Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

UGC NET / ଏହି ଟିପ୍ସ୍ ଆପଣାନ୍ତୁ UGC NET କ୍ଲିଅର ହେବ ସୁନିଶ୍ଚିତ

Rashmita Mishra
Browse all articles by Rashmita Mishra
·9 months ago·2 min read
ଏହି ଟିପ୍ସ୍ ଆପଣାନ୍ତୁ UGC NET କ୍ଲିଅର ହେବ ସୁନିଶ୍ଚିତ

Key Points

ଡିସେମ୍ବର ୩୧, ୨୦୨୫ ରୁ ଜାନୁଆରୀ ୭, ୨୦୨୬ ପର୍ଯ୍ୟନ୍ତ ପରୀକ୍ଷା।
ଅସିଷ୍ଟାଣ୍ଡ ପ୍ରଫେସର ଓ JRF ପାଇଁ ଆବେଦନ କରନ୍ତୁ।
ଆବେଦନ ପ୍ରକ୍ରିୟା: ugcnet.nta.nic.in ରେ ଅନଲାଇନ।
ସିଲାବସ୍, ମକ୍ ଟେଷ୍ଟ ଓ ଟାଇମ୍ ମେନେଜମେଣ୍ଟ ସହିତ ସଠିକ୍ ଭାବରେ ପ୍ରସ୍ତୁତି ନିଅନ୍ତୁ।

UGC NET ୨୦୨୫ ପରୀକ୍ଷା ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଏବେ ଡିସେମ୍ବର ସେସନ୍ ପାଇଁ ପରୀକ୍ଷା ତାରିଖ ଘୋଷଣା କରିଛି। ଏହି ବର୍ଷର UGC NET ପରୀକ୍ଷା ଡିସେମ୍ବର ୩୧, ୨୦୨୫ରୁ ଜାନୁଆରୀ ୭, ୨୦୨୬ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଆସିଷ୍ଟାଣ୍ଡ ପ୍ରଫେସର ହେବାକୁ ଚାହୁଁଥିବା କିମ୍ବା ଜୁନିଅର ରିସର୍ଚ୍ଚ ଫେଲୋସିପ୍ (JRF) ପାଇଁ ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ।


UGC NET ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଛାତ୍ରଛାତ୍ରୀମାନେ ସରକାରୀ ୱେବସାଇଟ୍ ugcnet.nta.nic.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ପରୀକ୍ଷା ଅନଲାଇନ ମାଧ୍ୟମରେ ହେବ ଏବଂ ଏଥିରେ ଏକାଡେମୀକ ବିଷୟଗୁଡ଼ିକ ରହିବ ରିଜନିଙ୍ଗ, ଇଂରାଜୀ ଏବଂ ଜେନେରାଲ ଆୱାରନେସରୁ ପ୍ରଶ୍ନ ସାମିଲ ହେବ। ଆବେଦନରେ କୌଣସି ତ୍ରୁଟି ଏଡାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆଧାର କାର୍ଡ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି।


UGC NET କୁ ଏକ କଷ୍ଟକର ପରୀକ୍ଷା ବୋଲି କୁହାଯାଏ ତେଣୁ ଏହା ପାଇଁ ସଠିକ୍ ଭାବରେ ପ୍ରସ୍ତୁତି କରିବା ଗୁରୁତ୍ୱପୂର୍ଣ୍ଣ କଥା। ଏଠାରେ କିଛି ଟିପ୍ସ ଦିଆଯାଇଛି ଆପଣାନ୍ତୁ ।


ସିଲାବସକୁ ବୁଝନ୍ତୁ: ପ୍ରଥମେ ସମ୍ପୂର୍ଣ୍ଣ ସିଲାବସ ବୁଝନ୍ତୁ ଏବଂ ବିଷୟ ଅନୁଯାୟୀ ପ୍ରସ୍ତୁତି ଆରମ୍ଭ କରନ୍ତୁ।
ମକ୍ ଟେଷ୍ଟ ଏବଂ ପୁରୁଣା ପେପର: ପୂର୍ବ ବର୍ଷର ପେପର ଯେଉଁ ପ୍ରଶ୍ନ ଥିବ ତାକୁ ସମାଧାନ କରନ୍ତୁ ଏବଂ ମକ୍ ଟେଷ୍ଟ ଦିଅନ୍ତୁ।
ଟାଇମ୍ ମେନେଜମେଣ୍ଟ: ପଢ଼ିବା ଆଉ ରିଭିଯନ ପାଇଁ ଏକ ସ୍ଵତନ୍ତ୍ର ସମୟ ରଖନ୍ତୁ ।
ନୋଟ୍ ପ୍ରସ୍ତୁତ କରନ୍ତୁ: ଗୁରୁତ୍ୱପୂର୍ଣ୍ଣ ପଏଣ୍ଟଗୁଡ଼ିକର ନୋଟ୍ ପ୍ରସ୍ତୁତ କରନ୍ତୁ ଯାହା ଦ୍ଵାରା ପରୀକ୍ଷା ପୂର୍ବରୁ ଶୀଘ୍ର ରିଭିଯନ କରିପରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


UGC NET 2025 ପାଇଁ ଯୋଗ୍ୟତା କ’ଣ?
UGC NET 2025 ପାଇଁ ଯୋଗ୍ୟତା ହେଉଛି ଆସିଷ୍ଟାଣ୍ଡ ପ୍ରଫେସର କିମ୍ବା JRF ଆଉ ଏହି ପରୀକ୍ଷା ଦେବା ପାଇଁ ଆପଣଙ୍କର ଗ୍ରାଜୁଏସନ କିମ୍ଵା ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ ଥିବା ଆବଶ୍ୟକ। ଯଦି ଆପଣ ମଧ୍ୟ ଏହି ପରୀକ୍ଷା ଦେଉଛନ୍ତି, ତେବେ ପରୀକ୍ଷା ତାରିଖ ଡିସେମ୍ବର ୩୧, ୨୦୨୫ ରୁ ଜାନୁଆରୀ ୭, ୨୦୨୬ ପର୍ଯ୍ୟନ୍ତ ।


UGC NET 2025 ପାଇଁ କିପରି ଆବେଦନ କରିବେ?
ଆପଣ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଅଫିସିଆଲ୍ ୱେବସାଇଟ୍, ugcnet.nta.nic.in କୁ ଯାଇ UGC NET 2025 ପାଇଁ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି। ଏହା ବ୍ୟତୀତ, ଆପଣଙ୍କୁ ସମୟ ମଧ୍ୟରେ ଆବେଦନ କରିବାକୁ ପଡିବ।


୨୦୨୬ ମସିହାରେ UGC NET ଫର୍ମ କେବେ ପ୍ରକାଶିତ ହେବ?

UGC NET ୨୦୨୬ ପାଇଁ ଅନଲାଇନ୍ ଆବେଦନ ଫର୍ମ ଅକ୍ଟୋବର କିମ୍ବା ନଭେମ୍ବର ୨୦୨୬ ରେ ପ୍ରକାଶିତ ହେବାର ସମ୍ଭାବନା ଅଛି। ପ୍ରାର୍ଥୀମାନେ ୱେବସାଇଟରେ ବିଜ୍ଞପ୍ତି ଯାଞ୍ଚ କରିପାରିବେ ଏବଂ ସମୟ ମଧ୍ୟରେ ଫର୍ମ ପୂରଣ କରିପାରିବେ।

ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର...

Sponsored
UGC NET | Top Tips to Crack UGC NET 2025 Successfully | Argus News | Argus News