Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Education & Employment

JEE Main Results / JEE ମେନ୍ ରେଜଲ୍ଟ: ଦିଲ୍ଲୀର ଶ୍ରେୟାସ ମିଶ୍ରା ଟପ୍ପର

Banajyotshna Ray
Browse all articles by Banajyotshna Ray
·4 months ago·1 min read
JEE ମେନ୍ ରେଜଲ୍ଟ: ଦିଲ୍ଲୀର ଶ୍ରେୟାସ ମିଶ୍ରା ଟପ୍ପର
JEE Main Results

Key Points

ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ
ଦିଲ୍ଲୀର ଶ୍ରେୟାସ ମିଶ୍ରା ଟପ୍ପର
ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ। ଅପେକ୍ଷାର ହେଲା ଅନ୍ତ। ଅନେକ ଦିନ ଧରି ଛାତ୍ରଛାତ୍ରୀମାନେ ନିଜ ଫଳକୁ ଅପେକ୍ଷା କରି ରହିଥିଲେ। ଆଜି ତାହା ପ୍ରକାଶ ପାଇଛି। ବଡ଼ କଥା ହେଉଛି ଯେ, ଷଷ୍ଠ ସ୍ଥାନରେ ଅଛନ୍ତି ଜଣେ ଓଡ଼ିଆ ପୁଅ। ସୋମବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜେଇ ମେନ୍ ୨୦୨୬ର ସେସନ୍-୧ ଫଳାଫଳ ପ୍ରକାଶ କରିଛି। ଏଥର ପ୍ରାୟ ୧୩.୦୪ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୨ ଜଣ ଛାତ୍ର ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ଆଉ ସେହି ୧୨ ଜଣଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ଅଛନ୍ତି ଓଡ଼ିଶାର ଭବେଶ ପାତ୍ର।

ତେବେ ବଡ଼ କଥା ହେଉଛି ଚଳିତ ଥର ତାଲିକାରେ କୌଣସି ଝିଅ ନାହାନ୍ତି । ମହିଳା ଟପ୍ପରମାନଙ୍କ ମଧ୍ୟରେ ହରିୟାଣାର ଆଶି ଗ୍ରେୱାଲ ୯୯.୯୯୬୯୭୬୬ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି ।

ଏଥିସହ ପଢ଼ନ୍ତୁ: ପାକିସ୍ତାନୀ ଖେଳାଳିଙ୍କ English ଶୁଣି ଇଂରେଜମାନେ ବି ଭୁଲିଯିବେ ଇଂରାଜୀ

ସୂଚନାଥାଉକି, JEE Main 2026 ସେଶନ ୧ରେ ୧୩.୫୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ୧୩.୦୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରୁ ୮,୫୫,୦୮୫ ପୁରୁଷ ଏବଂ ୪,୪୯,୫୬୮ ମହିଳା ଥିଲେ । ସାଧାରଣ ବର୍ଗରେ ୨,୯୫,୦୭୮ ପୁରୁଷ ପରୀକ୍ଷା ଦେଇଥିଲେ, ମହିଳା ୧,୫୭,୭୪୭ ମହିଳା ଅଂଶଗ୍ରହଣ କରିଥିଲେ । ରାଜସ୍ଥାନରେ ସର୍ବାଧିକ ଟପର୍ ଅଛନ୍ତି । 

ଜାଣିରଖନ୍ତୁ ଛାତ୍ରଛାତ୍ରୀଙ୍କ ନାମ:

ଶ୍ରେୟାସ ମିଶ୍ରା - ଦିଲ୍ଲୀ

ନରେନ୍ଦ୍ର ବାବୁ - ଆନ୍ଧ୍ରପ୍ରଦେଶ

ଶୁଭମ୍ କୁମାର - ବିହାର

କବୀର ଛିଲ୍ଲର - ରାଜସ୍ଥାନ

ଚିରଞ୍ଜୀବ କର - ରାଜସ୍ଥାନ

ଭବେଶ ପାତ୍ର- ଓଡ଼ିଶା

ଅନୟ ଜୈନ- ହରିୟାଣା

ଅର୍ଣ୍ଣବ ଗୌତମ - ରାଜସ୍ଥାନ

ପାସଲା ମୋହିତ – ଆନ୍ଧ୍ର ପ୍ରଦେଶ

ମାଧବ ବିରାଦିଆ-ମହାରାଷ୍ଟ୍ର

ପୁରୋହିତ ନିୟମ-ଗୁଜରାଟ

ଭିଭାନ ଶରଦ ମାହେଶ୍ୱରୀ-ତେଲଙ୍ଗାନା

ଅଧିକ ପଢ଼ନ୍ତୁ ଶିକ୍ଷା ଓ ନିଯୁକ୍ତି ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
JEE Main Results | Shreyas Mishra from Delhi along with 11 others scores 100 percentile | Argus News | Argus News