନ୍ତଙ୍କ ସମର୍ଥକ ମାନେ ଏତେ ଉଗ୍ର ହୋଇଛନ୍ତି ଯେଉଁମାନେ ବିଜେପିକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦିଆଯାଉଛି । ଅଭିଯୋଗ ଅନୁସାରେ ସୋହେଲା ଅଞ୍ଚଳରେ ବିଜେପିର ପାର୍ଟି ଅଫିସ ଖୋଲିଥିବା ବେଳେ ଯେଉଁମାନେ ଦଳରେ ସାମିଲ ହେଉଛନ୍ତି ସେମାନଙ୍କୁ ପୋଲିସ ଲଗାଇ ଧମକ ଚମକ ଦିଆଯାଉଥିବାର ଅଭିଯୋଗ ହୋଇଛି । ଦେଖନ୍ତୁ ଏହି ଭିଡିଓକୁ କେମିତି ବିଜେପି କର୍ମୀଙ୍କ ଘରେ ପୋଲିସ ପଶି ଯାଞ୍ଚ କରୁଛି । କେବଳ ଏତିକିରେ କଥା ରହିନାହିଁ, ବିଜେପି ପ୍ରଚାରରେ ଯେଉଁମାନେ ସାମିଲ ହେଉଛନ୍ତି ସେମାନଙ୍କୁ ଧମକ ଚମକ ଦିଆଯାଉଥିବାର ଅଭିଯୋଗ ଆସିଛି । ଭଟଲିରେ ଦିନକୁ ଦିନ ସୁଶାନ୍ତ ସିଂ ଓ ତାଙ୍କ ସମର୍ଥକଙ୍କ ଉତ୍ପାତ ବଢି ଚାଲିଥିବା ବେଳେ ପୋଲିସ ଚୁପ୍ ହୋଇ ବସିବା ଏବେ ସାଧାରଣରେ ଅନକେ ପ୍ରଶ୍ନ ସୃଷ୍ଟି କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର