Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

Accident / କାର୍‌ରେ ନେଉଥିଲେ ଗୋମାଂସ; ଦୁର୍ଘଟଣାରେ ଚାଲିଗଲା ଜୀବନ

Sushanta Sahoo
Browse all articles by Sushanta Sahoo
·5 months ago·2 min read
କାର୍‌ରେ ନେଉଥିଲେ ଗୋମାଂସ; ଦୁର୍ଘଟଣାରେ ଚାଲିଗଲା ଜୀବନ
Fatal Car Accident on NH-16 in Bhadrak

Key Points

ଅଖାରେ ଗୋମାଂସ ନେଇ ପଶ୍ଚିମବଙ୍ଗ ଆଡ଼କୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଏକ ଟ୍ରକ୍‌କୁ ପଛରୁ କାର୍‌ଟି ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି ।
ଭଦ୍ରକ: ଗାଡ଼ିରେ ଥିଲା ଗୋମାଂସ । ଅଖାରେ ଗୋମାଂସ ନେଇ ପଶ୍ଚିମବଙ୍ଗ ଆଡ଼କୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଏକ ଟ୍ରକ୍‌କୁ ପଛରୁ କାର୍‌ଟି ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି । ଏ ଦୁର୍ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗିଡ଼ିପୁର କେନାଲ ଛକ ନିକଟରେ ।

ସୂଚନା ଅନୁସାରେ, ଭୋର୍ ସମୟରେ ଏହି ଦୁର୍ଘଟଣା ହୋଇଛି । ନାଲି ରଙ୍ଗର (OR 05 AH 9575) ନମ୍ବର ବିଶିଷ୍ଟ କାର୍‌ଟି ଅତି ଦ୍ରୁତ ଗତିରେ କୋଲକାତା ଆଡ଼କୁ ଯାଉଥିଲା । ଦ୍ରୁତ ଗତିରେ କାରଟି ଯିବାବେଳେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା ।

ଉକ୍ତ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଛି । ଡ୍ରାଇଭର୍ ସିଟ୍‌ରେ ବସିଥିବା ଅବସ୍ଥାରେ ଆଖି ବୁଜିଛନ୍ତି ଯୁବକ ଜଣଙ୍କ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ୍ ସାହାଯ୍ୟରେ କାରକୁ କାଟି ମୃତଦେହକୁ ଉଦ୍ଧାର କରିଛି ।


ଧାମନଗର ଥାନା ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଛାନଭିନ୍ ଆରମ୍ଭ କରିଛି । କାର୍‌ ଭିତରେ ଥିବା ଅଖାରୁ ଗୋମାଂସ ମିଳିଥିବା କହିଛନ୍ତି ସ୍ଥାନୀୟ ଲୋକେ । ମୃତ ଯୁବକ ଜଣଙ୍କ ଗୋମାଂସ ନେଇ କୋଲକାତା ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ଗୋମାଂସ ଚାଲାଣ ବେଳେ ଦୁର୍ଘଟଣାରେ ଆଖି ବୁଜିଥିବା ଯୁବକ ଜଣଙ୍କ ଘର ଧାମନଗର ଅଞ୍ଚଳରେ ବୋଲି ସୂଚନା ମିଳିଛି । ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ଭିଡ଼ ଭଦ୍ରକ ମେଡିକାଲ୍ ପରିସରରେ ଦେଖିବକୁ ମିଳିଛି ।

ତେବେ କାରରେ ଯୁବକ ଜଣଙ୍କ କ୍ଵିଣ୍ଟାଲ୍, କ୍ଵିଣ୍ଟାଲ୍ ଗୋମାଂସ କେଉଁ ଆଡ଼େ ନେଇ ଯାଉଥିଲେ ? ଗାଈଗୋରୁଙ୍କୁ ନିଜେ ହତ୍ୟା ପରେ ନେଇ ଯାଉଥିଲେ କି ମାଂସ ? ନା ଏହା ପଛରେ ଏକ ରାକେଟ ରହିଛି ? ଏ ସମସ୍ତ ଦିଗରେ ପୋଲିସ ତଦନ୍ତ କରିବାକୁ ଲୋକେ ଦାବି କରିଥିବା ବେଳେ କାର୍‌ରୁ ଜବତ ମାଂସକୁ ମାଟି ଖୋଳି ପୋତି ଦିଆ ଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored