Murder / ସ୍ଵାମୀ ଆଗରେ ସ୍ତ୍ରୀକୁ ମାରି ଗହଳି ଭିତରେ ତାମସା ଦେଖୁଥିଲା ଅଭିଯୁକ୍ତ
·4 months ago·2 min read

Key Points
ତଣ୍ଟି କାଟି ମାରିବା ପରେ ପୋଲିସ ଆସିବା ସମୟରେ ଭିଡ଼ ଭିତରେ ରହି ଅଭିଯୁକ୍ତ ସବୁ ଦେଖୁଥିଲା । ପୋଲିସର ଅନୁସନ୍ଧାନ ଉପରେ ନଜର ରଖିଥିଲା ହତ୍ୟା ଅଭିଯୁକ୍ତ ।
ବେଙ୍ଗାଳୁରୁ: ୮ ଲକ୍ଷ ଟଙ୍କାର ଋଣ ପାଇଁ ୬୫ ଲକ୍ଷର ଗହଣା ଚୋରି । ସ୍ଵାମୀ ସାମ୍ନାରେ ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବେଙ୍ଗାଳୁରୁର ହୀରାପୁର ଅଞ୍ଚଳରେ । ଯେଉଁଠି ମାନସିକ ବିକାରଗ୍ରସ୍ତ ସ୍ଵାମୀ ଆଗରେ ୭୦ ବର୍ଷୀୟ ମହିଳାଙ୍କ ତଣ୍ଟି କାଟି ହତ୍ୟା ପରେ ସୁନା ଗହଣା ଲୁଟି ନେଇଛି ପଡ଼ୋଶୀ ।
କେବଳ ହତ୍ୟା କରିନି, ତଣ୍ଟି କାଟି ମାରିବା ପରେ ପୋଲିସ ଆସିବା ସମୟରେ ଭିଡ଼ ଭିତରେ ରହି ଅଭିଯୁକ୍ତ ସବୁ ଦେଖୁଥିଲା । ପୋଲିସର ଅନୁସନ୍ଧାନ ଉପରେ ନଜର ରଖିଥିଲା ହତ୍ୟା ଅଭିଯୁକ୍ତ । ଯାଞ୍ଚ ଓ ଛାନଭିନ୍ ପରେ ସିସିଟିଭିରୁ ପୋଲିସକୁ ମିଳିଛି ହତ୍ୟା ଅଭିଯୁକ୍ତର ସୁରାକ୍ । ଧରାପଡ଼ିଛି ପଡ଼ୋଶୀରେ ରହୁଥିବା ହତ୍ୟାକାରୀ ।
ଋଣ ଶୁଝିବାକୁ ହତ୍ୟା
ହୀରାପୁରର କୋଟେ ବିଡି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ୭୦ ବର୍ଷୀୟ ଶୋଭା ତାଙ୍କ ସ୍ଵାମୀ ରଙ୍ଗନାଥଙ୍କ ସହ ରହୁଥିଲେ । ସ୍ଵାମୀ ରଙ୍ଗନାଥ ବିଗତ ୧୫ ବର୍ଷ ହେଲା ମାନସିକ ଭାବେ ଅସୁସ୍ଥ ଥିବାବେଳେ ସେମାନଙ୍କର କେହି ସନ୍ତାନ ନାହାନ୍ତି ।
ଏଥିସହ ପଢ଼ନ୍ତୁ: ମୁଁ ମରିଗଲେ ମୋ ସ୍ତ୍ରୀର ଭବିଷ୍ୟତ କଣ ହେବ, ସେଥିପାଇଁ ମୁଁ ମାରିଦେଲି: ପୂର୍ବତନ ଇସ୍ରୋ କର୍ମଚାରୀ
ସବୁଦିନ ଭଳି ସେଦିନ ବି ସାମାନ୍ୟ ଥିଲା । ଦ୍ଵି ପ୍ରହରରେ ଫିଜିଓଥେରାପି ପାଇଁ ଡାକ୍ତର ରଙ୍ଗନାଥଙ୍କ ଘରୁ ଆସିଥିଲେ । ଡାକ୍ତର ଦେଖିଥିଲେ ଶୋଭାଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡ଼ିଛି । ମାନସିକ ଅସୁସ୍ଥ ରଙ୍ଗନାଥ, ସ୍ତ୍ରୀ ଶୋଭାଙ୍କ ମୃତ୍ୟୁ ବିଷୟରେ ହୁଏତ ଅବଗତ ନାହାନ୍ତି ।
ଏହା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ପହଞ୍ଚିବା ବେଳକୁ ଘର ବାହାରେ ଲୋକେ ଜମା ହେବାକୁ ଲାଗିଥିଲେ । ସେହି ଭିଡ଼ ଭିତରେ ଲୁଚି ରହି ପୋଲିସର ତଦନ୍ତକୁ ଦେଖୁଥିଲା ହତ୍ୟା ଅଭିଯୁକ୍ତ । ଛାନଭିନ୍ ପରେ ପୋଲିସ ପଡ଼ୋଶୀ ଦୋକାନୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜାଣିପାରିଥିଲା ।
ହତ୍ୟା ଅଭିଯୁକ୍ତ ଉପରେ ୮ ଲକ୍ଷର ଋଣ ଥିଲା । ଯାହା ଶୁଝିବା ପାଇଁ ସେ ବୃଦ୍ଧ ଦମ୍ପତିଙ୍କୁ ଟାର୍ଗେଟ୍ କରିଥିଲା । ରାତି ପ୍ରାୟ ଗୋଟାଏ ୩ ମିନିଟ୍ରେ ରଙ୍ଗନାଥଙ୍କ ଘରେ ପଶିଥିଲା ଅଭିଯୁକ୍ତ । ରଙ୍ଗନାଥଙ୍କ ଆଖି ଆଗରେ ଶୋଭାଙ୍କ ତଣ୍ଟି କାଟି ଦେଇଥିଲା ।
ହତ୍ୟା ପରେ ନଗଦ ଟଙ୍କା ଖୋଜିଥିଲା । ଟଙ୍କାନ ପାଇବା ପରେ ଶୋଭାଙ୍କ ଶରୀରରୁ ମଙ୍ଗଳସୂତ୍ର, ଚୁ଼ଡ଼ି ଓ ଅନ୍ୟ ଗହଣା କାଢ଼ି ନେଇ ପଳାଇଥିଲା । ପୋଲିସ ଅନୁସାରେ, ପ୍ରାୟ ୪୫୦ ଗ୍ରାମ ସୁନା ଅଳଙ୍କାର ଲୁଟ୍ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ ।
ଭିଡ଼ରେ ରହି ପୋଲିସ ଉପରେ ନଜର
ପୋଲିସ ତଦନ୍ତ ପାଇଁ ଆସିବା ବେଳେ ହତ୍ୟା ଅଭିଯୁକ୍ତ ଶିବ କୁମାର ଗିରଫଦାରୀରୁ ବର୍ତ୍ତିବା ଲାଗି ଘଟଣାସ୍ଥଳର ଭିଡ଼ରେ ଛିଡ଼ା ହୋଇ ସବୁ ଦେଖୁଥିଲା । ଯେମିତି ତା ଉପରେ କେହି ସନ୍ଦେହ ନ କରିବେ ସେଥିଲାଗି ସେ ଦର୍ଶକ ସାଜିଥିଲା । ପୋଲିସର ଗତିବିଧି ଉପରେ ନଜର ରଖିଥିଲା । ତାପରେ ଆକ୍ଟିଭା ସ୍କୁଟର୍ ନେଇ ଚୁପ୍ଚାପ୍ ଘରକୁ ପଳାଇଥିଲା ।
ଏଥିସହ ପଢ଼ନ୍ତୁ: ପ୍ରେମ ନା ପ୍ରତିଶୋଧ ! ଗର୍ଭବତୀ ବ୍ୟାଙ୍କର ପତ୍ନୀଙ୍କ ଗଳା କାଟିଲେ ଚାର୍ଟାର୍ଡ ଆକାଉଣ୍ଟ ସ୍ଵାମୀ
CCTV ଖୋଲିଦେଲା ରହସ୍ୟ
ପୋଲିସ ସିସିଟିଭି କ୍ୟାମେରା ଯାଞ୍ଚ ବେଳେ ସବୁ ସତ ପଦାକୁ ଆସିଥିଲା । ହତ୍ୟା ପରେ ସ୍କୁଟର ନେଇ ଅଭିଯୁକ୍ତ ପଳାଉଥିବା ଦେଖିବାକୁ ମିଳିଥିଲା । ପୋଲିସ ସ୍କୁଟର ନମ୍ବର ଟ୍ରେସ୍ କରି ପହଞ୍ଚିଥିଲା ଶିବକୁମାରଙ୍କ ଘରେ । ଶିବକୁମାର ଠାରୁ ହତ୍ୟାରେ ବ୍ୟବହୃତ ଛୁରି ସହ ମୋବାଇଲ୍, ଗାଡ଼ି ଜବତ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories