ଏହି ଉପଲକ୍ଷେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକେ ଦହିବରା ଖାଇ ଦହିଵରା ଆଳୁଦମ ଦିଵସ ମନାଉଛନ୍ତି । ଵିଭିନ୍ନ ସ୍ଥାନରେ ଲୋକମାନେ ଦହିଵରା ଆଳୁଦମ୍ ଖାଇ ଏହି ଦିଵସ ମନାଇଛନ୍ତି । କିନ୍ତୁ କଟକରେ ମିଳୁଥିଵା ଦହିବରାର ସ୍ୱାଦ ଟିକେ ନିଆରା । ଏଠାକାର ଲୋକ ଦହିଵରା ଆଳୁଦମକୁ ଖୁଵ୍ ଭଲପାଆନ୍ତି । ସେଥିପାଇଁ ତ କଟକର ମିଳୁଥିଵା ଦହିବରା ଵିଶେଷ ଖ୍ୟତି ଅର୍ଜନ କରିଛି । କଟକ ବିଡାନାସୀର ରଘୁ ଦହିବରା ଖାଲି ଯେ କଟକ ତା ନୁହେଁ ପୁରା ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ଖୁବ ଖ୍ୟାତି ଲାଭ କରିଛି । ରଘୁ ଦହିବରା ଖାଇବାକୁ ଲୋକଙ୍କ ମନରେ ଏକ ପ୍ରକାର ଉତ୍କଣ୍ଠା ଦେଖିବାକୁ ମିଳିଥାଏ । କଟକିଆଙ୍କ ପାଇଁ ଦହିବରା ଯେ ଖାଲି ଏକ ଖାଦ୍ୟ ତାହା ନୁହେଁ ଦହିବରା ଏକ ଇମୋସନ୍ ।
ଯିଏ ଥରେ ଦହିଵରାର ମଜା ନେଇଛି, ସେ ଵାରମ୍ଵାର ଏହାକୁ ଖାଇବାକୁ ଇଛା କରିଥାଏ । ହେଲେ ଖରା ଦିନ ଆସିଲେ ଦହିପାଣିରେ ଭିଜା ଯାଇଥିଵା ଵରା ସାଙ୍ଗକୁ ଆଳୁଦମ୍ । ଏହାସହ ପାଆଜ,ସେଓ ଓ ପୁଦିନା ଚଟଣି , ଖାଇଵା ପରେ ରାଗ ଦହିପାଣି ପିଇ ମଜା ନେଇଥାନ୍ତି ଲୋକେ ।