|
logo
Live
Argus News App
GET APP

Argus News - ସ୍ଵାମୀ ନା ସୈତାନ ? ପ୍ରେମ ବିବାହରେ ଭରିଲାନି ମନ, ଯୌତୁକ ପାଇଁ ସୋସିଆଲ୍ ମିଡିଆରେ ସବୁ ସାରିଦେଲା

Crime

Crime In Odisha / ସ୍ଵାମୀ ନା ସୈତାନ ? ପ୍ରେମ ବିବାହରେ ଭରିଲାନି ମନ, ଯୌତୁକ ପାଇଁ ସୋସିଆଲ୍ ମିଡିଆରେ ସବୁ ସାରିଦେଲା

Sushanta Sahoo
Browse all articles by Sushanta Sahoo
·1 month ago·2 min read
ସ୍ଵାମୀ ନା ସୈତାନ ? ପ୍ରେମ ବିବାହରେ ଭରିଲାନି ମନ, ଯୌତୁକ ପାଇଁ ସୋସିଆଲ୍ ମିଡିଆରେ ସବୁ ସାରିଦେଲା
Husband Booked for Viral Photos

Key Points

ପ୍ରେମକୁ ପରିବାରର ସ୍ଵୀକୃତି ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ଯୌତୁକ ରୂପକ ରାକ୍ଷସ ପାଇଁ ଆରମ୍ଭ ହେଲା ଝଗଡ଼ା । ଆଉ ଝଗଡ଼ାରୁ ସ୍ଵାମୀ ସାଜିଲା ସୈତାନ ।
ଭୁବନେଶ୍ଵର: ହାତ ଧରିଥିଲା, କଥା ଦେଇଥିଲା, ସାତ ଜନ୍ମ ସାଥୀ ହୋଇ ରହିବ । ଉଭୟଙ୍କ ପ୍ରେମକୁ ପରିବାରର ସ୍ଵୀକୃତି ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ଯୌତୁକ ରୂପକ ରାକ୍ଷସ ପାଇଁ ଆରମ୍ଭ ହେଲା ଝଗଡ଼ା । ଆଉ ଝଗଡ଼ାରୁ ସ୍ଵାମୀ ସାଜିଲା ସୈତାନ । ସ୍ତ୍ରୀର ଇଜ୍ଜତକୁ ସୋସିଆଲ୍ ମିଡିଆରେ ଫେକ୍ ଆଇଡି କରି ନିଲାମ କରିଦେଲା ।

ରାଜଧାନୀ ଭୁବନେଶ୍ଵରରେ ଏଭଳି ଘଟଣା ଘଟିଛି । ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ୍ କରିଛି ଯୌତୁକ ଲୋଭୀ ସ୍ଵାମୀ । ସ୍ତ୍ରୀର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଥିବା ନେଇ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ସ୍ତ୍ରୀ ଓ ତାଙ୍କ ମାଆ ।

ଏଥିସହ ପଢ଼ନ୍ତୁ: ବିବାହ ପୂର୍ବରୁ ବିଷ ପିଇଦେଲେ: ଯୋଧପୁରରେ ଦୁଇ ଭଉଣୀଙ୍କ ମୃତ୍ୟୁରେ ଶୋକର ଛାୟା

ସୂଚନା ଅନୁସାରେ, ପୀଡ଼ିତା ଜଣଙ୍କ ପ୍ରେମ ବିବାହ କରିଥିଲେ । ବିବାହ ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ ପତ୍ନୀଙ୍କୁ ଘରୁ ବାହାର କରି ଦେଇଥିଲେ ଅଭିଯୁକ୍ତ । ସ୍ତ୍ରୀକୁ ଘରୁ କାଢ଼ିଦେବା ପରେ କିଛି ଫଟୋକୁ ଏଡିଟ୍ କରି ଅଶ୍ଳୀଳ ଭାବେ ଭାଇରାଲ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ଏତଲା ପରେ ପୋଲିସ ଅଭିଯୁକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଇଟି ଆକ୍ଟରେ ମାମଲା ରୁଜୁ କରି ତନାଘନା ଚଳାଇଛି ପୋଲିସ । ପୀଡ଼ିତା କହିଛନ୍ତି, "ଫେକ୍ ଆଇଡି ଖୋଲି ଅଶ୍ଲୀଳ ଫଟୋ ଭାଇରାଲ୍ କରୁଛନ୍ତି ସ୍ଵାମୀ । ଆମେ ୨୦୨୪ ଏପ୍ରିଲ୍ ମାସରେ ବାହା ହୋଇଥିଲୁ । ସେତେବେଳେ କହିଥିଲେ ମୋର ଯୌତୁକ ଦରକାର ନାହିଁ ।"

ଏଥିସହ ପଢ଼ନ୍ତୁ: 
ରାଜଧାନୀରେ ଫୁଟିଲା ଗୁଳି, ୫୦୦ ଟଙ୍କା ପାଇଁ ଯୁକ୍ତିତର୍କ ପରେ ବ୍ଲାଙ୍କ ଫାୟାରିଂ କଲେ ଗ୍ରାହକ

ବାହାଘରର କିଛିଦିନ ପରେ ମାଡ଼ ମାରିବା ସହ ଯୌତୁକ ମାଗିଥିଲେ । ମାଡ଼ ମାରି ଘରୁ ତଡ଼ି ଦେଇଥିଲେ ଶାଶୁଘର ଲୋକ । ଏନେଇ ସେତେବେଳେ ପୋଲିସର ଦ୍ଵାରସ୍ଥ ହୋଇଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ବିବାଦ ତୁଟିବା ପରେ ଶାଶୁ ଘରକୁ ଫେରିଥିଲେ । ହେଲେ ଯୌତୁକ ନିର୍ଯାତନା କମିନଥିଲା । ନିର୍ଯାତନା ସହି ନପାରି ପୀଡ଼ିତା ରୋଜଗାର କରିବାକୁ ଭୁବନେଶ୍ଵର ପଳାଇ ଆସିଥିଲେ ।

ତଥାପି ସ୍ଵାମୀ ପିଛା ଛାଡ଼ି ନଥିଲେ । ଗାଁର ଜଣେ ଝିଅଙ୍କୁ ଭଲ ପାଇବା ସହ ଭୁବନେଶ୍ଵର ଆଣି ବୁଲାଉଥିଲେ । ସବୁ ସତ ଜାଣିବା ପରେ ପୀଡ଼ିତା ସ୍ଵାମୀଙ୍କ ନମ୍ବର ବ୍ଲକ୍ କରି ଦେଇଥିଲେ । ଯାହା ପରେ ସ୍ଵାମୀ ସୋସିଆଲ୍ ମିଡିଆରେ ଫେକ୍ ଆଇଡି ଖୋଲି ଫଟୋକୁ ଏଡିଟ୍ କରି ଅଶ୍ଳୀଳ ଭାବେ ଭାଇରାଲ୍ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime In Odisha: ସ୍ଵାମୀ ନା ସୈତାନ ? ପ୍ରେମ ବିବାହରେ ଭରିଲାନି ମନ, ଯୌତୁକ ପାଇଁ ସୋସିଆଲ୍ ମିଡିଆରେ ସବୁ ସାରିଦେଲା | Argus News