Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Murder: ଗର୍ଭବତୀ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗିଦେଲା ଜହ୍ଲାଦ ସ୍ଵାମୀ

Sushanta Sahoo
Browse all articles by Sushanta Sahoo
·10 months ago·2 min read
Murder: ଗର୍ଭବତୀ ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗିଦେଲା ଜହ୍ଲାଦ ସ୍ଵାମୀ

Key Points

ବୀଭତ୍ସ, ଲୋମଟାଙ୍କୁରା, ଛାତିଥରା ହତ୍ୟାକାଣ୍ଡ ଘଟିଛି ତେଲଙ୍ଗାନାରେ । ଯାହା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ହାଇଦ୍ରାବାଦ ମେଡିପଲ୍ଲୀର ବାଲାଜୀ ହିଲ୍ସରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିବା ପରେ ଶରୀରର ବିଭିନ୍ନ ଅଙ୍ଗକୁ ଫିଙ୍ଗି ଧରା ପଡ଼ିଛନ୍ତି ।

ହାଇଦ୍ରାବାଦ: ଫୋନ୍ କରି ଭଉଣୀକୁ କହିଲେ, ସ୍ତ୍ରୀ କୁଆଡ଼େ ନିଖୋଜ ହୋଇ ଯାଇଛି । ଆଉ ଭାଇ ଉପରେ ହେଲା ଭଉଣୀର ସନ୍ଦେହ । ସମ୍ପର୍କୀୟଙ୍କୁ ଜଣାଇ ଭାଇକୁ ଥାନାକୁ ନେଇଗଲେ । ଆଉ ଥାନାରେ ସେ ଯାହା କହିଲା, ପୋଲିସ ଗୋଡ଼ ତଳୁ ବି ମାଟି ଖସିଗଲା । ନିଖୋଜ ନାଟକ ରଚିଥିବା ସ୍ଵାମୀ ହିଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା ପରେ କରି ଦେଇଥିଲା ଖଣ୍ଡ ଖଣ୍ଡ । ଏତିକିରେ ବୁଝି ନଥିଲା ମନ । ସ୍ତ୍ରୀର ମୁଣ୍ଡ, ହାଥ ଓ ଗୋଡ଼କୁ ନଦୀରେ ଫିଙ୍ଗି ଦେଇଥିବା ବେଳେ ଘରେ ସାଇତି ରଖିଥିଲା ଅବଶିଷ୍ଟ ଶରୀର ।


ଏଭଳି ବୀଭତ୍ସ, ଲୋମଟାଙ୍କୁରା, ଛାତିଥରା ହତ୍ୟାକାଣ୍ଡ ଘଟିଛି ତେଲଙ୍ଗାନାରେ । ଯାହା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ହାଇଦ୍ରାବାଦ ମେଡିପଲ୍ଲୀର ବାଲାଜୀ ହିଲ୍ସରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିବା ପରେ ଶରୀରର ବିଭିନ୍ନ ଅଙ୍ଗକୁ ଫିଙ୍ଗି ଧରା ପଡ଼ିଛନ୍ତି ।


ପୋଲିସ ଅନୁସାରେ, ଅଭିଯୁକ୍ତ ପତ୍ନୀର ମୁଣ୍ଡ, ହାଥ ଓ ଗୋଡ଼ ମୁସି ନଦୀରେ ଫିଙ୍ଗି ଦେଇଥିବା ବେଳେ ଘରୁ ଅବଶିଷ୍ଟ ଶରୀର ଜବତ କରାଯାଇଛି । ମୃତ ୨୧ ବର୍ଷର ସ୍ଵାତୀ ୫ ମାସର ଗର୍ଭବତୀ ଥିଲେ । ଶନିବାର ଦିନ ୪ଟା ୩୦ରେ ସ୍ଵାତୀଙ୍କୁ ହତ୍ୟା କରିଥିଲା ସ୍ଵାମୀ । ପେଶାରେ ଡ୍ରାଇଭର ଥିବା ଅଭିଯୁକ୍ତ ସ୍ଵାମୀ, ସ୍ତ୍ରୀକୁ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରି କାଟି କିଛି ଅଂଶକୁ ନଦୀରେ ଫିଙ୍ଗି ଦେଇଥିଲା ।


ସ୍ତ୍ରୀକୁ ହତ୍ୟା ପରେ ଭଉଣୀକୁ ଫୋନ୍ କରି କହିଥିଲା, ପତ୍ନୀ କେଉଁ ଆଡ଼େ ପଳାଇଛି । କିନ୍ତୁ ଭାଇ ଉପରେ ଭଉଣୀର ସନ୍ଦେହ ହୋଇଥିଲା । ଆଉ ଭଉଣୀ ଏନେଇ ସମ୍ପର୍କୀୟଙ୍କୁ ଜଣାଇବା ପରେ ଥାନାରେ ଭାଇ କହିଥିଲା ସ୍ତ୍ରୀକୁ ହତ୍ୟାର ସବୁସତ । ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ମହେନ୍ଦ୍ର ସ୍ତ୍ରୀକୁ ହତ୍ୟା କରିଥିବା ମାନି ଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗିଥିବା ବି କହିଥିଲା । ତେବେ ପୋଲିସ ନଦୀରେ ଖୋଜାଖୋଜି କରିଥିଲେ ବି ସଫଳତା ମିଳିନି । ଫରେନସିକ୍ ଟିମ୍ ମହିଳାଙ୍କ ମୃତଦେହର ଅବଶିଷ୍ଟ ଅଂଶରୁ ସାକ୍ଷ୍ୟ ଏକତ୍ର କରି ଡିଏନଏ ପରୀକ୍ଷା ପାଇଁ ପଠାଇଛି । ମୃତ ସ୍ଵାତୀଙ୍କ ପିତାଙ୍କ ଅନୁସାରେ, ମହେନ୍ଦ୍ରଙ୍କ ସହ ତାଙ୍କ ପରିବାରର ସମ୍ପର୍କ ଖରାପ ରହିଥିଲା । ଏପରିକି ଝିଅ ସ୍ଵାତୀକୁ ବାରମ୍ବାର ପ୍ରତାରିକ କରି ଆସୁଥିଲା ମହେନ୍ଦ୍ର । ଏବେ ଝିଅକୁ ହତ୍ୟା ପରେ ପରିବାର ଜ୍ଵାଇଁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


ଅପରାଧ ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored