Gold Price / କାହିଁକି ଖସୁଛି ଦର ? ଆଜି ପୁଣି ୮ ହଜାର କମିଛି ସୁନା ଦର
·5 months ago·2 min read

Key Points
ଆଜି ପୁଣି କମିଲା ସୁନା, ରୁପ। ଦର
୨୪ କ୍ୟାରେଟ୍ ସୁନା ଦର ୮ ହଜାର ୬୨୦ ଟଙ୍କା ହ୍ରାସ

ପୁଣି ଖସିଲା ସୁନା ଓ ରୁପା ଦର। ଲଗାତାର ଦୁଇ ଦିନ ହେଲା କମିଲା ସୁନା ଓ ରୁପା ଦର। ଆଜି ରୁପା କିଲୋ ରହିଛି ୩ ଲକ୍ଷ ୫୦ ହଜାର। ୨୪ କ୍ୟାରେଟ୍ ସୁନା ଦର ୮ ହଜାର ୬୨୦ ଟଙ୍କା ହ୍ରାସ।୨୨ କ୍ୟାରେଟ୍ ସୁନା ଦର ୭୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦। ସୁନା ସହ ରୁପା ମୂଲ୍ୟ ଢେର୍ ଖସିଛି । ଲଗାତାର ସୁନା ଓ ରୁପା ଦାମ ବଢ଼ି ଚାଲିଥିବା ବେଳେ ଆଜି ପୁଣି ବଜାର ଖୋଲୁ ଖୋଲୁ ଉଭୟ ଧାତୁର ଦର ଖସିଛି ।
ଗୁରୁବାର ରୁପା ଦର ରକେଟ ବେଗରେ ବଢ଼ିଥିଲା । ଇତିହାସରେ ପ୍ରଥମଥର ପାଇଁ ରୁପା କେଜି ପିଛା ୪ ଲକ୍ଷ ପାର୍ କରିଥିଲା । କେଜି ପିଛା ରୁପା ମୂଲ୍ୟ ୩ ଲକ୍ଷ ୯୯ ହଜାର ୮୯୩ ଟଙ୍କାରେ ବନ୍ଦ ହୋଇଥିଲା କାରବାର ।
ଶୁକ୍ରବାର ବଜାର ଖୋଲିବା ପରେ ଏମସିଏକ୍ସରେ ରୁପା ଦାମ ପ୍ରାୟ ୨୪ ହଜାର ହ୍ରାସ ପାଇ ୩ ଲକ୍ଷ ୭୫ ହଜାର ୯୦୦ ଟଙ୍କାକୁ ଖସି ଆସିଛି । ଗୁରୁବାର ରୁପା ସର୍ବକାଳୀନ ରେକର୍ଡ ଭାଙ୍ଗି କେଜି ପିଛା ୪ ଲକ୍ଷ ୨୦ ହଜାର ୪୮ ଟଙ୍କାରେ ପହଞ୍ଚି ପୁଣି ୪ ଲକ୍ଷକୁ ଖସିଥିଲା । ଗୁରୁବାର ଓ ଶୁକ୍ରାବର ହ୍ରାସ ଦେଖିଲେ ରୁପା ପ୍ରାୟ ୪୪ ହଜାର ଟଙ୍କା ଶସ୍ତା ହୋଇଛି ।
ଏଥିସହ ପଢ଼ନ୍ତୁ: ଯାଉଥିଲେ ବୃଦ୍ଧ ମାଡ଼ିଗଲା ଟ୍ରକ୍, ଛିନଭିନ୍ ହୋଇଗଲା ବୃଦ୍ଧଙ୍କ ଶରୀର
ରୁପା ଭଳି ସୁନା ଦର ମଧ୍ୟ ହ୍ରାସ ପାଇଛି । ଗୁରୁବାର ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୮୨ ହଜାର ୯୬୨ ଟଙ୍କାରେ କାରବାର ବନ୍ଦ ହୋଇଥିଲା । ଶୁକ୍ରବାର ବଜାର ଖୋଲିବା ମାତ୍ରା ସୁନା ଗୋଟିଏ ଝଟ୍କାରେ ପ୍ରାୟ ୮ ହଜାରରୁ ଅଧିକ ଟଙ୍କା ଖସିଛି । ଏବେ ୧୦ ଗ୍ରାମ ସୁନା ଦର ୧ ଲକ୍ଷ ୭୫ ହଜାର ୧୦୦ ଟଙ୍କା ରହିଛି । ଠିକ ସେହିପରି ଆଜି ମଧ୍ୟ କମିଛି ସୁନା ଓ ରୁପା ଦର।
କାହିଁକି ଖସୁଛି ଦର ?
ବିଶେଷଜ୍ଞଙ୍କ ଅନୁସାରେ, ସୁନା ଓ ରୁପା ଦର ସର୍ବକାଳୀନ ରେକର୍ଡରେ ପହଞ୍ଚିଥିଲା । ନିବେଶକ ଅଧିକ ଲାଭ ଆଶାରେ ବିପୁଳ ନିବେଶ କରିବାରୁ ଦର ଖସିଛି । ଏଥିସହ ଭୂ-ରାଜନୈତିକ ଅସ୍ଥିରତା, ଟ୍ରମ୍ପଙ୍କ ଟାରିଫ୍ର ପ୍ରଭାବ ବଜାରରେ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories