Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Gold And Silver / ଆସିଲା ବଡ଼ ଖବର: କମିଲା ସୁନା ଦର, ଆଗକୁ ଆହୁରି କମିବ...

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଆସିଲା ବଡ଼ ଖବର: କମିଲା ସୁନା ଦର, ଆଗକୁ ଆହୁରି କମିବ...
Gold And Silver

Key Points

ବର୍ଷର ଶେଷ ଦିନରେ ୧୫ ହଜାର କମିଲା ସୁନା ଦର
ଜାଣନ୍ତୁ ଏବେ କେତେ ହେଲା ସୁନା ଓ ରୁପା
ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ସୁନା କିଣିପାରିବେ ସାଧାରଣ ଲୋକେ। କାହିଁକି ନା ହଠାତ୍‌ ୧୫ ହଜାର କମିଲା ସୁନା ଦର। ସୁନା ସହ ରୁପା ବି ହେଲା ଶସ୍ତା। ବର୍ଷର ଶେଷ ଦିନରେ କମିଛି ସୁନା ରୁପା ରେଟ୍ । ଡିସେମ୍ବର ୩୧ ତାରିଖରେ ୨୪ କ୍ୟାରେଟ୍ ସୁନା ହ୍ରାସ ପାଇ ୧ ଲକ୍ଷ ୩୫ ହଜାର ୮୮୦ ଟଙ୍କାରେ ପହଁଚିଛି । ଭାରତୀୟ ବଜାରରେ ମଙ୍ଗଳବାର ଅପେକ୍ଷା ସୁନା ଗ୍ରାମ୍ ପିଛା ୩୨ ଟଙ୍କା ହ୍ରାସ ପାଇଛି । ବର୍ଷର ଶେଷ ଦିନରେ ରୁପାର ଭବିଷ୍ୟତ ଦର ପ୍ରାୟ ୬ ପ୍ରତିଶତ କମିଛି ।

ଅର୍ଥାତ ୧୫ ହଜାର ଟଙ୍କା ଶସ୍ତା ହୋଇଛି । ଏବେ କେଜି ପିଛା ରୁପା ୨ଲକ୍ଷ ୩୨ ହଜାର ୬୬୩ ଟଙ୍କାରେ ପହଁଚିଛି । ମଙ୍ଗଳବାର ଦାମ୍ ୨୧ ହଜାର ଟଙ୍କା ହ୍ରାସ ପାଇଥିବା ବେଳେ ବୁଧବାର ଏହାର ମେ ମାସ ପାଇଁ ଭବିଷ୍ୟତ ମୂଲ୍ୟ ୧୫ ହଜାର ଟଙ୍କା କମିଛି । ବିଦେଶୀ ବଜାରରେ ଦର ଆଉନ୍ସ ପିଛା ୭୫.୮୫ ଡଲାର ରହିଛି । ବର୍ତ୍ତମାନର ଚାହିଦା, ସୁରକ୍ଷିତ ନିବେଶ ପାଇଁ କ୍ରୟ ପାଇଁ ଦାମ୍ ବଢିଥିଲା । ଗତ କିଛି ଦିନ ଧରି ସୁନା ଏବଂ ରୁପାର ଦାମରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ପ୍ରତିଦିନ ଉଭୟ ଦାମୀ ଧାତୁ ନୂଆ ନୂଆ ରେକର୍ଡ ପ୍ରତିଷ୍ଠା କରୁଥିଲେ । ଏବେ କିନ୍ତୁ ବର୍ଷ ଶେଷ ବେଳକୁ ଦାମ୍ ବୃଦ୍ଧିରେ ଲଗାମ୍ ଲାଗିଛି । ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ୍ ଏକ ଲକ୍ଷ ୩୫ ହଜାର ୮୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ଦର ଲକ୍ଷେ ୨୪ ହଜାର ୯୯୦ ଟଙ୍କା ରହିଛି । କୋଲକାତାରେ ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୨୪ ହଜାର ୮୪୦ ଟଙ୍କା ରହିଛି ।

ସେପଟେ ରୁପା ଭାଙ୍ଗିଲା ସବୁ ରେକର୍ଡ । ପ୍ରଥମଥର ପାଇଁ ଅଢ଼େଇ ଲକ୍ଷ ଡେଇଁଥିଲା ଦର । ଡିସେମ୍ବର ୨୯ ରେ ରୁପା ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା । ସୋମବାର ରୁପା ଦର ପ୍ରାୟ ୬ ପ୍ରତିଶତ ବଢ଼ିଛି । ଫଳରେ କେଜି ପିଛା ରୁପା ଦର ୨ ଲକ୍ଷ ୫୪ ହଜାର ୧୭୪ ଟଙ୍କାରେ ପହଞ୍ଚିଥିଲା ।

କାହିଁକି ବଢ଼ୁଛି ରୁପା ଦର ?

ରୁପା ଦର ଦ୍ରୁତଗତିରେ ବଢ଼ିବା ପଛରେ ଅନେକ କାରଣ ରହିଛି । ସବୁଠୁ ବଡ଼ କାରଣ ହେଉଛି- ବିଗତ ୭ ବର୍ଷ ହେଲା ଦୁନିଆରେ ରୁପା ଯୋଗାଣ ହ୍ରାସ ପାଇଛି । ଯେତେବେଳେ କି ସମାନ ସମୟରେ ରୁପାର ଚାହିଦା ବଢ଼ି ଚାଲିଛି । ଏବେ ସୋଲାର୍ ପ୍ୟାନେଲ୍ ତିଆରି, ବିଦ୍ୟୁତ୍ ଚାଳିତ ବ୍ୟାଟେରି ଗାଡ଼ି, ମୋବାଇଲ୍, ଲାପଟପ୍ ଭଳି ଇଲୋକ୍ଟ୍ରୋନିକ୍ସ ସାମଗ୍ରୀରେ ରୁପାର ବହୁଳ ବ୍ୟବହାର ହେଉଛି । ଅକ୍ଷୟ ଶକ୍ତି ଓ ନୂଆ ଟେକ୍ନୋଲୋଜିରେ ରୁପାର ଚାହିଦା ଦରକୁ ବଢ଼ାଇ ଦେଇଛି ।

ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gold And Silver | Silver prices crash by Rs 15,000 on last trading day of 2025 | Argus News | Argus News