Billionaire Club / ଭାରତର ଧନୀ ନମ୍ବର ୧ ମୁକେଶ ଅମ୍ବାନୀ, ଶାହରୁଖଙ୍କ ନୂଆ ରେକର୍ଡ

Key Points
ପ୍ରଥମ ଥର ପାଇଁ ଶାହରୁଖ ଖାନଙ୍କ ମୋଟ ସମ୍ପତ୍ତି ୧୨ ହଜାର ୪୯୦ କୋଟି ଛୁଇଁଛି । ଏଥିସହ ଶାହରୁଖ ବିଲେନିଅର କ୍ଲବରେ ସାମିଲ୍ ହୋଇଛନ୍ତି । ତେବେ ଶାହରୁଖ ବିଲେନିଅର କ୍ଲବରେ ସାମିଲ୍ ହେବା ପଛରେ ରହିଛି ତାଙ୍କ ନିଜସ୍ଵ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିଜ୍ ଏଣ୍ଟରମେଣ୍ଟ ।
ମୁମ୍ବାଇ: ମୁକେଶ ଅମ୍ବାନୀ ଭାରତର ୧ ନମ୍ବର ଧନୀ । M3M ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ରେ ପୁଣି ପ୍ରଥମ ସ୍ଥାନରେ ରହିଛନ୍ତି ଅମ୍ବାନୀ । ବୁଧବାର ପ୍ରକାଶିତ ତାଲିକାରେ ମୁକେଶ ଅମ୍ବାନୀ ଭାରତର ୧ ନମ୍ବର ଧନୀ ବୋଲି ଦର୍ଶା ଯାଇଛି । ସେପଟେ କିଙ୍ଗ ଖାନ୍ ଶାହରୁଖ ବିଲେନିଅର କ୍ଲବରେ ସାମିଲ୍ ହୋଇଛନ୍ତି ।
କୁହାଯାଉଛି, ପ୍ରଥମ ଥର ପାଇଁ ଶାହରୁଖ ଖାନଙ୍କ ମୋଟ ସମ୍ପତ୍ତି ୧୨ ହଜାର ୪୯୦ କୋଟି ଛୁଇଁଛି । ଏଥିସହ ଶାହରୁଖ ବିଲେନିଅର କ୍ଲବରେ ସାମିଲ୍ ହୋଇଛନ୍ତି । ତେବେ ଶାହରୁଖ ବିଲେନିଅର କ୍ଲବରେ ସାମିଲ୍ ହେବା ପଛରେ ରହିଛି ତାଙ୍କ ନିଜସ୍ଵ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିଜ୍ ଏଣ୍ଟରମେଣ୍ଟ ।
ଏଥିସହ ପଢ଼ନ୍ତୁ: ବଲିଉଡରେ ବଡ଼ ବିବାଦ: ପୁଣି ଶାହରୁଖଙ୍କ ପଛରେ ପଡିଲେ ସମୀର ୱାଙ୍ଖେଡେ
ଯାହାକି ଶାହରୁଖଙ୍କୁ ଅନ୍ୟ ବଲିଉଡ୍ କଳାକାରଙ୍କ ଠାରୁ ଆଗରେ ରଖିଛି । ଜୁହି ଚାୱଲାଙ୍କ ପାଖରେ ୭, ୭୯୦ କୋଟି ଥିବା ବେଳେ ହିର୍ତ୍ତିକ ରୋଷନଙ୍କ ପାଖରେ ୨, ୧୬୦ କୋଟି ରହିଥିବା ପ୍ରକାଶିତ ରିପୋର୍ଟରେ ଦର୍ଶା ଯାଇଛି ।
ଭାରତର ଶ୍ରେଷ୍ଠ ଧନୀ ଅମ୍ବାନୀ ପରିବାର ପାଖରେ ଏବେ ୯.୫୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଥିବା ବେଳେ ଦେଶର ଦ୍ଵିତୀୟ ଧନୀ ଗୌତମ ଆଦାନୀ ଓ ତାଙ୍କ ପରିବାର ପାଖରେ ରହିଛି ୮.୧୫ କୋଟି ଟଙ୍କାର ସମ୍ପତ୍ତି ।
📱 Get Argus News App
✨
HCL ଟେକ୍ନୋଲୋଜିର ଅଧ୍ୟକ୍ଷ ରୋଷଣୀ ନଦର ମାଲହୋତ୍ରା ଭାରତର ମହିଳାମାନଙ୍କ ମଧ୍ୟରେ ୧ ନମ୍ବର ଧନୀ । ସେ ଶୀର୍ଷ ୩ରେ ରହିଥିବା ବେଳେ ଏବେ ତାଙ୍କ ପାଖରେ ୨.୮୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି ।
ଏଥିସହ ପଢ଼ନ୍ତୁ: ମସ୍କଙ୍କୁ ପଛରେ ପକାଇ ଧନୀ ବ୍ୟକ୍ତି ତାଲିକାରେ ନମ୍ବର ୱାନ୍
M3M ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୫ ଅନୁସାରେ, "ଭାରତରେ ମୋଟ ବିଲେନିଅରଙ୍କ ସଂଖ୍ୟା ୩୫୦ ପାର୍ କରିଛି । ତାଲିକା ପ୍ରକାଶର ୧୩ ବର୍ଷ ମଧ୍ୟରେ ଭାରତରେ ୬ ଗୁଣ ବଢ଼ିଛି ବିଲେନିଅରଙ୍କ ସଂଖ୍ୟା । ଦେଶର ସମସ୍ତ ବିଲେନିଅରଙ୍କ ସମ୍ପତ୍ତି ମିଶାଇଲେ ମୋଟ ୧୫୭ ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଇଛି । ଯାହାକି ଦେଶର GDPର ପ୍ରାୟତଃ ଅଧା ହେବ ।"
କେବଳ ଧନୀଙ୍କ ସମ୍ପତ୍ତି ବଢ଼ିଛି ତା' ନୁହେଁ । ଦେଶରେ ନୂଆ କରି ଉଦ୍ୟୋଗ ସମ୍ଭାଳୁଥିବା ଯୁବବର୍ଗଙ୍କ ଭାଗ୍ୟ ବି ଖୋଲିଛି । ପର୍ପଲକ୍ସିଟିର ଫାଉଣ୍ଡର ୩୧ ବର୍ଷୀୟ ଅରବିନ୍ଦ ଶ୍ରୀନିବାସ ଭାରତର କନିଷ୍ଠ ବିଲେନିଅର ହେବାର ସୌଭାଗ୍ୟ ହାସଲ କରିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୨୧, ୯୦୦ କୋଟି ବୋଲି ଦର୍ଶା ଯାଇଛି ।
ତାଲିକା ଅନୁସାରେ, ୧୧୧୫ ଜଣ ଅର୍ଥାତ୍ ୬୬ ପ୍ରତିଶତ ବ୍ୟକ୍ତିଗତ ଭାବେ କାର୍ଯ୍ୟକରି ସଫଳତା ପାଇଛନ୍ତି । ସେହିଭଳି ଭାରତର ଆର୍ଥିକ ନଗରୀ ମୁମ୍ବାଇରେ ୪୫୧ ଜଣ ବିଲେନିଅର ଅଛନ୍ତି । ଯେଉଁମାନେ କି କେବଳ ମୁମ୍ବାଇ ନୁହନ୍ତି ବରଂ ଦେଶକୁ ପ୍ରତିନିଧିତ୍ଵ କରୁଛନ୍ତି । ମୁମ୍ବାଇ ପରକୁ ଦିଲ୍ଲୀରେ ୨୨୩ ଓ ବେଙ୍ଗାଳୁରୁରେ ୧୧୬ ଜଣ ବିଲେନିଅର ଅଛନ୍ତି ।
Related Topics
Explore more stories