Crime / ଶାରୀରିକ ସମ୍ପର୍କ ରଖି ବିବାହ କଥା କହିବାରୁ ମାରିଦେଲା ପ୍ରେମିକ

Key Points
ଦୁଇ ଛୁଆର ମାଆ କରୁଥିଲା ପ୍ରେମ, ତା'ପରେ... ।
ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ଲଭ୍, ସେକ୍ସ, ଧୋକା... ଦିନ କୁ ଦିନ ଏହିଭଳି ଘଟଣା ବଢ଼ି ଚାଲିଛି । ଶାରୀରିକ ସମ୍ପର୍କ ରଖି ବିବାହ କଥା କହିବାରୁ ମାରିଦେଲା । ତାମିଲନାଡୁର ଏରୋଡ ଜିଲ୍ଲାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ସୋନିଆ ବିବାହିତ ଥିଲେ ଏବଂ ତାଙ୍କର ଏକ ପୁଅ ଓ ଝିଅ ମଧ୍ୟ ଥିଲେ। ସ୍ଵାମୀଙ୍କ ମୃତ୍ୟୁ ପରେ ସୋନିଆଙ୍କର, ଅଭିଯୁକ୍ତ ମୋହନ କୁମାରଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପ୍ରେମ ସମ୍ପର୍କ ଥିଲେ ବି ବିବାହ କରିବାକୁ ଚାହୁଁନଥିଲେ ମୋହନ, ଯାହା ସୋନିଆଙ୍କ ମୃତ୍ୟୁର କାରଣ ପାଲଟିଥିଲା। ସୋନିଆଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ତାଙ୍କ ମୃତଦେହକୁ ନିଜ କଦଳୀ ବଗିଚାରେ ପୋତି ଦେଇଥିଲା ବୋଲି ଜଣାପଡ଼ିଛି।
ପୋଲିସଙ୍କ ସୂଚନା ମୁତାବକ, ସ୍ଵାମୀଙ୍କ ମୃତ୍ୟୁ ପରେ ଗତ ଦୁଇ ବର୍ଷ ଧରି ବିଧବା ସୋନିଆ ପୁଅ, ଝିଅ ଏବଂ ମାଆଙ୍କ ସହିତ ରହୁଥିଲେ। ପରିବାର ଚଳାଇବା ପାଇଁ ସେ ପୋଷାକ କାରଖାନାରେ କାମ କରୁଥିଲେ। ନଭେମ୍ବର ୨ତାରିଖରେ କାମ ପାଇଁ ଘରୁ ବାହାରିଥିଲେ ବି ସେ ଆଉ ଘରକୁ ଫେରିନଥିଲେ। ଘରକୁ ନ ଫେରିବା ପରେ ତାଙ୍କ ପରିବାର ଲୋକେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗ ପାଇ ପୋଲିସ ତଦନ୍ତ କରି ଆରମ୍ଭ କରିଥିଲା। ସୋନିଆଙ୍କ କଲ ରେକଡ ଯାଞ୍ଚ କରିବା ପରେ ପୋଲିସକୁ ମୋହନ ବିଷୟରେ ଜଣାପଡ଼ିଥିଲା। ସନ୍ଦେହ କରି ପୋଲିସ ମୋହନକୁ ଅଟକ ରଖି ପଚରାଉଚରା କରିବାରୁ ସବୁ ସତ ସାମ୍ନାକୁ ଆସିଥିଲା। ଏହି ସମୟରେ ଅଭିଯୁକ୍ତ ସ୍ଵୀକାର କରିଥିଲା ଯେ, ସେ ହିଁ ସୋନିଆଙ୍କ ହତ୍ୟା କରିଛି। ବିବାହ ପାଇଁ ବାରମ୍ବାର ବାଧ୍ୟ କରୁଥିବାରୁ ସେ ଏଭଳି କରିଥିବା ପୋଲିସକୁ ଜଣାଇଥିଲା।
ପୋଲିସର କହିବା ମୁତାବକ, ସୋନିଆ ଏବଂ ମୋହନ କୁମାର ଦୁଇ ବର୍ଷ ପୂର୍ବେ ଗୋବିଚେଟ୍ଟିପାଲାୟମ ନିକଟରେ ଏକ ପୋଷାକ କାରଖାନାରେ କାମ କରୁଥିବା ସମୟରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ସମୟ ସହିତ, ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ସେମାନେ ତାଙ୍କ କଦଳୀ ଚାଷ ଜମିରେ ପ୍ରାୟତଃ ଭେଟ ହେଉଥିଲେ । ହତ୍ୟା କରିବା ଦିନ ମୋହନ କୁମାର ତାଙ୍କ କଦଳୀ ବଗିଚାରେ ଏକ ଗାତ ଖୋଳି ରାତି ପ୍ରାୟ ୮ଟା ସମୟରେ ସୋନିଆଙ୍କୁ ଭେଟିବାକୁ ଡାକିଥିଲେ। ଏକାଠି ସମୟ ବିତାଇବା ପରେ ମୋହନ, ସୋନିଆଙ୍କ ଉପରେ ପଥରରେ ଆକ୍ରମଣ କରିବା ସହିତ ଏକ ଛୋଟ ଛୁରୀରେ ତାଙ୍କ ଗଳା କାଟିଦେଇଥିଲେ। ସେହି ବଗିଚାରେ ତାଙ୍କ ମୃତଦେହକୁ ପୋତି ଦେବା ସହ ଭବାନୀ କେନାଲ ନିକଟରେ ତାଙ୍କ ଫୋନ୍ ଏବଂ ପୋଷାକ ଫିଙ୍ଗି ଦେଇଥିଲେ ।
ଅଧିକ ପଢ଼ନ୍ତୁ ଅପରାଧ ଖବର...
📱 Get Argus News App
✨Related Topics
Explore more stories