Road Accident / ମାଡ଼ିଗଲା କଳାରଙ୍ଗର କାର୍; ବଜାରରେ ଯାହାକୁ ପାରିଲା ତା'କୁ ପିଟିଲା, ଦୋକାନ ବି ଭାଙ୍ଗିଲା
·4 months ago·2 min read

Key Points
ସବୁଦିନ ଭଳି ଚଳଚଞ୍ଚଳ ଥାଏ ପିପିଲିର ଚାନ୍ଦୁଆ ବଜାର । ବଜାରରେ ଭିଡ଼ ଭିତରେ ହଠାତ୍ ଏକ କଳାରଙ୍ଗର ସ୍ଵିଫ୍ଟ କାର୍ ଦ୍ରୁତଗତିରେ ମାଡ଼ି ଆସିଥିଲା । ଯାହାକୁ ପାରିଲା ତା'କୁ ଧକ୍କା ଦେଲା ।
ପିପିଲି (ପୁରୀ): ବଜାର ଭିତରେ ସିରିଜ୍ ଦୁର୍ଘଟଣା । ଦିନ ଦ୍ଵି ପ୍ରହରରେ ମାଡ଼ିଗଲା କଳାରଙ୍ଗର କାର୍ । ପୁରୀ ଜିଲ୍ଲା ପିପିଲି ଚାନ୍ଦୁଆ ବଜାରରେ କଳାରଙ୍ଗର ଏକ ସ୍ଵିଫ୍ଟ କାର୍ ଘଟାଇଛି ସିରିଜ୍ ଦୁର୍ଘଟଣା । ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।

ଶୁକ୍ରବାର ଦିନ ସାଢ଼େ ୧୨ଟା । ସବୁଦିନ ଭଳି ଚଳଚଞ୍ଚଳ ଥାଏ ପିପିଲିର ଚାନ୍ଦୁଆ ବଜାର । ବଜାରରେ ଭିଡ଼ ଭିତରେ ହଠାତ୍ ଏକ କଳାରଙ୍ଗର ସ୍ଵିଫ୍ଟ କାର୍ ଦ୍ରୁତଗତିରେ ମାଡ଼ି ଆସିଥିଲା । ଯାହାକୁ ପାରିଲା ତା'କୁ ଧକ୍କା ଦେଲା । ଶେଷରେ ଦୋକାନ ଭିତରକୁ ବି ମାଡ଼ିଗଲା ।
ଏଥିସହ ପଢ଼ନ୍ତୁ: ଅମାନିଆଙ୍କ ବିରୋଧରେ କଠୋର ଆଭିମୁଖ୍ୟ; ୨ କୋଟିରୁ ଅଧକ ଟଙ୍କାର ଚାଲାଣ ଜାରି
ପୁରୀ ପଟୁ କଳା କାର୍ଟି ଦ୍ରୁତଗତିରେ ଚାନ୍ଦୁଆ ବଜାର ଆଡ଼କୁ ମାଡ଼ି ଆସିଥିଲା । ପ୍ରଥମେ ବାମ ପଟେ ଯାଉଥିବା ଦୁଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା । ସେମାନେ କାର୍ ଧକ୍କାରେ ଛିଟିକି ପଡ଼ୁ ପଡ଼ୁ ଗାଡ଼ିଟି ଡାହାଣ ପାର୍ଶ୍ଵରେ ପୁଣି ଥରେ ଆଉ ଦୁଇ ବାଇକ୍ ଆରୋହୀଙ୍କୁ ପିଟିଥିଲା ।

୨ଟି ବାଇକ୍କୁ ପିଟିବା ପରେ ବାମ ପାର୍ଶ୍ଵରେ ଥିବା ଦୋକାନ ଭିତରକୁ ମାଡ଼ି ଯାଇଥିଲା କାର୍ଟି । ଏଥିରେ ୪ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି । କାର୍ର ସିରିଜ୍ ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ପିପିଲି ପୋଲିସ ପହଞ୍ଚି ସିରିଜ୍ ଦୁର୍ଘଟଣା ଘଟାଇଥିବା କାର୍ଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।
ଏଥିସହ ପଢ଼ନ୍ତୁ: ପୋଲିସ୍ ବ୍ୟାରିକେଡ୍ ଭାଙ୍ଗି ଲୋକଙ୍କ ଉପରେ ମାଡ଼ିଗଲା Car, ୧୦ରୁ ଅଧିକ ଗୁରୁତର
ପିପିଲି ବଜାରରେ ସିରିଜ୍ ଦୁର୍ଘଟଣା ଘଟାଇଥିବା କାର୍ର ନମ୍ବର ହେଉଛି OD02AY5054 । ସ୍ଵିଫ୍ଟ କାରଟି ଭୁବନେଶ୍ଵରରେ ପଞ୍ଜୀକୃତ ହୋଇଥିବା ବେଳେ ମାଲିକ ରଜନୀକାନ୍ତ ବଳିଆରସିଂହ ବୋଲି ସୂଚନା ମିଳିଛି ।

ତେବେ ସିରିଜ୍ ଦୁର୍ଘଟଣା ସମୟରେ କାର୍ ରଜନୀକାନ୍ତ ଚଲାଉଥିଲେ ନା ଆଉ କିଏ ? ତାହା ସ୍ପଷ୍ଟ ହୋଇ ନାହିଁ । ଯିଏ ବି ଗାଡ଼ି ଚାଳନା କରୁଥିଲେ ନିଶାସକ୍ତ ଥିଲେ କି ? ଡ୍ରାଇଭରକୁ ଅଟକ ରଖି ସବୁ ଦିଗକୁ ନେଇ ତଦନ୍ତ କରୁଛି ପିପିଲି ଥାନା ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories