Gold Price Hike / ୯ ମାସରେ ୪୯% ବଢ଼ିଲାଣି ସୁନା ଦର, ରୂପା ମୂଲ୍ୟ ୬୦% ବୃଦ୍ଧି

Key Points
ସୁନା ଦର ପ୍ରାୟ ୫୦ ପ୍ରତିଶତ ବଢ଼ିପାରେ । ବିଶ୍ଵରେ ଲାଗି ରହିଥିବା ଭୂ-ରାଜନୈତିକ ଅସ୍ଥିରତା, ଉତ୍ତେଜନା ଓ ଆର୍ଥିକ ଅନିଶ୍ଚିତତା କାରଣରୁ ସୁନା ଦର ରେକର୍ଡ ସ୍ତର ପାର କରିପାରେ ।
ମୁମ୍ବାଇ: ରେକର୍ଡ ଭାଙ୍ଗୁଛି ସୁନା ଦର । ବିଶ୍ଵର ପ୍ରମୁଖ ନିବେଶକ ବ୍ୟାଙ୍କ ଗୋଲ୍ଡମ୍ୟାନର ଅନୁମାନ ଅନୁସାରେ, ସୁନା ଦର ପ୍ରାୟ ୫୦ ପ୍ରତିଶତ ବଢ଼ିପାରେ । ବିଶ୍ଵରେ ଲାଗି ରହିଥିବା ଭୂ-ରାଜନୈତିକ ଅସ୍ଥିରତା, ଉତ୍ତେଜନା ଓ ଆର୍ଥିକ ଅନିଶ୍ଚିତତା କାରଣରୁ ସୁନା ଦର ରେକର୍ଡ ସ୍ତର ପାର କରିପାରେ ।
ଏଥିସହ ପଢ଼ନ୍ତୁ: ହୁ ହୁ ହୋଇ ବଢ଼ୁଛି ସୁନା ଦର, ଆଗାମୀ ୫ ବର୍ଷରେ ଛୁଇଁବ ୨ ଲକ୍ଷ !
ଗୋଲ୍ଡମ୍ୟାନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଆଗାମୀ ବର୍ଷ ପ୍ରତି ଆନ୍ସ ସୁନାର ମୂଲ୍ୟ ୫୦୦୦ ହଜାର ଡଲାର ଛୁଇଁପାରେ । ବର୍ତ୍ତମାନ ଡଲାର ତୁଳନାରେ ଭାରତୀୟ ଟଙ୍କାର ହିସାବେର ଏହା ୧ ଲକ୍ଷ ୫୫ ହଜାର ପ୍ରତି ୧୦ ଗ୍ରାମ ହେବ । ଯାହାକି ବର୍ତ୍ତମାନ ସୁନାର ବଜାର ଦର ଠାରୁ ଢେର୍ ଅଧିକ ଅଟେ ।
ସୁନା ଡେଇଁବ ଦେଢ଼ ଲକ୍ଷ !
ବ୍ରୋକରେଜ୍ ଫାର୍ମ ପିଏଲ୍ କ୍ଯାପିଟାଲର ନିର୍ଦ୍ଦେଶକ ସନ୍ଦୀପ ରାୟଚୁରା କହିଛନ୍ତି, "ଅନ୍ତର୍ଜାତୀୟ ବଜାରରେ ସୁନା ଦର ୧ ଲକ୍ଷ ୧୪ ହଜାରରୁ ୧୦ ଗ୍ରାମ ପ୍ରତି ୧ ଲକ୍ଷ ୪୪ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇ ପାରେ । ୨୦୨୫ ସେପ୍ଟେମ୍ବର ୨୩ରେ ଆମେରିକା ସ୍ପଷ୍ଟ ଗୋଲ୍ଡ ୧ ଲକ୍ଷ ୧୩ ହଜାର ୮୦୦ ଟଙ୍କା ୧୦ ଗ୍ରାମ ପ୍ରତି ପହଞ୍ଚିଥିଲା, ଯାହାକି ଦୁଇ ବର୍ଷ ତଳର ମୂଲ୍ୟର ପ୍ରାୟ ଦୁଇ ଗୁଣ ।"
📱 Get Argus News App
✨ଏଥିସହ ପଢ଼ନ୍ତୁ: ଠକୁଛନ୍ତି ସୁନା ଦୋକାନୀ, ବଡ ଖୁଲାସା କଲେ ଯୋଗାଣ ମନ୍ତ୍ରୀ
ସୁନା ଦର କ୍ରମାଗତ ଭାବେ ଭାବେ ୬ ସପ୍ତାହ ଧରି ବଢ଼ି ଚାଲିଛି । ଋଷ ସମେତ ବିଶ୍ଵର ଏକାଧିକ ରାଷ୍ଟ୍ର ମଧ୍ୟରେ ତିକ୍ତତା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଗଳାମୀ ଓ କଡ଼ା ମନ୍ତବ୍ଯ ସହ ଫେଡ୍ ରିଜର୍ଭ ଦ୍ଵାରା ସୁଧ ହାର ହ୍ରାସର ସୁନା ମୂଲ୍ୟ ବୃଦ୍ଧିକୁ ବଳ ଦେଉଛି ।
ଭାରତରେ ସୁନା ମୂଲ୍ୟ
ଶୁକ୍ରବାର ଘରୋଇ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୧ ଲକ୍ଷ ୧୩ ହଜାର ୨୬୧ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୩ ହଜାର ୭୪୮ ଟଙ୍କା ରହିଥିଲା । ସେହିଭଳି ରୂପା ୧ ହଜାର ୬୦ ଟଙ୍କା ମହଙ୍ଗା ହୋଇ କେଜି ପିଛା ୧ ଲକ୍ଷ ୩୮ ହଜାର ୧୦୦ ଟଙ୍କାର ରେକର୍ଡ ଐତିହାସିକ ସ୍ତରରେ ପହଞ୍ଚିଛି ।
ଚଳିତବର୍ଷ ଏବେ ସୁଦ୍ଧା ସୁନା ୪୯ ପ୍ରତିଶତ ଓ ରୂପା ୬୦ ପ୍ରତିଶତ ଲାଭ ଦେଇଛି । ୱାର୍ଲ୍ଡ ଗୋଲ୍ଡ କାଉନସିଲ୍ର କବିତା ଚାକୋଙ୍କ ଅନୁସାରେ, "ସେପ୍ଟେମ୍ବର ଆରମ୍ଭରେ ଦର ୬.୭ ପ୍ରତିଶତ ବଢ଼ିଥିଲା । କାରଣ ନିବେଶକ ସୁନାରେ ଅଧିକ ନିବେଶ କରିଥିଲେ ।"
Related Topics
Explore more stories