Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

SI exam fraud / ଅବସରପ୍ରାପ୍ତ ପୋଲିସ ବାବୁଙ୍କ ପୁଅ ଗିରଫ, ବଢିଲା ସନ୍ଦେହ

Smruti Parija
Browse all articles by Smruti Parija
·9 months ago·2 min read
ଅବସରପ୍ରାପ୍ତ ପୋଲିସ ବାବୁଙ୍କ ପୁଅ ଗିରଫ, ବଢିଲା ସନ୍ଦେହ

Key Points

SI ପରୀକ୍ଷା ଜାଲିଆତିରେ ଆକସନ୍ ମୋଡରେ ସରକାର
ରାକେଟର ପର୍ଦ୍ଦାଫାଶ୍ ପାଇଁ କ୍ରାଇମବ୍ରାଞ୍ଚର ତନାଘନା
OPRB ଦ୍ଵାରା ପରିଚାଳିତ ପରୀକ୍ଷାରେ ବଡ଼ ବଡ଼ିଆ ବାବୁଙ୍କ ସଂପୃକ୍ତି ଅଭିଯୋଗ
ଅବସରପ୍ରାପ୍ତ ପୋଲିସ ବାବୁଙ୍କ ପୁଅ ଗିରଫ, ବଢିଲା ସନ୍ଦେହ
ଅନେକ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି କ୍ରାଇମ୍‌ବ୍ରାଞ୍ଚ
ସେପଟେ ବିଜେଡି ଓ ବିଜେପି ମୁହାଁମୁହିଁ

SI ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ୨ ଜଣଙ୍କୁ ଜେରା । ସେମାନେ ହେଲେ ସିଲିକନ୍ ସଲ୍ୟୁସନ୍ ପ୍ରାଇଭେଟ୍. ଲିମିଟେର.ର ମାଲିକ ସୁରେଶ ନାୟକ ଓ ପଞ୍ଚତତ୍ତ୍ଵ ପିସିଟି ଲିମିଟେଡ୍‌ର ମ୍ୟାନେଜର । ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ OPRB ଏସଆଇ ପରୀକ୍ଷା ଦାୟିତ୍ବ ଦେଇଥିଲା ଆଇଟିଆଇ ପ୍ରାଇଭେଟ୍ ଲିମିଟେଡକୁ । ଆଇଟିଆଇ ପ୍ରାଇଭେଟ୍ ଲିମିଡେଟ୍ କାମ ଦେଇଦେଲା ସିଲିକନ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡକୁ। ଆଉ ସିଲିକନ୍ କାମ ନେଇଗଲା ପଞ୍ଚତତ୍ତ୍ଵ ପିସିଟି ଲିମିଟେଡ୍‌। ଯାହାର ମୁଖ୍ୟ ଶଙ୍କର ପୃଷ୍ଟି। ଏବେ ଶଙ୍କର ପୃଷ୍ଟି ଫେରାର । ପୁରା ରାକେଟର ପର୍ଦ୍ଦାଫାଶ୍ ପାଇଁ କ୍ରାଇମବ୍ରା଼୍ଚ ଚଳାଇଛି ତନାଘନା । ସେପଟେ ନିକଟରେ ଇବସର ନେଇଥିବା ଜଣେ ପୋଲିସ ଡିଆଇଜିଙ୍କ ପୁଅ ଗିରଫ ହୋଇଥିବାରୁ ସନ୍ଦେହ ବଢିବାରେ ଲାଗିଛି । ସେପଟେ SI ନିଯୁକ୍ତି ପରୀକ୍ଷାକୁ ନେଇ ତେଜିଛି ରାଜନୀତି । ବିଜେଡି-ବିଜେପି ଭିତରେ ଜୋର ଧରିଲା ଆରୋପ-ପ୍ରତ୍ୟାରୋପ ।


ସେପଟେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଆଶାୟୀ ମାନଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପୋଲିସ ଏସଆଇ ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି.. କୌଣସି ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ପୂର୍ବରୁ ଏକା ସମୟରେ ଏତ ସଂଖ୍ୟକ ଗରିଫଦାରି ହୋଇ ନ ଥିଲା । ଅଭିଯୋଗ ଆସୁଥିଲେ ବି ଖସିଯାଉଥିଲେ ନିଯୁକ୍ତି ପରୀକ୍ଷାର ଦଲାଲ । ଓଡିଶା ଷ୍ଟାପ ସିଲେକସନ କମିଶନ ପରିଚାଳନା କରୁଥିବା ଜେଇ ସିଭିଲ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ମାମଲାରେ ୨୦୨୩ରେ ଓଡଶା ପଶ୍ଚିମ ବଙ୍ଗ ସୀମାରୁ ୨୫ ଜଣଙ୍କୁ ଗିରଫ କରିଥିଲା ବାଲେଶ୍ବର ପୋଲିସ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ଚଳିତ ବର୍ଷ ଓଡିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡ କରୁଥିବା ପୋଲିସ ଏସଆଇ ପରୀକ୍ଷାକୁ ଭଣ୍ଡୁର କରିବାକୁ ବଡ ଧରଣର ଷଡଯନ୍ତ୍ରର ହୋଇଛି ପରଦାଫାସ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ନେଇ କାମ କରୁଥିବା ରାକେଟର ମୁଳ ପର୍ଯ୍ୟନ୍ତ ଯିବାକୁ ପୋଲିସ ଆରମ୍ଭ କରିଛି ଖୋଳତାଡ । ୩ ଟି ବସରେ ଆଶାୟୀ ଆନ୍ଧ୍ରର ବିଜୟନଗରମ ଯାଉଥିବା ଖବର ପାଇ ପିଛା କରିଥିଲା ବ୍ରହ୍ମପୁର ପୋଲିସ । ବେଶ କିଛି ସମୟ ପିଛା କରିବା ପରେ ଓଡ଼ିଶା- ଆନ୍ଧ୍ର ସୀମା ନିକଟରେ ବାଟ ଓଗାଳିଥିବା ପୋଲିସ ।


ଏହି ତିନୋଟି ବସ ୧୧୪ ପରିକ୍ଷାର୍ଥୀଙ୍କୁ ନେଇ ବରମୁଣ୍ଡାରୁ ବାହାରିଥିଲା । ପୋଲିସର ସୁଚନା ଅନୁସାରେ ଏମାନେ ଯାଉଥିଲେ ବିଜୟନଗରମ । ସାଙ୍ଗରେ ଥିଲେ କିଛି ଦଲାଲ । ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ପୋଲିସ ଏସଆଇ ପରୀକ୍ଷାର ପ୍ରଶ୍ନପତ୍ର ସଂଗ୍ରହ କରି ଫେରିବା ପାଇଁ ପ୍ରସ୍ତୁତ ହୋଇଥିଲା ପ୍ଲାନ । ତେବେ କିଏ ଏହି ରାକେଟର ମାଷ୍ଟର ମାଇଣ୍ଡ । କିଏ ଏତେ ପିଲାଙ୍କୁ ଏକାଠି କରି ବିଜୟନଗରମ ନେଉଥିଲା ସେ ନେଇ ପୋଲିସ ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତୁ ଜଣା ପଡିଛି ପ୍ରତି ପିଲାଙ୍କୁ ୨୫ ଲକ୍ଷ ଲେଖାଁଏ ଦେବାକୁ କୁହାଯାଇଥିଲା । ପ୍ରଥମେ ୧୦ ଲକ୍ଷ ଦେଇଥିବା ଆଶାୟୀ ଚାକିରି ପରେ ଆଉ ୧୫ ଲକ୍ଷ ଦେଇଥାନ୍ତେ ।

Related Topics

Explore more stories

Sponsored
SI exam fraud | si-exam-fraud-crime-branch-has-prepared-a-list-of-many-people | Argus News