Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍

Crime

BJP Leader Shot Dead / ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍

Key Points

ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ପୀତବାସଙ୍କୁ ଅତି ନିକଟ ଅର୍ଥାତ୍ ପଏଣ୍ଟ ବ୍ଲାଙ୍କରୁ ଗୁଳି କରାଯାଇଛି । ଯାହାକି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ଇଙ୍ଗିତ କରୁଛି ।

ବ୍ରହ୍ମପୁର: ଚ୍ୟାମ୍ବରରୁ ଘରକୁ ଫେରିବା ବେଳେ ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ଏମ୍‌କେସିଜିରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ପୀତବାସଙ୍କୁ ଅତି ନିକଟ ଅର୍ଥାତ୍ ପଏଣ୍ଟ ବ୍ଲାଙ୍କରୁ ଗୁଳି କରାଯାଇଛି । ଯାହାକି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ଇଙ୍ଗିତ କରୁଛି ।


ଡାକ୍ତରଙ୍କ ଅନୁସାରେ, ପୀତବାସଙ୍କ ଡାହାଣ ପଟ ଛାଚିରେ ଗୋଟିଏ ଗୁଳି ବାଜିଥିଲା । ଗୁଳିଟି ଅତି ନିକଟରୁ ମରା ଯାଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିବା MKCG ମେଡିକାଲ୍‌ର FMT ମୁଖ୍ୟ ପ୍ରଫେରସର ଡାକ୍ତର ସୁଦୀପା ଦାଶ ସୂଚନା ଦେଇଛନ୍ତି ।


ଏଥିସହ ପଢ଼ନ୍ତୁ: ବ୍ରହ୍ମପୁରରେ ଗୁଳିମାଡ଼, ଚାଲିଗଲା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜୀବନ


କୁମାର ପୂର୍ଣ୍ଣିମା ରାତିରେ ସମୟ ପ୍ରାୟ ୧୦ଟା ହେବ । ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇଖ୍‌ରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ । ସ୍ଥାନୀୟ ଲୋକେ ପୀତବାସଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।


ଗୁଳିମାଡ଼ ହୋଇଥିବା । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳ ସବୁବେଳେ ଜନଗହଳିପୂର୍ଣ୍ଣ ରହିଥାଏ । ସୋମବାର କୁମାରପୂର୍ଣ୍ଣିମା ପାଇଁ ଦୋକାନ ବଜାର ବନ୍ଦ ରହିଥିବାରୁ ସେତେଟା ଗହଳି ନଥିଲା । ଯାହାର ସୁଯୋଗ ଉଠାଇ ଗୁଳି କରିଛନ୍ତି ଦୁର୍ବୃତ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗୁଳିମାଡ଼ ପରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ସହ ବ୍ରହ୍ମପୁର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବ୍ରହ୍ମପୁର ଏସ୍‌ପି ଦାୟିତ୍ଵରେ ଥିବା ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ର କହିଛନ୍ତି, "ଆମକୁ କିଛି ପ୍ରମାଣ ମିଳିଛି । ମିଳିଥିବା CCTV ଫୁଟେଜ୍ ଆଧାରରେ ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରୁଛି ।"


ଏଥିସହ ପଢ଼ନ୍ତୁ: ହିଂସା ପରେ କଟକରେ ସ୍ଵାଭାବିକ ହେଉଛି ସ୍ଥିତି, ପଇଁତରା ମାରୁଛି ପୋଲିସ


ପୀତବାସଙ୍କୁ ହତ୍ୟା ପରେ ମନ୍ତ୍ରୀ ବିଭୁତି ଜେନା, ଗୋକୁଳାନନ୍ଦ ମଲ୍ଲିକଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବ୍ରହ୍ମପୁରରେ ପହଞ୍ଚିଛନ୍ତି । ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, "ହତ୍ୟା ପଛରେ ଯେତେବଡ଼ ଲୋକ, ଯିଏ ବି ଥାଉ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।"



ତେବେ ପୀତବାସଙ୍କୁ ପଏଣ୍ଟ ବ୍ଲାଙ୍କ୍‌ରୁ କିଏ କଲା ଗୁଳି ? ଗୁଳିମାଡ଼, ହତ୍ୟା ପଛରେ ଅଛି କାହାର ହାତ ? କେଉଁ ଉଦ୍ଦେଶ୍ୟରେ ଗୁଳି କଲେ ଦୁର୍ବୃତ୍ତ ? ହତ୍ୟା ପଛରେ ଯୋଜନାବଦ୍ଧ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଥିବା ବେଳେ ପୋଲିସ ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଚଳାଇଛି ।

Related Topics

Explore more stories

Sponsored
BJP Leader & Senior Lawyer Pitabas Panda Shot Dead in Brahmapur | Argus News | Argus News