|
logo
Live
Argus News App
GET APP

Argus News - କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ଉପରୁ ହଟିଲା ପରଦା; ଅପହରଣକାରୀଙ୍କ କବ୍‌ଜାରେ ଜୀବନ ହାରିଥିଲେ ବିଦ୍ୟାଧର

Crime

Murder Mystery / କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ଉପରୁ ହଟିଲା ପରଦା; ଅପହରଣକାରୀଙ୍କ କବ୍‌ଜାରେ ଜୀବନ ହାରିଥିଲେ ବିଦ୍ୟାଧର

Sushanta Sahoo
Browse all articles by Sushanta Sahoo
·6 months ago·2 min read
କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ଉପରୁ ହଟିଲା ପରଦା; ଅପହରଣକାରୀଙ୍କ କବ୍‌ଜାରେ ଜୀବନ ହାରିଥିଲେ ବିଦ୍ୟାଧର

Key Points

ଅପହରଣ ପରେ ଆତ୍ମହତ୍ୟା କରିଥିଲେ କ୍ୟାବ୍ ଡ୍ରାଇଭର୍ । ଓଲା କ୍ୟାବ୍ ଡ୍ରାଇଭର ବିଦ୍ଯାଧର ସାହୁଙ୍କ ଅପହରଣ ଓ ମୃତ୍ୟୁ ଉପରୁ ପରଦା ଉଠାଇଛି ପୋଲିସ । ବିଦ୍ୟାଧରଙ୍କୁ ଭୁବନେଶ୍ଵରରୁ ଅପହରଣ କରି ଯାଜପୁର ନେଇଥିଲେ ଅପହରଣକାରୀ ।

ଭୁବନେଶ୍ଵର: ହତ୍ୟା ନୁହେଁ ଆତ୍ମହତ୍ୟା । ଅପହରଣ ପରେ ଆତ୍ମହତ୍ୟା କରିଥିଲେ କ୍ୟାବ୍ ଡ୍ରାଇଭର୍ । ଓଲା କ୍ୟାବ୍ ଡ୍ରାଇଭର ବିଦ୍ୟାଧର ସାହୁଙ୍କ ଅପହରଣ ଓ ମୃତ୍ୟୁ ଉପରୁ ପରଦା ଉଠାଇଛି ପୋଲିସ । ବିଦ୍ୟାଧରଙ୍କୁ ଭୁବନେଶ୍ଵରରୁ ଅପହରଣ କରି ଯାଜପୁର ନେଇଥିଲେ ଅପହରଣକାରୀ । ଆଉ ଅପହରଣକାରୀଙ୍କ କବ୍‌ଜାରେ ବିଦ୍ୟାଧର ଜୀବନ ହାରିବା ପରେ ପ୍ରମାଣ ଲୁଚାଇବାକୁ ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇଥିଲେ ମୃତଦେହ ।


ବିଦ୍ୟାଧରଙ୍କ ଅପହରଣ ଓ ମୃତ୍ୟୁକୁ ନେଇ ବଡ଼ଗଡ଼ ଥାନା ପୋଲିସ ଏଭଳି ସୂଚନା ଦେଇଛି । ପୋଲିସ ଅନୁସାରେ, 'ଅପହରଣକାରୀ ବିଦ୍ୟାଧରଙ୍କୁ ଯାଜପୁର ନେଇ ଏକ ଘରେ ତାଲା ପକାଇ ରଖିଥିଲେ । ତାଲା ଖୋଲିବା ବେଳକୁ ବିଦ୍ୟାଧର ଗାମୁଛା ଲଗାଇ ଝୁଲି ପଡ଼ିଥିବା ଦେଖିଥିଲେ । ମୃତ୍ୟୁ ପରେ ଡରି ଯାଇ ମୃତଦେହକୁ ତାଙ୍କ କାରରେ ଆଣି ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇଥିଲେ ଅପହରଣକାରୀ ।'


ଅପହରଣକାରୀଙ୍କ କବ୍‌ଜାରେ କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାରୁ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ବଡ଼ଗଡ଼ ଥାନାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅପହରଣ ପଛର କାରଣ ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ ବୋଲି ଜଣାପଡ଼ିଛି ।


ଏଥିସହ ପଢ଼ନ୍ତୁ: ଟ୍ୟାକ୍ସି ଡ୍ରାଇଭରଙ୍କୁ ମାରି ଚନ୍ଦକା ଜଙ୍ଗଲରେ ଫିଙ୍ଗିଦେଲେ, ଅପହରଣ ପରେ ମାଗୁଥିଲେ ୨ କୋଟି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କମିଶନରେଟ୍ ପୋଲିସ ଅନୁସାରେ, "କ୍ୟାବ୍ ଡ୍ରାଇଭର୍ ବିଦ୍ୟାଧର ସାହୁ ଜଣେ ମହିଳା କନ୍ସଲଟାଣ୍ଟ ପାଖରେ କାମ କରୁଥିଲେ । ଉକ୍ତ ମହିଳାଙ୍କ ନାଁ ଜ୍ୟୋସ୍ନା, ସେ ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି ଦେବାକୁ କହି ବିଭିନ୍ନ ଲୋକଙ୍କ ଠାରୁ ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଛନ୍ତି । ଆଉ ଜ୍ୟୋସ୍ନାଙ୍କ ଠକେଇ ରାକେଟ୍‌ରେ ବିଦ୍ୟାଧର ସାଜିଥିଲେ ମଧ୍ୟସ୍ଥି ।"


କ୍ୟାବ୍ ଚାଳକ ବିଦ୍ୟାଧରଙ୍କ ଜରିଆରେ ଜ୍ୟୋସ୍ନା ଚାକିରି କରାଇ ଦେବାକୁ ଟଙ୍କା ଆଦାୟ କରୁଥିଲେ । ହେଲେ ଚାକିରି ନ ପାଇ ଟଙ୍କା ଦେଇଥିବା ଲୋକ ବିଦ୍ୟାଧରଙ୍କୁ ଧରିଥିଲେ, ଟଙ୍କା ମାଗିଥିଲେ । ଆଉ ବିଦ୍ୟାଧର ଟଙ୍କା ଦେଇ ନ ପାରିବାରୁ ୧୫ ତାରିଖରେ ଠକେଇର ଶିକାର କିଛି ଜଣ ତାଙ୍କୁ ଅପହରଣ କରି ଯାଜପୁର ନେଇ ଯାଇଥିଲେ ।



ବିଦ୍ୟାଧରଙ୍କୁ ତାଙ୍କରି କାରରେ ହିଁ ଯାଜପୁର ନେଇ ଯାଇଥିଲେ ଅପହରଣକାରୀ । ବାଟରେ ଟୋଲ୍ ଗେଟେରେ ଟଙ୍କା ବି କଟିଥିଲା ବିଦ୍ୟାଧରଙ୍କ ଆକାଉଣ୍ଟରୁ । ଏହାପରେ ତାଙ୍କୁ ଏକ ଘରେ ତାଲା ପକାଇ ରଖିଥିଲେ । ଯେଉଁଠି ବିଦ୍ଯାଧର ଏକାନ୍ତରେ ଆତ୍ମହତ୍ଯା କରିବା ପରେ ଅପହରଣକାରୀ ମୃତଦେହ କାର୍‌ରେ ଆଣି ଚନ୍ଦକା ଜଣଙ୍ଗଲରେ ଫିଙ୍ଗି ଦେଇଥିବା ପୋଲିସ ସୂଚନା ଦେଇଛି ।


ତେବେ ସେହି ଜ୍ୟୋସ୍ନା ମାଡ୍ୟାମ୍ କିଏ ? ଯାହା ପାଇଁ କାମ କରୁଥିଲେ ବିଦ୍ୟାଧର ? ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ବେଳେ କେମିତି ପୋଲିସରେ ଅଭିଯୋଗ ହୋଇ ନଥିଲା ? ୧୫ ତାରିଖରୁ ବିଦ୍ୟାଧରଙ୍କୁ ଅପହରଣ ନେଇ ପରିବାର ଲୋକ ଅଭିଯୋଗ କରି ଆସୁଥିବା ବେଳେ କାହିଁକି ପଦକ୍ଷେପ ନେଇ ନଥିଲା ବଡ଼ଗଡ଼ ପୋଲିସ । ଏବେ ଏଭଳି ତମାମ୍ ପ୍ରଶ୍ନ କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ।

Sponsored
Murder Mystery: କ୍ୟାବ୍ ଡ୍ରାଇଭରଙ୍କ ମୃତ୍ୟୁ ଉପରୁ ହଟିଲା ପରଦା; ଅପହରଣକାରୀଙ୍କ କବ୍‌ଜାରେ ଜୀବନ ହାରିଥିଲେ ବିଦ୍ୟାଧର | Argus News