Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Devotion

Raghunandan Library / ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ

Smruti Parija
Browse all articles by Smruti Parija
·9 months ago·2 min read
ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ

Key Points

ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ

ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ

ମନ୍ଦିର ରେକର୍ଡ, ରୀତିନୀତି, ମାଦଳା ପାଞ୍ଜି, ପୋଥି ଓ ପାଣ୍ଡୁଲିପି ସଂରକ୍ଷଣ ରଖିବା ଲକ୍ଷ୍ୟ

ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ । ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ । E-ଲାଇବ୍ରେରୀ ସହ ରିସର୍ଚ୍ଚ ସେଣ୍ଟର ମଧ୍ୟ ନିର୍ମାଣ କରିବେ ସରକାର । ଶ୍ରଦ୍ଧାଳୁ ଓ ଗବେଷକଙ୍କୁ ଡିଜିଟାଲ୍ ସୁବିଧା ପ୍ରଦାନ କରିବା ନେଇ SJTA ଏହି ନିଷ୍ପତ୍ତି ନେଇଛି । ମନ୍ଦିର ରେକର୍ଡ, ରୀତିନୀତି, ମାଦଳା ପାଞ୍ଜି, ପୋଥି ଓ ପାଣ୍ଡୁଲିପି ସଂରକ୍ଷଣ ରଖିବା ଏହାର ମୂଳ ଲକ୍ଷ୍ୟ । ପୁରାତନ ପୁସ୍ତକ ଓ ତଥ୍ୟ ସହ ସଂରକ୍ଷିତ ଡକ୍ୟୁମେଣ୍ଟକୁ ନେଇ ଡାଟାବେସ୍ ତିଆରି ହେବ । ଜଗନ୍ନାଥ ସଂସ୍କୃତି ଗବେଷଣା ଉପରେ ଗବେଷକଙ୍କୁ ସହାୟକ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।


ରାଜ୍ୟ ସରକାରଙ୍କ ଫୋକସରେ ପୁରାତନ ଐତିହ୍ୟ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଉଚ୍ଛେଦ ହୋଇଥିବା ଐତିହ୍ୟ ରଘୁନନ୍ଦନ ଲାଇବ୍ରେରୀର ହେବେ ନବକଳେବର । ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ କ୍ଷୀଣ ହୋଇଥିବା ରଘୁନନ୍ଦନ ଲାଇବ୍ରେରୀ ପୁନରୁଦ୍ଧାର ଆଶା ପୁନର୍ଜୀବିତ ହୋଇଛି । ଲାଇବ୍ରେରୀରେ ସ୍ଥାନ ପାଇବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଂରକ୍ଷିତ ରହିଥିବା ଦୁର୍ମୂଲ୍ୟ ପୁସ୍ତକ । ଲାଇବ୍ରେରୀର ରୂପରେଖ ପାଇଁ ସଂପୃକ୍ତ ବିଭାଗ ଡି ପି ଆର୍ ପ୍ରସ୍ତୁତି କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରିକ୍ରମା ପ୍ରକଳ୍ପ ଡିଜାଇନ୍ ରେ ଅନେକ କିଛି ଯୋଡ଼ିବାକୁ ରାଜ୍ୟ ସରକାର ଚିନ୍ତା କରିଥିବାବେଳେ ୧୫୦ ବର୍ଷ ପୁରୁଣା ଐତିହ୍ୟ ରଘୁନନ୍ଦନ ଲାଇବ୍ରେରୀର ରୂପରେଖ ମଧ୍ୟ ରହିଛି । ଗତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଏମାର ମଠରେ ଥିବା ଏହି ଲାଇବ୍ରେରୀକୁ ଉଚ୍ଛେଦ କରାଯାଇଥିଲା । ଲାଇବ୍ରେରୀରେ ରହିଥିବା ଦୁର୍ମୂଲ୍ୟ ପୁସ୍ତକ ସବୁର ଭବିଷ୍ୟତ କ'ଣ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଜଗନ୍ନାଥ ପ୍ରେମୀ ।


ତେବେ ଏହାକୁ ପ୍ରକଳ୍ପ ଭିତରେ ସ୍ଥାନ ଦେବାକୁ ତତ୍କାଳୀନ ସରକାର କହିଥିଲେ ହେଁ ଏଯାବତ୍ କାର୍ଯ୍ୟ ଆରମ୍ଭ ନହେବାରୁ ରହିଥିଲା ଅସନ୍ତୋଷ । କିନ୍ତୁ ରଘୁନନ୍ଦନ ଲାଇବ୍ରେରୀକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପୁଣିଥରେ ଏହାର ନୂଆ ରୂପ ପାଇବାର ଆଶା ସଞ୍ଚାର ହୋଇଛି । ଏହି ଲାଇବ୍ରେରୀ ଭିତରେ ଦୁର୍ମୂଲ୍ୟ ତଥା ଜଗନ୍ନାଥ ସଂସ୍କୃତି ସମ୍ବଳିତ ପୁସ୍ତକ ଗୁଡ଼ିକୁ ପୁଣିଥରେ ସ୍ଥାନ ମିଳିବା ସହ ଦୁର୍ଲଭ ତାଳପତ୍ର ପୋଥୀ ଗୁଡ଼ିକର ଡିଜିଟାଇଜେଶନ କରାଯିବ ।

ଅନ୍ୟପଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟରେ ହେବାକୁ ଥିବା ଅନ୍ନ ଯଜ୍ଞ ମଣ୍ଡପ,ଘୃତ ଯଜ୍ଞ ମଣ୍ଡପ,ଜ୍ଞାନ ଯଜ୍ଞ ମଣ୍ଡପ ,ଆଦି ପାଇଁ ମଧ୍ୟ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଛି ।

Related Topics

Explore more stories

Sponsored
Raghunandan Library | e-library-to-be-built-on-raghunandan-library-site | Argus News