Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime in India / ବାହାହେବାକୁ ଆମେରିକାରୁ ଆସିଥିଲେ ପଞ୍ଜାବ, ହେଲେ ଭାବିସ୍ଵାମୀ ନେଇଗଲେ ଜୀବନ

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ବାହାହେବାକୁ ଆମେରିକାରୁ ଆସିଥିଲେ ପଞ୍ଜାବ, ହେଲେ ଭାବିସ୍ଵାମୀ ନେଇଗଲେ ଜୀବନ
Representative Image

Key Points

ପରିଣତ ବୟସରେ ବିବାହର ଇଚ୍ଛା ପଡିଲା ମହଙ୍ଗା
୭୧ ବର୍ଷର କନିଆକୁ ମାରିଦେଲା ୭୫ ବର୍ଷର ବର
ଆମେରିକାରୁ ବାହା ହେବାକୁ ଆସିଥିଲେ ମହିଳା

ବାର୍ଦ୍ଧକ୍ୟ ବୟସରେ ବି ବିବାହ କରିବାକୁ ଥିଲା ଇଚ୍ଛା । ଆଉ କନିଆ ସାଜିବାକୁ ସୂଦୁର ଆମେରିକାରୁ ଭାରତକୁ ଚାଲି ଆସିଥିଲେ ୭୧ ବର୍ଷୀୟ ମହିଳା । ହେଲେ ଯାହା ହାତ ଧରିଥାନ୍ତେ , ସେ ହିଁ ସାଜିଲା ତାଙ୍କ ମୃତ୍ୟୁର କାରଣ ।

ବିଶ୍ଵାସ ପାଲଟିଲା ବିଷ, ହେବାକୁ ଯାଉଥିବା ସ୍ଵାମୀ ପାଲଟିଲେ ରାକ୍ଷସ । ଏପରି ଘଟଣା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆମେରିକାରେ ରହୁଥିବା ରୁପିନ୍ଦର କୌର ପାନ୍ଧେର ନାମକ ଜଣେ ୭୧ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମହିଳା ୭୫ ବର୍ଷୀୟ ଚରଣଜିତ ସିଂ ଗ୍ରେୱାଲଙ୍କ ପ୍ରମରେ ପଡିଥିଲେ । ଚରଣଜିତ ଇଂଲଣ୍ଡରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ଅଟନ୍ତି । ସେ ପଞ୍ଜାବ ଲୁଧିଆନାର ଅଟନ୍ତି । ତେବେ ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ । ଆଉ ବିବାହ କରିବା ପାଇଁ ଚରଣଜିତ ରୁପିନ୍ଦରଙ୍କୁ ପଞ୍ଜାବ ଲୁଧିଆନାକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ଭାବିସ୍ଵାମୀଙ୍କ କଥାରେ ବିଶ୍ଵାସ କରି ରୁପିନ୍ଦର ଆମେରିକାରୁ ଲୁଧିଆନା ଆସିଥିଲେ । ଆଉ ଆସିବା ପରେ ତାଙ୍କ ଫୋନ ହୋଇଯାଇଥିଲା ସୁଇଚ୍ ଅଫ୍ । ପାନ୍ଧେରଙ୍କ ଭଉଣୀ କମଲ କୌର ଖରିଆର୍ ତାଙ୍କ ଭଉଣୀଙ୍କୁ ବାରମ୍ବାର ଫୋନ ଲଗାଇବା ପରେ ମଧ୍ୟ ତାଙ୍କ ଫୋନ ସୁଇଚ୍ ଅଫ୍ ଆସୁଥିଲା । ସନ୍ଦେହରେ ଭଉଣୀ ଜଣକ ଦିଲ୍ଲୀରେ ଥିବା ଆମେରିକା ଦୂତାବାସକୁ ଜଣାଇଥିଲେ ।
ଏହାପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ । ଆଉ ଜଣା ପଡିଥିଲା ପାନ୍ଧେରଙ୍କୁ ହତ୍ୟା କରାଯାଇଛି, ଆଉ ଏଥିରେ ଚରଣଜିତ ଗ୍ରେୱାଲଙ୍କର ହିଁ ହାତ ରହିଛି ।

ପ୍ରଥମ ତଦନ୍ତରେ ପୋଲିସ ସୁଖଜିତ ସିଂ ସୋନୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ଆଉ ପୋଲିସ ଆଗରେ ସବୁ ସତ ମାନିଥିଲା ସୋନୁ । ସେ କହିଥିଲା, ସେ ହିଁ ପାନ୍ଧେରକୁ ତାଙ୍କ ଘରେ ମାରି ଦେଇଥିଲା, ଆଉ ମୃତ ଶରୀରକୁ ଷ୍ଟୋରରୁମରେ ଜଳାଇ ଦେଇଥିଲା । ହେଲେ ଏହି ହତ୍ୟା କରିବା ପଛରେ ଚରଣଜିତର ହିଁ ହାତ ଥିଲା । କାରଣ ପାନ୍ଧେରକୁ ମାରିବା ପାଇଁ ,ତାକୁ ୫୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୃତି ଦେଇଥିଲା ଚରଣଜିତ ।

ଅନ୍ୟ ପୋଲିସ ଅଧିକାରୀ କହିଛନ୍ତି, ଏହି ହତ୍ୟା ପଛର ମୂଳ ଉଦ୍ଦେଶ୍ୟ ହେଉଛି ଟଙ୍କା । ପାନ୍ଧେର ପୂର୍ବରୁ ଚରଣଜିତଙ୍କୁ ମୋଟା ଅଙ୍କର ଟଙ୍କା ଦେଇଥିଲେ । ଆଉ ଏହି ହତ୍ୟା ପଛର କାରଣ ସେହି ଟଙ୍କା ସହ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ତେବେ ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଚରଣଜିତ ଫେରାର ଥିବା ସୂଚନା ମିଳିଛି । ପୋଲିସ ଏବେ ପାନ୍ଧେରଙ୍କ କଙ୍କାଳ ଏବଂ ଶରୀରର କିଛି ମୁଖ୍ୟ ଅବଶେଷକୁ ନେଇ ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime in India | US woman 71, Who Came To Punjab To Marry NRI Man, 75 had death | Argus News